ବର୍ଷକ ମଧ୍ୟରେ ୩୨୬ ଗୋଟି ଗାଁ ହେବ “ସୁନାମୀ ରେଡ୍ଡୀ ଗାଁ” କହିଲେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା

ପ୍ରଥମେ ରାଜ୍ୟର ୩୨୮ ଗାଁ ସୁନାମୀ ରେଡ୍ଡି ଭିଲେଜ ହେବାକୁ ନେଇ ନିଷ୍ପତ୍ତି କରାଯାଇଥିଲା ଏବଂ ଅକ୍ଟୋବର ସୁଦ୍ଧା ଏହି କାମ ସରିବା ନେଇ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଥିଲା । ସୁନାମୀ ସମୟରେ ଲୋକମାନେ କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ଏବଂ ଜୀବନ ବଂଚାଇ ପାରିବେ ତାହାହିଁ ସୁନାମୀ ରେଡ୍ଡି ଭିଲେଜର ଲକ୍ଷ୍ୟ ରହିଥିଲା । ତେବେ ଅଗଷ୍ଟ ମାସରେ ଓଡ଼ିଶାର ଦୁଇଟି ଗାଁ ଗଞ୍ଜାମ ଜିଲ୍ଲାର ଭେଙ୍କଟାରାଇପୁର ଓ ଜଗତସିଂହପୁର ପାରାଦୀପସ୍ଥିତ ନୋଳିଆ ସାହିକୁ ୟୁନେସ୍କୋ ପକ୍ଷରୁ ‘ସୁନାମୀରେଡ୍ଡୀ ଗାଁ’ ଭାବେ ଚିହ୍ନଟ କରାଯାଇଛି। ଭାରତ ମହାସାଗର ଅଞ୍ଚଳରେ କମ୍ୟୁନିଟି(ଗୋଷ୍ଠୀ) ସହାୟତାରେ ‘ସୁନାମୀରେଡ୍ଡୀ’ ମାନ୍ୟତା ପାଇବାରେ ୨୨ଟି ଦେଶ ମଧ୍ୟରେ ଓଡ଼ିଶା ପ୍ରଥମ ରହିଛି ।

ଏହାକୁ ଦୃଷ୍ଟିରେ ରଖି, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ବର୍ଷକ ମଧ୍ୟରେ ରାଜ୍ୟର ସମୁଦ୍ର ଉପକୂଳରେ ଥିବା ୩୨୬ଟି ଗାଁକୁ ‘ସୁନାମୀ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଗାଁ’ ଭାବେ ବିକଶିତ କରାଯିବ। ଏସବୁ ଗାଁ କେବଳ ସୁନାମୀ ପାଇଁ ନୁହେଁ ବାତ୍ୟା, ବନ୍ୟା ଏବଂ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମଧ୍ୟ ସବୁବେଳେ ପ୍ରସ୍ତୁତ ରହିବ ।

ଏହି ଗାଁ ଗୁଡ଼ିକର ଯୁବପିଢି ମାନଙ୍କୁ ଉଦ୍ଧାର ଏବଂ ସୁନାମୀ, ବନ୍ୟା ବାତ୍ୟା ସହିତ ମୁକାବିଲା ପାଇଁ ପ୍ରଶିକ୍ଷଣ ଦିଆଯିବ । ଲୋକଙ୍କୁ ଫାଷ୍ଟେଡ, ସେଲ୍ଟର ଏବଂ ସାମାଜିକ ସହଯୋଗ ଯୋଗାଇ ଦେବା ପାଇଁ ସ୍ଥାନୟ ଲୋକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କର ଦକ୍ଷତା ମଧ୍ୟ ବିକାଶ କରାଯିବ । ଏପରି କରିବା ଦ୍ବାରା ତାଙ୍କର ଆତ୍ମବିଶ୍ବାସ ମଧ୍ୟ ବଢିବ। ସେମାନେ ଯେକୌଣସି ସମୟରେ ସୁନାମୀ ମୁକାବିଲା ପାଇଁ ପ୍ରସ୍ତୁତ ରହିବେ ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *