ବିବାହର ୮ ବର୍ଷ ପରେ ମଧ୍ୟ ହୋଇପାରୁ ନଥିଲା କୌଣସି ସନ୍ତାନ, କରବାଚୌଥ ଦିନ ସ୍ୱାମୀଙ୍କ ସହ କଲେ ଏମିତି କାମ

କରବାଚୌଥର ଅବସରରେ ଦେଶ ବିଦେଶରେ ମହିଳାମାନେ ନିଜର ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ବ୍ରତ କରୁଥିଲେ | ମାତ୍ର ମଧ୍ୟପ୍ରଦେଶରେ ଏହି ଦିନ ଜଣେ ମହିଳାଙ୍କ ଉପରେ ନିଜ ସ୍ୱାମୀଙ୍କୁ ଜିଅନ୍ତା ଜଳାଇଦେବାର ଚାଞ୍ଚଲ୍ୟକାରୀ ଆରୋପ ଲାଗିଛି | ରିପୋର୍ଟ ମୁତାବକ ପତ୍ନୀ ଜଣକ ପିଲା ନହେବାକୁ ନେଇ ବିବାଦ ପରେ ସ୍ୱାମୀଙ୍କ ଉପରେ କିରୋସିନ ପକାଇ ଜିଅନ୍ତା ଜଳାଇ ଦେଇଥିଲେ |

ଏହି ଘଟଣାଟି ଗନ୍ଧବାନୀର ବୋରଡାବରା ଗାଁର ଅଟେ | ରାତି ପାଖାପାଖି ଦେଢ଼ ଘଣ୍ଟା ସମୟରେ ଝଗଡା ପରେ ସ୍ୱାମୀଙ୍କୁ ଜିଅଁନ୍ତା ଜଳାଇ ଦେବା ପାଇଁ ପତ୍ନୀ ଚେଷ୍ଟା କରିଥିଲେ | ଆହତ ଅବସ୍ଥାରେ ସ୍ୱାମୀଙ୍କୁ ଜିଲ୍ଲା ହସ୍ପିଟାଲରେ ପଠାଇଦିଆଯାଇଥିଲା କିନ୍ତୁ ତାଙ୍କର ମୃତ୍ୟୁ ହୋଇଗଲା | ପୋଲିସ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରି ନେଇଯାଇଛି |

ପୋଲିସ ମୁତାବକ ବିବାଦ ହେବାର ମୁଖ୍ୟ କାରଣ ବିବାହର ୮ ବର୍ଷ ପରେ ମଧ୍ୟ କୌଣସି ସନ୍ତାନ ହେଉନଥିଲା | ପୋଲିସ କହିଛି ଯେ ପିଲା ନହେବା କାରଣରୁ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା | ଘଟଣା ଦିନ ବିବାଦ ଏତେ ଅଧିକ ବଢିଯାଇଥିଲା ଯେ ପତ୍ନୀ ହୀରଲବାଈ କିରୋସିନ ପକାଇ ସ୍ୱାମୀ ତୋପ ସିଂହଙ୍କୁ ନିଆଁ ଲଗାଇଦେଇଥିଲେ |

ତୋପ ସିଂହଙ୍କ ଚିତ୍କାର କରିବାର ସ୍ୱର ଶୁଣି ଆଖପାଖରେ ଲୋକମାନେ ତାଙ୍କ ଘର ପହଞ୍ଚିଲେ ଏବଂ ପାଣି ପକାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳକୁ ସେ ବହୁତ ପରିମାଣରେ ଜଳିଯାଇ ସାରିଥିଲେ | ଗମ୍ଭୀର ସ୍ଥିତିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରି ଦେଇଥିଲେ |

ସ୍ୱାମୀଙ୍କର ମୃତ୍ୟୁ ପରେ ଧାରା ୩୦୨ ଅଧୀନରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରି ନେଇଥିଲେ | ଗନ୍ଧବାନୀ ଥାନାର ପ୍ରଭାରୀ ଜୟରାଜ ସୋଲଂକି କହିଥିଲେ ଯେ ମୃତ୍ୟୁ ପୂର୍ବରୁ ପୀଡିତ ସ୍ୱାମୀଙ୍କର ମଧ୍ୟ ବୟାନ ନିଆଯାଇଥିଲା ଏବଂ ସେହି ଆଧାରରେ ମହିଳାଙ୍କୁ ଗିରଫ କରିନିଆ ଯାଇଥିଲା |

पत्नी ने पति को जिंदा जलाया

ଗ୍ରାମବାସୀଙ୍କ ମୁତାବକ ଘଟଣା ସମୟରେ ତୋପ ସିