ସାଧାରଣତଃ ଦେଖାଯାଏ ଯେ ପ୍ଲାଷ୍ଟିକ ଗ୍ଲାସରୁ ଦୂରେଇ ରହିବା ପାଇଁ ଲୋକମାନେ ପେପରରେ ତିଆରି କପ କିମ୍ବା ଗ୍ଲାସରେ ଚା’ ପିଇଥାନ୍ତି | ଆମେ ପ୍ଲାଷ୍ଟିକ ଦ୍ୱାରା ହେଉଥିବା କ୍ଷତି କାରଣରୁ ପେପର କପରେ ଚା’ ପିଇଥାଉ | କିନ୍ତୁ ଏକ ନୂତନ ରିସର୍ଚ୍ଚରେ ଦାବି କରାଯାଇଛି ଯେ ପେପର କପରେ ମଧ୍ୟ ଚା’ ପାଣି ଗମ୍ଭୀର ଭାବରେ କ୍ଷତି ପହଞ୍ଚାଇପାରେ |
ବାସ୍ତବରେ ଆଇଆଇଟି ଖଡଗପୁରର ଅନୁସନ୍ଧାନକାରୀ ଏକ ନୂତନ ରିସର୍ଚ୍ଚ ଜରିଆରେ ଏହାର ଦାବି କରିଛନ୍ତି | ଏହି ରିସର୍ଚ୍ଚ ମୁତାବକ ଯଦି ଜଣେ ବ୍ୟକ୍ତି ପ୍ରତ୍ୟେକଦିନ ପେପର କପରେ ହାରାହାରି ତିନିଥର ଚା’ କିମ୍ବା କଫି ପିଇଥାଏ ତେବେ ସେ ୭୫,୦୦୦ ଛୋଟ ସୁକ୍ଷ୍ମ ପ୍ଲାଷ୍ଟିକର କଣିକାକୁ ଖାଇଥାଏ |
“ଟାଇମ୍ସ ଅଫ ଇଣ୍ଡିଆ”ର ରିପୋର୍ଟ ମୁତାବକ, ଏହି ରିସର୍ଚ୍ଚରେ ଏକଥାର ପୁଷ୍ଟି ହୋଇଛି ଯେ କପରେ ବ୍ୟବହାର କରାଯାଇଥିବା ସାମଗ୍ରୀରେ ସୁକ୍ଷ୍ମ ପ୍ଲାଷ୍ଟିକ ଏବଂ ଅନ୍ୟ ବିପଦଜ୍ଜନକ ଉପାଦାନ ଉପସ୍ଥିତ ରହିଥାଏ ଏବଂ ସେଥିରେ ଗରମ ତରଳ ପଦାର୍ଥ ରଖିବା ଦ୍ୱାରା ସେହି ପଦାର୍ଥରେ ଦୂଷିତ କଣିକା ଆସିଯାଇଥାଏ |
ପେପର କପ ଭିତରେ ହାଇଡ୍ରୋଫୋବିକ ଫିଲ୍ମର ଏକ ପତଳା ପରତ ରହିଥାଏ ଯାହା ଅଧିକାଂଶ ପ୍ଲାଷ୍ଟିକ ଏବଂ କେବେକେବେ କୋ-ପଲିମର ଦ୍ୱାରା ନିର୍ମିତ ହୋଇଥାଏ | ଏହି ଗବେଷଣାରେ ସିଭିଲ ଇଞ୍ଜିନିୟରିଙ୍ଗର ଅନୁସନ୍ଧାନକାରୀ ଏବଂ ଏସୋସିଏଟ ପ୍ରଫେସର ଡ. ସୁଧା ଗୋୟଲ ଅନ୍ୟ ଅନୁସନ୍ଧାନକାରୀଙ୍କ ସହିତ ମିଶି କହିଛନ୍ତି ଯେ ୧୫ ମିନିଟ ଭିତରେ ଏହି ସୁକ୍ଷ୍ମ ପ୍ଲାଷ୍ଟିକର ପରତ ଗରମ ପାଣି ସହିତ ପ୍ରତିକ୍ରିୟା କରି ତରଳି ଯାଇଥାଏ |
ଅନୁସନ୍ଧାନକାରୀ ଏହି ଗବେଷଣା ପାଇଁ ଦୁଇଟି ଭିନ୍ନ ଭିନ୍ନ ପ୍ରକ୍ରିୟାର ପାଳନ କରିଥିଲେ | ସେଥିରେ ଏହି କଥା ସାମ୍ନାକୁ ଆସିଲା | ଏହା ମଧ୍ୟ କୁହାଗଲା ଯେ ଏହି ସୁକ୍ଷ୍ମ ପ୍ଲାଷ୍ଟିକ ଆୟନ ବିଷାକ୍ତ ଧାତୁରେ ସମାନ ରୂପରେ ବାହକ ରୂପରେ କାର୍ଯ୍ୟ କରିପାରେ | ଯେତେବେଳେ ଏହା ମାନବ ଶରୀର ଭିତରେ ପହଞ୍ଚି ଯାଇଥାଏ, ସେତେବେଳେ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇ ପାରେ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।