ଅର୍ଜୁନଙ୍କ ପ୍ରେମିକାଙ୍କୁ ମଧ୍ୟ ଏନସିବି ଛାଡ଼ିନାହିଁ, ଆଫ୍ରିକିୟଙ୍କ ସହ ଦୋସ୍ତି ମହଙ୍ଗା ପଡିଲା ଅର୍ଜୁନ ରାମପାଲଙ୍କୁ

ସୁଶାନ୍ତ ସିଂହ ରାଜପୂତ ଙ୍କ କେସ ରେ କେତେ ଦିନ ଚୁପ ରହିଲା ପରେ ଏନସିବି ପୁଣି ଥରେ ଆକ୍ସନ ମୁଡରେ। ଏଥର ବଡ ଡାଇରେକ୍ଟର ନାଡିୟାଡବାଲାଙ୍କ ସ୍ତ୍ରୀଙ୍କୁ ଜେଲ ରେ ଭର୍ତୀ କରାଯାଇଛି। ଏହା ପରେ ଅର୍ଜୁନ ରାମପାଲଙ୍କ ଘରେ ମଧ୍ୟ ଜାଞ୍ଚ ହୋଇଥିଲା। ସେଠାରୁ ମଧ୍ୟ କିଛି ଡିଭାଇସ ମିଳିଥିଲା। ଏଥର ଜେଲ ଯିବାର ପାଳି ଅର୍ଜୁନ ରାମପାଲ ଙ୍କର ଲାଗୁଛି । ଅର୍ଜୁନଙ୍କ ସହିତ ତାଙ୍କ ସ୍ତ୍ରୀ ଏବଂ ପ୍ରେମିକା ମଧ୍ୟ ସମ୍ପୁର୍ଣ୍ଣ ଭାବରେ ଫସି ସାରିଛନ୍ତି। ଏମାନଙ୍କର ଚିନ୍ତା ବଢିଯାଇଛି ବର୍ତ୍ତମାନ।

ବଲିଉଡର ଗଞ୍ଜେଡିଆଙ୍କ ଉପରେ ସିଧା ସିଧା ଆକ୍ସନ ହେଉଛି। ଅର୍ଜୁନ ରାମପାଲଙ୍କ ଘରେ ଜାଞ୍ଚ ସମୟରେ ଅର୍ଜୁନଙ୍କ ଡ୍ରାଇଭରକୁ ପଚରା ଉଚରା କରିଥିଲେ। ରାମପାଲଙ୍କ ଶଳା ଏବଂ ତାଙ୍କ ପ୍ରେମିକାର ଭାଈ ଆଗାସିଲୋସିଆ ପ୍ରଥମରୁ ଜେଲରେ ଅଛନ୍ତି। ଏନସିବି ର ଜାଞ୍ଚ ସମୟରେ ଅର୍ଜୁନ ରାମପାଲଙ୍କ ଘରୁ କେତେକ ଆପତି ଜନକ ଜିନିଷ ମିଳିଥିଲା। ଯେଉଁଥିରେ ମୋବାଇଲ,ଲାପଟପ ବ୍ୟତିତ ଆଉ କେତକ ଜିନିଷ ଥିଲା। ଅଲଗା ପ୍ରକାରର ଡିଜିଟାଲ ଡିଭାଇଜ ମଧ୍ୟ ମିଳିଥିଲା। ଏହିପରି ଡିଭାଇଜ ରିୟା ଚକ୍ରବତୀଙ୍କ ଘରୁ ମିଳିଥିଲା। ରାମପାଲଙ୍କ ଘରୁ ପ୍ରତିବନ୍ଧକ ଡ୍ରଗସ ମଧ୍ୟ ମିଳିଥିଲା। ଏହାପରେ ଏନସିବି ସଙ୍ଗେ ସଙ୍ଗେ ନିଜ ଅଫିସ କୁ ଡକାଇ ଥିଲେ କି ୧୧ ନଭେମ୍ବର କୁ ଆସି ଦେଖା କରିବାକୁ।

ଏହା ସହିତ ଅର୍ଜୁନ ରାମପାଲଙ୍କ ପ୍ରେମିକା ଗେଭ୍ରିଲାଙ୍କୁ ମଧ୍ୟ ଏନସିବି ନିଜ ଅଫିସ କୁ ଡକାଇ ଥିଲେ। ନଭେମ୍ବର ୧୧ କୁ ଏମାନଙ୍କୁ ପଚରା ଉଚରା କରାଯିବ। ତାଙ୍କ ଘରୁ ମିଳିଥିବା ସବୁ ଜିନିଷ ବିଷୟରେ ପଚରା ଉଚରା କରାଯିବ। ଗେଭ୍ରିଲା ଗତ ବର୍ଷ ଅର୍ଜୁନ ରାମପାଲ ଙ୍କ ପିଲାର ମା ବନିଛନ୍ତି। ଏମାନେ ଏହି ଦେଢ ବର୍ଷର ପିଲାକୁ ଛାଡି ଜେଲ ଯାଇପାରନ୍ତି। ଯଦି ଏମାନେ ଏନସିବିର ପ୍ରଶ୍ନରେ ଭୁଲ ଭାଲ କଲେ ତେବେ ତାଙ୍କୁ ତୁରନ୍ତ ଆରେଷ୍ଟ କରାରିବ ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ କୌଣସି ବଡ ଗିରଫତାରୀ ହୋଇ ନ ଥିଲା କିନ୍ତୁ ଅର୍ଜୁନଙ୍କ ଗିରଫ କଲା ପରେ ଏହା ବଡ ଗିରଫତାରୀ ବୋଲି କୁହାଯାଇ ପାରିବ । ଏମାନଙ୍କ ଗିରଫ ପରେ ମଧ୍ୟ ଆଉ କେତେକ ଅପରାଧୀ ଙ୍କ ନାଁ ଆସିପାରେ ଯେଉଁମାନେ ଅର୍ଜୁନ ରାମପାଲଙ୍କ ଅତି ନିବିଡ ଅଟନ୍ତି। ଜଣାପଡୁଛି ଯେ ଏନସିବି ର ଏହି ପଚରା ଉଚରା ପରେ ହୁଏ ତ ସେ ଆଉ ଅନ୍ୟ କେତେକଙ୍କ ନାଁ କହିପାରନ୍ତି।

ସୁଶାନ୍ତ ସିଂହ ରାଜପୂତ ଙ୍କ କେସରେ କିଛି ଦିନ ହେବ ଏନସିବି ଚୁପ ରହିଥିଲା କିନ୍ତୁ ଏବେ ଏନସିବି ପୁରା ଆକ୍ସନ ମୁଡରେ ରହିଛି। ସୁଶାନ୍ତ ସିଂହ ମାମଲା ପରେ ଏନସିବି ନାଡିୟାଡବାଲାଙ୍କ ଘରେ ପହଁଚି ଥିଲା। ନାଡିଆଡ ଜଣେ ଫିଲ୍ମ ଡାଇରେକ୍ଟର। ଏନସିବି ନାଡିୟାଡବାଲା ଙ୍କ ଘରେ ସେତେବେଳେ ଜାଞ୍ଚ ଆରମ୍ଭ କରିଥିଲା ଯେତେବେଳେ ନାଡିୟାଡବାଲା ତାଙ୍କ ଘରେ ନଥିଲେ। ତାଙ୍କ ସ୍ତ୍ରୀ ସଓ୍ବାନା ସଇଦି ଏକା ଥିଲା ବେଳେ ଜାଞ୍ଚ କଲେ ହୁଏ ତ ସେ କିଛି କହିପାରିବେ ବୋଲି ନାଡିୟାଡବାଲା ନଥିଲା ବେଳେ ଜାଞ୍ଚ କରାଯାଇଥିଲା। ଏନସିବି ତାଙ୍କ ଘର ଜାଞ୍ଚ କଲା ବେଳେ ସେମାନେ ବହୁତ ଜିନିଷ ଜବତ କରଥିଲେ। ତାଙ୍କ ଘର ର ସିଲିଙ୍ଗ ଫ୍ୟାନ ଏବଂ ବେଡ ର ଗଦି ଫାଡି ମଧ୍ୟ ଜାଞ୍ଚ କରିଥିଲେ। ଏହି ଜାଞ୍ଚ ମଧ୍ୟ ସଫଳ ହୋଇଥିଲା। କାରଣ ତାଙ୍କ ସିଲିଙ୍ଗ ଏବଂ ଘରୁ ଡ୍ରଗସ ସହ ଆଉ କିଛି ବଡ ପ୍ରମାଣ ମିଳିଛି। ଯେଉଁଥିରେ ସଲମାନ ମଧ୍ୟ ଫସି ପାରନ୍ତି।

ତାଙ୍କ ଘରୁ ଜଣା ପଡିଛି କି ସଲମାନ, ଅକ୍ଷକ କୁମାର,କରନ ଜୌହାର ଏବଂ ଆଦିତ୍ୟ ଚୋପରା ଏମାନେ ସମସ୍ତେ ନାଡିୟାଡବାଲା ଙ୍କର ଭଲ ସାଙ୍ଗ ଏମିତି ପରସ୍ପର ଘରକୁ ଯିବା ଆସିବା ମଧ୍ୟ ରହିଛି। ସଲମାନ ବହୁତ ଥର ନାଡିୟାଡବାଲା ଙ୍କ ଘର କୁ ଯିବା ଆସିବା କରନ୍ତି। ଏମିତି କିଛି ପ୍ରମାଣ ରେ ଏନସିବି ସଲମାନ ଙ୍କର ବେକ ପର୍ଯ୍ୟନ୍ତ ପହଁଚି ସାରିଚି। ଏତେ ସବୁ ପ୍ରମାଣ ପରେ ସାଙ୍ଗେ ଏନସିବି ନାଡିୟାଡବାଲା ଙ୍କ ସ୍ତ୍ରୀ ଙ୍କୁ ଗିରଫ କରିଛି। ଏନସିବି କିଛି ଦିନ ହେବ ଚୁପ ରହିଥିଲା। କିନ୍ତୁ ଏବେ ଅର୍ନବ ଗୋସ୍ବାମୀ ଙ୍କ ଗିରଫ ପରେ ହଠାତ ନିଜର ଆକକ୍ସନ ଦେଇଛି। ସାଙ୍ଗେ ସାଙ୍ଗେ ଏନସିବି ନାଡିୟାଡବାଲା ଙ୍କ ଘରେ ଜାଞ୍ଚ ଆରମ୍ଭ କରିଥିଲା ଏବଂ ସେଥିରେ ମଧ୍ୟ ସେ ସଫଳ ହୋଇଥିଲା। ଏହି ତଥ୍ୟ ଅନୁସାରେ ଜଣା ପଡୁଛି କି ବହୁତ ଜଲଦି ମୁମ୍ବାଇ ରେ ବହୁତ ବଡ ଗିରଫତାରୀ ହୋଇପାରେ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ #justice for Sushant ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Leave a Reply

Your email address will not be published. Required fields are marked *