ଏହି ଦେଶ ଗୁଡିକ କୋରାନା ଭାଇରସ ପାଇଁ ୧୭ ମିଲିୟନ ମିଙ୍କ ଙ୍କୁ ମାରିବ

କୋରୋନା ମହାମାରୀ ର ସଂକ୍ରମଣ କୁ ରୋକିବା ପାଇଁ ଡେନମାର୍କ ର ସରକାର ନେଲେ ବଡ ପଦକ୍ଷେପ । ଦେଶରେ ଥିବା ନେଉଳ ପ୍ରଜାତି ର ଜୀବ / ମିଙ୍କ ଙ୍କୁ ହତ୍ୟା କରିବା ପାଇଁ ନିଶ୍ଚିତ କଲେ। କୋରୋନା ଭାଇରସ ର ଏକ ନୂଆ ଷ୍ଟ୍ରେନ ଏମାନଙ୍କର ଶରୀର ରେ ଦେଖିବାକୁ ମିଳିଛି। ଏହି ଜୀବ ମାନଙ୍କ ଶରୀର ରୁ ମନୁଷ୍ୟ ମାନଙ୍କ ଶରୀର କୁ ସେହି ଷ୍ଟ୍ରେନ ଆସିବାର ସମ୍ଭାବନା ରହି ଥିବା ରୁ ସେଥି ପାଇଁ ସେଠାକାର ସରକାର ଏହି ପଦକ୍ଷେପ ଆପଣେଇ ଛନ୍ତି।

ଡେନମାର୍କ ର ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସନ କହିଛନ୍ତି କି ବର୍ତ୍ତମାନ କୋରୋନା ଭାଇରସ ର ଏକ ସ୍ଟ୍ରେନ ଲୋକମାନଙ୍କୁ ସଂକ୍ରମିତ କରିଚାଲିଛି। ଏହି ନୂଆ ସ୍ଟ୍ରେନ ମିଙ୍କ ମାନଙ୍କ ଶରୀର ରେ ମଧ୍ୟ ଦେଖିବାକୁ ମିଳିଛି। ଏହି ନୂଆ ସ୍ଟ୍ରେନ ପାଇଁ ମନୁଷ୍ୟ ମାନଙ୍କ ଶରୀର ରେ ଆଣ୍ଟିବଡି କମ ହୋଇ ଚାଲିଛି। ସେମିତି ଏହି ନୂଆ ସ୍ଟ୍ରେନ କୋରୋନା ଟିକା କୁ ମଧ୍ୟ ପ୍ରଭାବିତ କରିପାରେ।

ଏହି ନେଉଳ ପ୍ରଜାତି ର ମିଙ୍କ ଙ୍କ ଠାରୁ ଏହି ସ୍ଟ୍ରେନ ମନୁଷ୍ୟ ଙ୍କ ଶରୀର କୁ ଆସୁଛି। ସ୍ବାସ୍ଥ୍ୟ ବିଭାଗ ରୁ ଏହି ସୂଚନା ଆସିବା ପରେ ସେଠାକାର ସରକାର ଏହି ନିସ୍ପତି ନେଇଛନ୍ତି କି ତାଙ୍କ ଦେଶରେ ଥିବା ୧୭ ନିୟୂତ ମିଙ୍କ ଙ୍କୁ ହତ୍ୟା କରାଯିବ। କୋରୋନା ଏହି ସ୍ଟେ୍ରନ ଡେନର୍ମାକ ରେ ଦେଖା ଦେଇଛି ବୋଲି ଆମକୁ ସାରା ବିଶ୍ବ କୁ ଯଣାଇବାକୁ ପଡିବ। ଏବଂ ତା ସହିତ ସତର୍କ ମଧ୍ୟ ରହିବାକୁ ପଡିବ। ବିଶ୍ବ ପ୍ରତି ତାଙ୍କର କର୍ତ୍ତବ୍ୟ ରହିଛି ବୋଲି ଡେନର୍ମାକ ର ସରକାର କହିଛନ୍ତି।

ଡେନର୍ମାକ ହେଉଛି ୟୁରୋପ ର ସବୁଠାରୁ ବଡ ମିଙ୍କ ଲୋମ ରେ ହୋଇଥିବା କୋର୍ଟ ର ରପ୍ତାନୀ ଏବଂ ଉତ୍ପାଦନକାରୀ ଦେଶ। ସେଠାକାର ସରକାର କହିଛନ୍ତି ଗୁରୁବାର କୁ କୋରୋନା ର ନୂଆ ସ୍ଟ୍ରେନ ରେ ସଂକ୍ରମିତ ପାଞ୍ଚୋଟି କେସ ମିଙ୍କ ର୍ଫାମ ରୁ ଚିହ୍ନଟ ହୋଇଛି। ଏହାପରେ ଏହି ସ୍ଟ୍ରେନ ୧୨ ଲୋକ ଙ୍କ ଶରୀର କୁ ଯାଇଛି। ଏବେ ସେହି ଦେଶରେ ୧୫ ରୁ ୧୭ ମିଲିୟନ ମିଙ୍କ ରହିଛନ୍ତି।

ଜୁନ ମାସ ରୁ ସଂକ୍ରମିତ ଜିୀବଙ୍କୁ ମରି ଦିଆ ଯିବା ପରେ ମଧ୍ୟ ଏବେ ଭିନ୍ନ ଭିନ୍ନ ମିଙ୍କ ଦ୍ବାରା ଏହି ସଂକ୍ରମଣ ଆରମ୍ଭ ହୋଇ ବଢି ଚାଲିଛି। ଏଥିପାଇଁ ଏହି ଜୀବ ମାନଙ୍କୁ ମାରିବା ପାଇଁ ସନା,ପୋଲିସ ଏବଂ ହୋମଗାର୍ଡ ଙ୍କୁ ସେଠାକାର ସରକାର ଆଦେଶ ଦେଇଛନ୍ତି। ଏହି ଜୀବ ମାନଙ୍କୁ ବହୁତ ଶିଘ୍ର ମାରଦିଆ ଜୀବ।

ଏହି ସମୟ ରେ ଡେନର୍ମାକ ରେ କୋରୋନା ସଂକ୍ରମଣ ବଢୁଥିବା ରୁ ସେଠାରେ କଡା କଡି ଭାବେ ଲକଡାଉନ ଜାରି କରାଯାଇଛି। ଏହି ଲକଡାଉନ ସମୟ ରେ ସବୁ ମିଙ୍କ ଙ୍କୁ ହତ୍ୟା କରାଯିବ। ଉତ୍ତର ଡେନର୍ମାକ ରେ ବହୁତ ମିଙ୍କ ଫାର୍ମ ରହିଛି ସେଥିପାଇଁ ସେଠାରେ ବିଶେଷ ଧ୍ୟାନ ଦିଆଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *