ବିଡେନଙ୍କ ସଫଳତା ପଛରେ କମଲାଙ୍କ ହାତ,୨୧୬ ବର୍ଷରେ ପ୍ରଥମ ଥର ପାଇଁ ଅଦ୍ଭୁତ ପରିବର୍ତ୍ତନ

ଦୁନିଆର ସବୁଠାରୁ ପୁରାତନ ଗଣତନ୍ତ୍ରର ୨୧୬ ବର୍ଷର ଇତିହାସରେ ଯାହା ଘଟିଛି ,ତାହା ଆଜିପର୍ଯ୍ୟନ୍ତ କେବେ ହୋଇନାହିଁ | ହିନ୍ଦୁସ୍ତାନର ଝିଅ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ଉପରାଷ୍ଟ୍ରପତି ହେବେ, କିନ୍ତୁ କମଲାଙ୍କ କାହାଣୀରେ ଏପରି କ’ଣ ଥିଲା ଯାହାକି ତାଙ୍କୁ ଉପରାଷ୍ଟ୍ରପତି ପଦରେ ବିଶ୍ବ ବିଦିତ କରିଥିଲା ?

ଜୋ ବିଡେନ ଏବଂ କମଲା ହାରିସଙ୍କ ଅପୂର୍ବ ବିଜୟ ପରେ ୱାଶିଂଟନ୍ ରାସ୍ତାରେ ସାରାରାତି ଉତ୍ସବ ପାଳନ କରାଯାଇଥିଲା। ଏହି ଉତ୍ସବରେ ହିନ୍ଦୁସ୍ତାନ ଏବଂ ହିନ୍ଦୁସ୍ତାନୀ ମଧ୍ୟ ଉପସ୍ଥିତ ଥିଲେ, ଖୋଲା ଷ୍ଟାଡିୟମରେ ଭାରତର ଝିଅର ସ୍ୱର ଶୁଣିବାକୁ ମିଳିଥିଲା ​​ଏବଂ ଆମେରିକୀୟମାନେ ତାଙ୍କର ପ୍ରତି ବକ୍ତାରେ ତାଳି ମାରି ପ୍ରଶଂସା କରୁଥିଲେ। କମଲା ହାରିସ୍ ଯେତେବେଳେ ସର୍ବାଧିକ ଭୋଟ ପାଇ ବିଜୟୀ ଲାଭ କରିଥିଲେ, ଏହାର ଶ୍ରେୟ ଦେବା ପାଇଁ ସେ ପ୍ରଥମେ ତାଙ୍କ ମା ଏବଂ ହିନ୍ଦୁସ୍ତାନକୁ ସ୍ମରଣ କରିଥିଲେ।

କମଲା ହାରିସ କହିଛନ୍ତି,” ଆଜି ମୋର ଏହି ଉପସ୍ଥିତିର ମୂଳ କାରଣ ଏବଂ କୃତଜ୍ଞର ହକଦାର ହେଉଛନ୍ତି ମୋର ମା’ ଶ୍ୟାମଲା ଗୋପାଲନ ହାରିସ। ଯେତେବେଳେ ସେ ୧୯ ବର୍ଷ ବୟସର ହୋଇଥିଲେ ,ସେତେବେଳେ ସେ ଭାରତରୁ ଆସି ଏଠାରେ ପହଂଚିଥିଲେ,ମୋର ଏହି ବାସ୍ତବ ପଦ ସମ୍ପୂର୍ଣ୍ଣ ଭାବେ କଳ୍ପନା ବାହାରେ ଥିଲା; କିନ୍ତୁ ଆମେରିକାର ମୂଲ୍ୟବୋଧରେ ସେ ଏତେ ଗଭୀର ଭାବରେ ବିଶ୍ୱାସ କରୁଥିଲେ ଯେଉଁଠାରେ ଏପରି ସୁଯୋଗ ସମ୍ଭବ। ”

ଆମେରିକାରେ ଭାରତୀୟ ମୂଳ ସାଂସଦମାନଙ୍କୁ ସମୋସା କାକସ କୁହାଯାଏ। କମଲା ହାରିସ ଏହି ସମୋସା କାକସ ର ଭାଗୀଦାର ଥିଲେ, କିନ୍ତୁ ବର୍ତ୍ତମାନ ସେ ଆମେରିକାର ମନୋନୀତ ଉପରାଷ୍ଟ୍ରପତି,ଯାହାକି ପ୍ରଥମ ଥର ପାଇଁ ହୋଇଛି।କମଲାଙ୍କ ଉପରାଷ୍ଟ୍ରପତି ବିବେଚନା ଯେପରି ପ୍ରଥମ ଥର, ଠିକ ସେପରି ଅନେକ ଘଟଣା ମଧ୍ୟ ତାଙ୍କ ପାଇଁ ପ୍ରଥମ ଥର ଘଟିଛି।

୨୧୬ ବର୍ଷରେ ପ୍ରଥମ ଥର ପାଇଁ ବିସ୍ମୟକର ଘଟଣା:

