ଯେତେବେଳେ ମୋଦି ମାଗିଲେ ବିଡେନଙ୍କୁ ଏକ ଗ୍ଲାସ ଗରମ ପାଣି, ନୂତନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ପୁରୁଣା ବନ୍ଧୁତା

୩ ନଭେମ୍ବର କୁ ହୋଇଥିବା ଆମେରିକା ରାଷ୍ଟ୍ରପତି ଭୋଟର ଫଳ ଆସି ସାରିଛି। ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ଡେମୋର୍କେଟିକ ପାର୍ଟିର ନେତା ବାଇଡେନ ବହୁତ ସୁନ୍ଦର ଭାବରେ ଜିତି ଛନ୍ତି। ବାଇଡେନଙ୍କ ଜିତିବା ପରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭକାମନା ଜଣେଇଛନ୍ତି। ଏବଂ ଏହା ସହିତ ସେ ଲେଖିଛନ୍ତି କି ଆଗକୁ ସେ ତାଙ୍କ ସହ କାମ କରିବାକୁ ବହୁତ ଉତ୍ସାହିତ ଅଛନ୍ତି। ଆମେରିକାର ନୂଆ ରାଷ୍ଟ୍ରପତି ବାଇଡେନ ଏବଂ ମୋଦୀଙ୍କର ସମ୍ପର୍କ ବହୁତ ନିବିଡ ରହି ସାରିଛି। ୨୦୧୪ ରେ ଯେତେବେଳେ ବାଇଡେନ ଉପରାଷ୍ଟ୍ରପତି ଥିଲେ , ଏହି ସମୟ ରେ ବାଇଡେନ ମୋଦୀଙ୍କ ପାଇଁ ଲଞ୍ଚର ଆୟୋଜନ କରିଥିଲେ। ଯଦିଓ ସେତେବେଳେ ମୋଦୀ ନବରାତ୍ରି ର ଉପବାସ କରିଥିଲେ ସେଥିପାଇଁ ସେ କେବଳ ଗୋଟିଏ ଗ୍ଲାସ ଗରମ ପାଣି ମାଗିଥିଲେ।

୨୦୧୪ ଅକ୍ଟୋବର କୁ ମୋଦୀ ଯେତେବେଳେ ଆମେରିକା ଯାଇଥିଲେ ସେତେବେଳେ ବାଇଡେନ ବହୁତ ସୁନ୍ଦର ଭାବରେ ତାଙ୍କର ସ୍ବାଗତ କରିିଥିଲେ। ସେହି ସମୟରେ ବରାକ ଓବାମା ଆମେରିକା ର ରାଷ୍ଟ୍ରପତି ଥିଲେ ଏବଂ ବାଇଡେନ ଉପରାଷ୍ଟ୍ରପତି ଥିଲେ।

ଓ୍ବାସିଙ୍ଗଟନ ଷ୍ଟେଟ ର ଡିପାର୍ଟମେଣ୍ଟ ରେ ଯୋ ବାଇଡେନ ମୋଦୀ ଙ୍କ ପାଇଁ ଲଞ୍ଚ ର ବ୍ୟବସ୍ଥା କରିଥିଲେ। ନବରାତ୍ରି ର ବ୍ରତ ଥିବାରୁ ମୋଦୀ ଲଞ୍ଚ କରିନଥିଲେ। ସେଥିପାଇଁ ସେ ଓ୍ବେଟର କୁ ଏକ ଗ୍ଲାସ ଗରମ ପାଣି ମାଗିଥିଲେ।

ଏହି ସାକ୍ଷାତ ହେବାର ଫଟୋ ପୁଣି ଥରେ ସୋଶିଆଲ ମିଡିଆରେ ପୁଣି ଥରେ ଭାଇରାଲ ହେବାକୁ ଲାଗିଛି। ମୋଦୀ ଏବଂ ଟ୍ରମ୍ପ ଙ୍କର ବନ୍ଧୁତ୍ବ ବିଷୟ ରେ ସମସ୍ତେ ଜାଣିଛନ୍ତି। କିନ୍ତୁ ନୂଆ ରାଷ୍ଟ୍ରପତି ଙ୍କ ସହ ମଧ୍ୟ ମୋଦୀ ଙ୍କର ବହୁତ ଭଲ ନିବିଡ ସଂମ୍ପର୍କ ଅଛି। ଆମେରିକା ସହି ତ ଆଗକୁ ଭାରତ ର ସମ୍ପର୍କ ମଧୁର ରହିବ ବୋଲି ଚର୍ଚ୍ଚା ଚାଲିଛି।

୬ ବର୍ଷ ପୂର୍ବେ ଯେତେବେଳେ ନବରାତ୍ରି ସମୟ ରେ ମୋଦୀ ଓ୍ବାସିଙ୍ଗଟନ ଯାଇଥିଲେ, ସେତେବେଳେ ବାଇଡେନ ତାଙ୍କର ବହୁତ ଧ୍ୟାନ ରଖିଥିଲେ। ଲଞ୍ଚ ର ମେନ୍ୟୁ ପୁରା ଭେଜ ରଖା ଯାଇଥିଲା। କିନ୍ତୁ ସେ ସମୟ ରେ ମୋଦୀ କେବଳ ଲେମ୍ବୁ ପାଣି ପିଅନ୍ତି।

ଏହି ଲଞ୍ଚ ରେ ମୋଦୀ ଅନ୍ୟ ଅତିଥୀ ଙ୍କୁ ସ୍ବାଦିଷ୍ଟ ଖାଇବା ର ମଜା ଉଠେଇବା କୁ କହିଥିଲେ ଏବଂ ନିଜ ପାଇଁ କେବଳ ପାଣି ମଗେଇ ଥିଲେ। ଏହି ପୁରା ଇଭେଣ୍ଟ ରେ ବାଇଡେନ ବହୁତ ସୁନ୍ଦର ଭାବେ ହୋଷ୍ଟ ର ଭୂମିକା କରିଥିଲେ।

ଏହି ଲଞ୍ଚ ର ଆୟୋଜନ ବାଇଡେନ ମାସକ ପୂର୍ବରୁ ଆରମ୍ଭ କରିଦେଇ ଥିଲେ। ମୋଦୀ ଙ୍କର ପସନ୍ଦ ନାପସନ୍ଦ ର ମଧ୍ୟ ବହୁତ ଧ୍ୟାନ ରଖାଯାଇଥିଲା।

ବାଇଡେନ ସବୁଠାରୁ ଯୁବକ ସୀନେଟର ସହିତ ସବୁଠାରୁ ବୟସ୍କ ରାଷ୍ଟ୍ରପତି ହେବାର ରେର୍କଡ କରି ସାରିଛନ୍ତି। ୭୭ ବର୍ଷ ର ବାଇଡେନ ୬ ଥର ସୀନେଟର ରହିଛନ୍ତି। ବରାକା ଓବାମା ଯେତେବେଳେ ରାଷ୍ଟ୍ରପତି ଥିଲେ ସେତେବେଳେ ବାଇଡେନ ଉପରାଷ୍ଟ୍ରପତି ଥିଲେ।

ଏହା ପ୍ରଥମ ନୁହେଁ କି ବାଇଡେନ ରାଷ୍ଟ୍ରପତି ଙ୍କ ଭୋଟ ଦୌଡ ରେ ସାମିଲ ହୋଥିଲେ। ଏହା ପୂର୍ବରୁ ୧୯୮୮ ଏବଂ ୨୦୦୮ ରେ ସେ ରାଷ୍ଟ୍ରପତି ପଦ ଭୋଟ ଦୌଡ ରେ ସାମିଲ ହୋଇଥିଲେ କିନ୍ତୁ ସେ ସଫଳ ହୋଇ ନଥିଲେ।

Leave a Reply

Your email address will not be published. Required fields are marked *