ଚୀନ ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଦେବାକୁ କରିଲା ମନା, କହିଲା ଏହି କାରଣ

ଆମେରିକାର ରାଷ୍ଟ୍ରପତି ନିର୍ବାଚନର ବିଜେତା ବାଇଡେନଙ୍କୁ ଚୀନ ଶୁଭେଛା ଦେବାକୁ ମନା କରିଦେଲା | ଚୀନ ସୋମବାର କହିଲା ଯେ ଆମେରିକାର ନିର୍ବାଚନର ଫଳାଫଳ ନିର୍ଦ୍ଧାରଣ କରାଯିବା ବର୍ତ୍ତମାନ ବାକି ରହିଛି |

ଡୋନାଲଡ ଟ୍ରମ୍ପ ଏପର୍ଯ୍ୟନ୍ତ ନିଜ ପରାଜୟ ସ୍ୱୀକାର କରି ନାହାନ୍ତି ଏବଂ ସେ ନିର୍ବାଚନର ଫଳାଫଳକୁ କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ମଧ୍ୟ କହିଛନ୍ତି | ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦୁନିଆର ଅନେକ ନେତା ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଦେଇ ସାରିଛନ୍ତି |

ରୁଷ ଏବଂ ମେକ୍ସିକୋକୁ ଛାଡିଲେ ଚୀନ ଏପରି ଏକ ବଡ ଦେଶ ଅଟେ ଯିଏକି ବାଇଡେନଙ୍କୁ ଶୁଭେଚ୍ଛା ଜଣାଇନାହିଁ | ଚୀନ ସୋମବାର ଦିନ କହିଲା ଯେ ସେମାନେ ଏକଥା ଜାଣନ୍ତି ଯେ ବାଇଡେନଙ୍କୁ ନିର୍ବାଚନର ବିଜେତା ଘୋଷିତ କରିଦିଆଯାଇଛି | ଟ୍ରମ୍ପଙ୍କର ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଚୀନ ଏବଂ ଆମେରିକା ମଧ୍ୟରେ ବ୍ୟବସାୟକୁ ନେଇ ଯୁଦ୍ଧ ଲାଗି ରହିଥିଲା | ଆଉ ବଳକା କରୋନା ମହାମାରୀ ଆସିବା ଦ୍ୱାରା ପୁରା ହୋଇଗଲା | ଆମେରିକାରେ କରୋନା ଭାଇରସ କାରଣରୁ ଭୟଙ୍କର ଧ୍ବଂସ ହୋଇଥିଲା ଏବଂ ଟ୍ରମ୍ପ ଭାଇରସର ଧ୍ବଂସ ପାଇଁ ଚୀନକୁ ଦାୟୀ କରିଥିଲା | ଆମେରିକା ଏବଂ ଚୀନଙ୍କ ମଧ୍ୟରେ ଜିନଜିଆଙ୍ଗ ଏବଂ ହଂକଂରେ ମାନବାଧିକାର ଉଲଂଘନକୁ ନେଇ ମଧ୍ୟ ଯୁଦ୍ଧ ଲାଗି ରହିଥିଲା |

ଚୀନର ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ବାଙ୍ଗ ବେନବିତ ନିୟମିତ ପ୍ରେସ କନଫରେନ୍ସରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ ଯେ ଆମ ହିସାବରେ ଆମେରିକାର ଆଇନ ଏବଂ ପ୍ରକ୍ରିୟା ମୁତାବକ ନିର୍ବାଚନର ଫଳାଫଳ ସ୍ଥିର କରାଯିବ | ସାମ୍ବାଦିକ ମାନଙ୍କର ବାରମ୍ବାର ପ୍ରଶ୍ନ ପଚାରିବା ପରେ ମଧ୍ୟ ବାଇଡେନଙ୍କର ବିଜୟକୁ ସ୍ୱୀକାର କରିବାକୁ ମନା କରିଦେଲେ ବାଙ୍ଗ | ସେ କହିଲେ ଯେ ଆମର ଆଶା ରହିଛି ଯେ ଆମେରିକାର ନୂତନ ସରକାର ଚୀନକୁ ନେଇ ଏକ ମାଧ୍ୟମ ସ୍ଥାନ ଖୋଜି ବାହାର କରିବ |

ଟ୍ରମ୍ପ ରବିବାର ଦିନ ଟ୍ୱିଟରେ ପରାଜୟ ସ୍ୱୀକାର କରିବାକୁ ମନା କରିଦେଇଥିଲେ | ଟ୍ରମ୍ପ ଟ୍ୱିଟ କରିଥିଲେ ଯେ କେବେଠାରୁ ଗଣମାଧ୍ୟମ ସ୍ଥିର କରିବାକୁ ଲାଗିଲାଣି ଆଗାମୀ ରାଷ୍ଟ୍ରପତି କିଏ ହେବ ? ଟ୍ରମ୍ପଙ୍କ ପରି ମେକ୍ସିକୋର ରାଷ୍ଟ୍ରପତି ମଧ୍ୟ ତାଙ୍କ ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି | ମେକ୍ସିକୋର ରାଷ୍ଟପତି ମେନୁଏଲ ଲୋପେଜ ଆବ୍ରେଡର ମଧ୍ୟ ଟ୍ରମ୍ପଙ୍କୁ ସପୋର୍ଟ କରି କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆଇନଗତ ଲଢେଇ ଶେଷ ନହୋଇଛି ସେପର୍ଯ୍ୟନ୍ତ ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଦେବେ ନାହିଁ | ଟ୍ରମ୍ପଙ୍କର ପ୍ରଶଂସା କରି ଲୋପେଜ କହିଛନ୍ତି ଯେ ଆମ ପ୍ରତି ତାଙ୍କର ବ୍ୟବହାର ବହୁତ ସମ୍ମାନଜନକ ରହି ଆସିଛି |

ରୁଷର ରାଷ୍ଟ୍ରପତି ୱାଲଦିମୀର ପୁଟିନ ମଧ୍ୟ ବାଇଡେନଙ୍କୁ ନିର୍ବାଚନ ବିଜୟର ଶୁଭେଚ୍ଛା ଜଣାଇ ନାହାନ୍ତି | କୌତୁହଳର କଥା ଏହା ଯେ ରୁଷର ବିପକ୍ଷ ପାର୍ଟି ବାଇଡେନଙ୍କୁ ବିଜୟର ଶୁଭେଚ୍ଛା ଦେଇ ସାରିଛି | ପୁଟିନଙ୍କ ସହିତ ୨୦୦୬ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦଖଲ ଦେବା ଏବଂ ଟ୍ରମ୍ପଙ୍କର ବିଜୟରେ ସାହାଯ୍ୟ କରିବାର ଆରୋପ ଲାଗିଥିଲା | ଏହା ସ୍ପଷ୍ଟ ଯେ ବାଇଡେନ ରୁଷ ବିରୋଧରେ ଅଧିକ ଆକ୍ରମକ ଏବଂ ଶକ୍ତ ମନୋଭାବ ଆପଣେଇ ପାରନ୍ତି | ଗତ କିଛି ମାସ ହିଁ ବାଇଡେନ ରୁଷକୁ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସବୁଠୁ ବଡ ବିପଦ ବୋଲି କହିଥିଲେ |

Leave a Reply

Your email address will not be published. Required fields are marked *