୧୮୦୪ମସିହାରେ ଆମେରିକାରେ ପ୍ରଥମ ଥର ପାଇଁ ନିର୍ବାଚନ ଆରମ୍ଭ ହୋଇଥିଲା, ଆମେରିକାର ଲୋକତନ୍ତ୍ର ୨୧୬ ବର୍ଷର ପୁରୁଣା ଅଟେ, କିନ୍ତୁ ୨୧୬ ବର୍ଷରେ ବହୁତ କିଛି ପ୍ରଥମ ଥର ପାଇଁ ହୋଇଛି। କମଲା ହାରିସ ସେନ ଫ୍ରାନ୍ସିସ୍କୋର ପ୍ରଥମ ମହିଳା ଜିଲ୍ଲା ଓକିଲ। ବିଶ୍ୱର ସର୍ବ ପୁରାତନ ଗଣତନ୍ତ୍ର ରାଷ୍ଟ୍ରର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ, ଯାହାକି ତାଙ୍କର କମାଲ ଅଟେ। ଆମେରିକାର ଉପରାଷ୍ଟ୍ରପତି ହେବାରେ ସେ ପ୍ରଥମ ଭାରତୀୟ ଏବଂ ପ୍ରଥମ ଆଫ୍ରିକୀୟ ଆମେରିକୀୟ ହୋଇଛନ୍ତି। ଆଜି ପର୍ଯ୍ୟନ୍ତ ଆମେରିକାରେ କୌଣସି ଅଶ୍ୱେତ ଉପରାଷ୍ଟ୍ରପତି ହୋଇନାହାଁନ୍ତି, ଅର୍ଥାତ କମଲା ହାରିସ ଆମେରିକାର ପ୍ରଥମ ଅଶ୍ୱେତ ଉପରାଷ୍ଟ୍ରପତି।

୭୮ ବର୍ଷ ବୟସରେ ଏବଂ ତାଙ୍କର ତୃତୀୟ ପ୍ରୟାସ ପରେ, ଜୋ ବିଡେନ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି, ଏହା ପଛରେ କମଲା ହାରିସ୍ ଙ୍କ ହାତ ଥିଲା। ବିଡେନଙ୍କ ପୁରା ଅଭିଯାନ କମଲା ହାରିସ ସମ୍ଭାଳୁ ଥିଲେ କମଲା ହାରିସ ଙ୍କୁ ସବୁଠାରୁ ଉତ୍ତମ ଟିମ ଗଢ଼ିବା କାୟିଦା ଭଲ ଭାବେ ଜଣାଥିଲା, ତେଣୁ ଫଳାଫଳ ଆସିବା ପରେ ନିଜ ଦଳକୁ ଧନ୍ୟବାଦ ଦେବାର ଶ୍ରେୟ ବିସ୍ମିତ ଥିଲା।

କମଲାଙ୍କ କାହାଣୀ ପୁରାପୁରି କମାଲ:

କମଲା ହାରିସଙ୍କ ମା ଶ୍ୟାମାଲା ଗୋପାଳନ ୧୯୬୦ ମସିହାରେ ଭାରତର ତାମିଲନାଡୁରୁ ୟୁସି ବରେଲିରେ ପହଞ୍ଚିଥିଲେ। କମଲା ହାରିସ ଅକ୍ଟୋବର ୨୦,୧୯୬୪ରେ କାଲିଫର୍ନିଆର ଓକଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିଲେ।ଯେତେବେଳେ କମଲା ହାରିସଙ୍କୁ ମାତ୍ର ସାତ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ପିତାମାତାଙ୍କର ବିଚ୍ଛେଦ ହୋଇଥିଲା।କମଲା ହାରିସ୍ ଏବଂ ତାଙ୍କ ଭଉଣୀ ମାୟାକୁ ସେମାନଙ୍କ ମା ଶ୍ୟାମଲା ଗୋପାଲନ ଲାଳନ ପାଳନ କରିଥିଲେ। କମଲା ହାରିସଙ୍କ ମା ତାଙ୍କୁ ମନ୍ଦିରକୁ ନେବା ସହିତ ଚର୍ଚ୍ଚକୁ ମଧ୍ୟ ନେଉଥିଲେ।କମଲା ହାରିସ ପିଲାଦିନେ ଅନେକ ଥର ଭାରତ ଆସିଥିଲେ।

୨୦୦୩ରେ, କମଲା ସାନ ଫ୍ରାନ୍ସିସ୍କୋର ଜିଲ୍ଲା ଓକିଲ ହୋଇଥିଲେ ।୨୦୦୪ ରେ କମଲାଙ୍କ ବନ୍ଧୁତା ଓବାମାଙ୍କ ସହିତ ହୋଇଥିଲା । ୨୦୦୮ରେ ଯେବେ ବାରାକ ଓବାମା ରାଷ୍ଟ୍ରପତି ନିର୍ବାଚନରେ ​​ଲଢେଇ କରୁଥିଲେ, ସେବେ କାଲିଫର୍ଣ୍ଣିଆରୁ ତାଙ୍କୁ ସମର୍ଥନ କରିବାରେ ହାରିସ ଆଗରେ ଥିଲେ । ୨୦୧୧ ରେ କାଲିଫର୍ନିଆର ପ୍ରଥମ ସଫଳ ମହିଳା ଓକିଲ ଭାବେ ପରିଚିତ ହୋଇଥିଲେ । ୨୦୧୬ ରେ, ହାରିସ କାଲିଫର୍ଣ୍ଣିଆରୁ ଆମେରିକାର ସିନେଟର ଭାବରେ ନିର୍ବାଚିତ ହୋଇଥିଲେ।

ବାରାକ ଓବାମା ରାଷ୍ଟ୍ରପତି ହେବା ପଛରେ କମଲା ହାରିସଙ୍କର ଏକ ବଡ଼ ଭୂମିକା ଥିଲା | କମଲା ହାରିସ ଙ୍କ ଚିନ୍ତାଧାରା ଠିକ ଓବାମାଙ୍କ ପରି ଥିଲା, ଯେଉଁଥିପାଇଁ ତାଙ୍କୁ ଆମେରିକାର ମହିଳା ଓବାମା ମଧ୍ୟ କୁହାଯାଉଛି।

Leave a Reply

Your email address will not be published. Required fields are marked *