ବିଛାଇ ମାୟା ଜାଲ ଶୋଷିଲେ ମହୁ , ପୋଲିସ ର ଜାଲରେ ରହସ୍ୟମୟୀ ମହିଳା

ବଲାଙ୍ଗିର ; ବର୍ତ୍ତମାନ ପୁରା ରାଜ୍ୟ ରେ ଜିଏସ୍ଟି ଠକେଇ କୁ ନେଇ ବହୁତ ଖବର ଆସୁଛି। ରାଉରକେଲା ରେ ଭୂତ କମ୍ପାନୀ କରି କୋଟି କୋଟି ଟଙ୍କା ର ଜିଏସ୍ଟି ଠକେଇ ହୋଇଥିବା ଘଟଣା ସାମ୍ମନା କୁ ଆସିଥିଲା। ବର୍ତ୍ତମାନ ଏହି ପରି ଏକ ମାମଲା ବଲାଙ୍ଗିର ରୁ ସାମ୍ମନା କୁ ଆସିଛି। ଜଣେ ୨୩ ବର୍ଷ ବୟସ ର ଯୁବକ ନାଁ ରେ ୨ କୋଟି ଟଙ୍କା ର ଜିଏସ୍ଟି ଠକେଇ ର ଅଭିଯୋଗ ଆସିଲା ପରେ , ବିଭାଗୀୟ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି।

ଏହି ଜାଲିଆତି ର ଘଟଣା ପଛରେ ଜଣେ ରହସ୍ୟମୟୀ ମହିଳା ରହିଛନ୍ତି ବୋଲି ଜଣା ପଡିଛି। ବଲାଙ୍ଗିର ଟାଉନ ପୋଲିସ ଅଭିଯୋଗ ପାଇଲା ପରେ ମହିଳା ଜଣଙ୍କୁ ଘରୁ ଉଠାଇ ଆଣି ଏହି ଘଟଣା ବିଷୟ ରେ ପଚରା ଉଚରା କରି ତଦନ୍ତ କରୁଛି। କେମିତି ମିଛ କହି ଲୋକମାନଙ୍କ ଠାରୁ ଡକ୍ୟୁମେଣ୍ଟ ଆଣୁଥିଲେ? କାହାକୁ ଡକ୍ୟୁମେଣ୍ଟ ଦେଇ ଏତେ ବଡ ଜିଏସ୍ଟି ର ଜାଲିଆତି କରୁଥିଲେ? ମହିଳା ଙ୍କର ମାଷ୍ଟର ମାଇଣ୍ଡ କିଏ? ଏହାର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି। ଏମିତି ପ୍ରଶ୍ନ ପଚାରିଛିି ବଲାଙ୍ଗିର ଟାଉନ ପୋଲିସ।

ସମ୍ପୃକ୍ତ ମହିଳା ଜଣଙ୍କର ନାମ ଗାୟତ୍ରୀ ଜୟସ୍ବାଲ ଏବଂ ତାଙ୍କର ପୁଅ ର ନାମ ବୀରେନ୍ଦ୍ର ଜୟସ୍ବାଲ ଉଭୟ ମା ପୁଅ ମିଶି ଏହି ଠକେଇ କାର୍ଯ୍ୟ ଜଣେ ଗାଉଁଲି ଯୁବକ ସହ କରିଛନ୍ତି। ଏହି ମହିଳା ଙ୍କର ସମ୍ପୃକ୍ତି ବିଷୟରେ ବଲାଙ୍ଗିର ପୋଲିସ ଜଣିଲା ପରେ ମହିଳା ଜଣଙ୍କୁ ପୋଲିସ ବଲାଙ୍ଗିର ଟିକ୍ରାପଡା ଘରୁ ଉଠାଈ ନେଇଛି। ଗତ କାଲି ରାତି ଠାରୁ ପୋଲିସ ଏବଂ ଜିଏସଟି ଅଫିର ଘଣ୍ଟା ଘଣ୍ଟା ଧରି ଜେରା କରୁଛି ମହିଳା ଜଣଙ୍କୁ।

