ଆମେରିକାର ରାଷ୍ଟ୍ରପତି ଚୌକିରେ କିଏ ବସିବ ଏହାର ଚିତ୍ର ବର୍ତ୍ତମାନ ପାଖାପାଖି ସ୍ପଷ୍ଟ ହୋଇ ସାରିଛି | ଆମେରିକୀୟ ମିଡ଼ିଆ ଦାବି କରିଥିଲା ଯେ ଡେମୋକ୍ରେଟିକ ପାର୍ଥୀ ଜୋସେଫ ରାବିନେଟ ବାଇଡେନ ଜୁନିୟର ଆମେରିକାର ଆଗାମୀ ରାଷ୍ଟ୍ରପତି ହେବେ | ସେ ରିପବ୍ଲିକନ ପାର୍ଥୀ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ହରାଇ ଦେଇଛନ୍ତି |
୨୦ ନଭେମ୍ବର ୧୯୪୨ ମସିହାରେ ଜନ୍ମଗ୍ରହଣ କରିଥିବା ବାଇଡେନ ୭୮ ବର୍ଷ ବୟସରେ ରାଷ୍ଟ୍ରପତି ପଦବୀରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି | ସେ ଆମେରିକା ଇତିହାସର ସବୁଠୁ ଅଧିକ ବୟସ୍କ ରାଷ୍ଟ୍ରପତି ହେବେ | ଏହା ମଧ୍ୟ କୌତୁହଳ ଜନିତ କଥା ଅଟେ ଯେ ଯେତେବେଳେ ସେ ୧୯୭୨ ମସିହାରେ ସିନେଟ ପାଇଁ ମନୋନୀତ ହୋଇଥିଲେ ସେତେବେଳେ ସେ ସବୁଠୁ କମ ବୟସର ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଥିଲେ |
ବାଇଡେନ ଯେତେବେଳେ ସୀନେଟ ପାଇଁ ମନୋନୀତ ହୋଇଥିଲେ ସେହି ସମୟ ପର ଠାରୁ ହିଁ ତାଙ୍କୁ ଏକ ଗମ୍ଭୀର ଧକ୍କାର ସାମ୍ନା କରିବାକୁ ପଡିଥିଲା | ଏକ କାର ଏକ୍ସିଡେଣ୍ଟରେ ତାଙ୍କ ପତ୍ନୀ ନୀଲିୟା ଏବଂ ଝିଅ ନାଓମୀନବକର ମୃତ୍ୟୁ ହୋଇଯାଇଥିଲା | ତାଙ୍କ ପୁଅ ହଣ୍ଟର ଏବଂ ବ୍ୟୁ ମଧ୍ୟ ଏହି ଧକ୍କାରେ ଗମ୍ଭୀର ରୂପରେ ଆହତ ହୋଇଥିଲେ |
ଦୁର୍ଘଟଣା ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବାଇଡେନ ନିଜ ଭଉଣୀ ବେଲେରୀ ଏବଂ ତାଙ୍କ ପରିବାରର ସାହାଯ୍ୟରେ ବ୍ୟୁ ଏବଂ ହଣ୍ଟରଙ୍କର ଲାଳନ ପାଳନ କରିଥିଲେ | ବାଇଡେନ ପତ୍ନୀ ନୀଲିୟାଙ୍କର ମୃତ୍ୟୁର ୫ ବର୍ଷ ପରେ ଜିଲଙ୍କୁ ବିବାହ କରିଥିଲେ | ତାଙ୍କର ଏସଲି ନାମକ ଗୋଟିଏ ଝିଅ ମଧ୍ୟ ଅଛି |
ରାଷ୍ଟ୍ରପତି ପଦ ପାଇଁ ତୃତୀୟ ପ୍ରଚେଷ୍ଟା :
ବାଇଡେନ ୧୯୮୮ ଏବଂ ୨୦୦୮ରେ ରାଷ୍ଟ୍ରପତି ପଦବୀର ଏହି ଦୌଡରେ ଶାମିଲ ହୋଇଥିଲେ ତେବେ ତାଙ୍କୁ ବିଫଳତା ହିଁ ମିଳିଥିଲା | ୧୯୯୮ ମସିହାରେ ତାଙ୍କ ଉପରେ ସାହିତ୍ୟିକ ଚୋରୀର ଆରୋପ ଲାଗିଥିଲା ଏବଂ ତାଙ୍କୁ ପଛକୁ ହଟିବାକୁ ପଡିଲା |
ଦୁଇଥର ରହିଥିଲେ ଉପରାଷ୍ଟ୍ରପତି:
ଓବାମାଙ୍କ ନିକଟତର ବାଇଡେନ ତାଙ୍କ କାର୍ଯ୍ୟାଳୟରେ ୨୦୦୮ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ମଧ୍ୟ ରହିଥିଲେ | ଏହି ନିର୍ବାଚନରେ ମଧ୍ୟ ଓବାମା ତାଙ୍କୁ ବହୁତ ସମର୍ଥନ ଦେଇଥିଲେ |
ବିବାଦ ସହିତ ମଧ୍ୟ ରହିଥିଲା ସମ୍ପର୍କ:
ବାଇଡେନ ବିବାଦରେ ମଧ୍ୟ ରହିଛନ୍ତି ତାଙ୍କ ଉପରେ ବ୍ରିଟିଶ ଲେବର ପାର୍ଟିର ନୀଳ କିନ୍ନାଙ୍କଙ୍କର ଭାଷଣର ସାହିତ୍ୟିକ ଚୋରୀର ଆରୋପ ଲାଗିଥିଲା | ସେହିପରି ଜଣେ ମହିଳା ବାଇଡେନଙ୍କ ଉପରେ ଯୌନ ଉତ୍ପୀଡ଼ନର ଆରୋପ ଲଗାଇ କହିଥିଲେ ଯେ ଏହି ଘଟଣା କ୍ୟାପିଟାଲ ହିଲର ଭୂତଳରେ ୧୯୯୩ରେ ବଆଇଡେନଙ୍କର କାର୍ଯ୍ୟାଳୟରେ ହୋଇଥିଲା ଏବଂ ସେ ସେସମୟରେ ସେଠାରେ କାମ କରୁଥିଲେ | ବାଇଡେନ ଏହି ଆରୋପ ଗୁଡିକୁ ପ୍ରତ୍ୟାଖାନ କରି କହିଥିଲେ ଯେ ଏପରି କେବେହେଲେ ହୋଇ ନାହିଁ |
ଟ୍ରମ୍ପଙ୍କ ନିଷ୍ପତ୍ତି ବଦଳିବାର ଘୋଷଣା:
ବାଇଡେନ ଏହା ପ୍ରଥମେ ଘୋଷଣା କରି ସାରିଥିଲେ ଯେ ସେ ଟ୍ରମ୍ପଙ୍କର ଅନେକ ନିଷ୍ପତ୍ତିକୁ ବଦଳାଇ ଦେବେ | ଆମେରିକୀୟର ଘରୋଇ ମାମଲା ଠାରୁ ଆରମ୍ଭ କରି ବିଦେଶ ମାମଲା ବଦଳାଇ ଦେବେ | ଏଥିରେ ଆମେରିକୀୟ ଘରୋଇ ମାମଲା ଠାରୁ ଆରମ୍ଭ କରି ବିଦେଶ ମାମଲା ସହ ଜଡିତ ନିଷ୍ପତ୍ତି ମଧ୍ୟ ଶାମିଲ ରହିଛି |