ଛଅ ମାସ ତଳେ କୌଣସି କାର୍ଯ୍ୟ ର ସମ୍ପର୍କ ସ୍ଥାପନ କରି ଗାୟତ୍ରୀ ପହଁଚି ଥିଲେ ଯାଇ ଦେଓଗାଁ ବ୍ଲକ ର ସାରସମାଲ ଗାଁ ରେ। ଆଗେ ସେ ସେହି ଗାଁର ଜଣେ ମହିଳା ମୀନା ସାହୁ ଙ୍କ ପରିଚିତ ହୋଇଥିଲେ। ତା ପରେ ସେ ମୀନା ଙ୍କ ସହିତ ଆଉ କେତେକ ମହିଳାଙ୍କୁ ସିଲେଇ ଟ୍ରେନିଙ୍ଗ ଦେଇଥିଲେ। ତିନି ମାସ ର ସିଲେଇ ସିଖେଇବା ପରେ ଆରମ୍ଭ କରିଥିଲେ ନିଜ କାଣ୍ଡ କାରନାମା। ଲୋନ କିପରି କରି ବ୍ୟବସାୟ ବଢାଇବେ ସେହି ବିଷୟ ରେ ସେ ମୀନା ଙ୍କୁ ବୁଝାଇ ଥିଲେ। ସେ ଏମିତି ବିଶ୍ବାସ ମଧ୍ୟ ଦେଇଥିଲେ କି ଜଣେ ନୁହେଁ ଦଶ ଜଣଙ୍କର ଡକ୍ୟୁମେଣ୍ଟ ଦେଲେ ମଧ୍ୟ ସେ ଲୋନ କରାଇ ଦେବେ।

ସମ୍ପୃକ୍ତ ମହିଳା ଜଣକ ମିଠା କଥା ରେ ଏମାନଙ୍କ ଠାରୁ ଦରକାର ମୁତାବକ ସବୁ ଡକ୍ୟୁମେଣ୍ଟ ହାତେଇ ନେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଅସଲ ଖେଳ। ନିଜ ପୁଅ ନାମ ରେ ଏକ ଟ୍ରାନ୍ସପୋର୍ଟ କମ୍ପାନୀ ର ଏଗ୍ରିମେଣ୍ଟ କରି ଆରମ୍ଭ କରିଥିଲେ ଠକେଇ। ସଇଁନ୍ତଲା ଥାନା ଘଣ୍ଟାମାଳ ଗାଁରୁ ସାରସମାଳ ଗାଁ ଭିତରୁ ଦୁଇଟି ଭୂତ କମ୍ପାନୀ ର ଦେଣ ନେଣ ଆରମ୍ଭ ହୋଇଥିଲା। କାରଣ ମୀନା ସାହୁ ଙ୍କ ଦ୍ବାରା ତାଙ୍କ ଭାଣେଇ ଙ୍କ ଠାରୁ ସମାନ କାଗଜପତ୍ର ନେଇଥିଲେ।ତେଣୁ ମହେନ୍ଦ୍ର ଦେଇଥିବା କାଗଜପତ୍ର ରେ କଣ୍ଟାମାଳ ଗାଁରେ ଏକ ସିନ୍ଧୁଜା ଷ୍ଟିଲ କମ୍ପାନୀ ନାମରେ ରବିନ୍ଦ୍ର ଭୋଇ ନାମରେ ଏହି କମ୍ପାନୀ ଚାଲିଥିଲା। କମ୍ପାନୀ ର ବ୍ୟବସାୟ ସାରସମାଲ ଗାଁ ର ଟ୍ରାନ୍ସପୋର୍ଟ କମ୍ପାନୀ ର ମାଲିକ ଥିଲେ ତାଙ୍କ ପୁଅ ରବିନ୍ଦ୍ର। କମ୍ପାନୀ ସାରସମାଲ ଗାଁର ସବିତା ରଣା ଙ୍କ ଘରେ କାମ କରୁଥିବା କାଗଜପତ୍ର ରେ ଦେଖାଇଥିଲେ। କିନ୍ତୁ ଏହାର ତଦନ୍ତ ପରେ ଜଣା ପଡିଲା କି ଏସବୁ ଭୂତ କମ୍ପାନୀ ବୋଲି ଏବଂ ଏହା ସହିତ ଦୁଇ କୋଟି ଟଙ୍କାର ଜିଏସଟି ଠକେଇ ବୋଲି ଜଣା ପଡିଛି।

ଜିଏସଟି ଜାଲିଆତି କେସ ରେ ଫସି ଥିଲେ ମହେନ୍ଦ୍ର ଙ୍କ ସାନ ଭାଈ ନରେନ୍ଦ୍ର ସାହୁ। ବଡ ଭାଈ ମହେନ୍ଦ୍ର ଙ୍କ ପାଖରୁ ଏ ସବ ଶୁଣି ଲୋନ ଆଶା ରେ ଗାୟତ୍ରୀ ଜୟସ୍ବାଲ ଙ୍କୁ ସବୁ ଡକ୍ୟୁମେଣ୍ଟ ଦେଇ ଦେଇଥିଲେ। ଗାୟତ୍ରୀ ନିଜ ପୁଅ ବିରେନ୍ଦ୍ର ଙ୍କ ସହ ନରେନ୍ଦ୍ର ଙ୍କୁ କଟକ ପଠାଇ। ସେଠାରେ ତିନି ଜଣ ଲୋକ ଦାନ ସାରା ବିଭିନ୍ନ ବ୍ୟାଙ୍କ ବୁଲାଇ ଆକାଉଣ୍ଟ ଖୋଲିଥିଲେ ଏବଂ ଅନେକ ଡକ୍ୟୁମେଣ୍ଟ ସହିତ ସିଗନେଚର ମଧ୍ୟ ନେଇଥିଲେ। ତା ପରେ ନରେନ୍ଦ୍ର ଙ୍କୁ ଖାଇବା କୁ ଦେଇ ବଲାଙ୍ଗିର ପଠାଇ ଦେଇଥିଲେ। ନରେଦ୍ର ଙ୍କ ଫେଡରାଲ ଆକାଉଣ୍ଟ ରେ ପ୍ରଥମେ ୮୦ ହଜାର ଟଙ୍କା ଡିପୋଜିଟ ହୋଇଥିଲା। ତା ପରେ ନରେନ୍ଦ୍ର ଙ୍କ ପାଖରୁ ଚେକ ନେଇ ଗାୟତ୍ରୀ ଟଙ୍କା ଉଠାଇ ଥିଲେ ।

ଏହା ପରେ ତାଙ୍କ ପାଖକୁ ଆସିଲା ଆଇସିଆଇ ବ୍ୟାଙ୍କ ର ଚେକବୁକ ଏବଂ ଏକ୍ସିସ ବ୍ୟାଙ୍କ ର ଏଟିଏମ କାର୍ଡ। ଚେକ ବୁକ ରେ ଲେଖା ଥିଲେ କୋଲାଡିଆ ଟ୍ରାଡର୍ସ ଏବଂ କମ୍ପାନୀ ର ମାଲିକ ଥିଲେ ନରେନ୍ଦ୍ର ସାହୁ। ଏହା କୁ ଦେଖି ସନ୍ଦେହ କରିଥିଲେ ନରେନ୍ଦ୍ର। କିନ୍ତୁ ଏହି ସମୟ ବେଳକୁ ଗାଁ ର ରବିନ୍ଦ୍ର ଭୋଇ ଏବଂ ନରେନ୍ଦ୍ର ଙ୍କ ବଡ ଭାଈ ଜିଏସଟି ଠକେଇ ମାମଲା ରେ ଫସି ସାରିଥିଲେ। ସେଥିପାଇଁ ନରେନ୍ଦ୍ର ଡେରି ନକରି ଆସି ବଲାଙ୍ଗିର ଟାଉନ ଥାନା ରେ ଅଭିଯୋଗ କରିଥିଲେ। କିନ୍ତୁ ଗତ କାଲି ରାତି ରେ ତଦନ୍ତ ସମୟ ରେ ନରେନ୍ଦ୍ର ଙ୍କ ନାଁ ରେ ଥିବା ଭୂତ କମ୍ପାନୀ ସାହାର୍ଯ୍ୟ ରେ ଦଶ କୋଟି ଟଙ୍କା ର କାରବାର ହୋଇଛି।

Leave a Reply

Your email address will not be published. Required fields are marked *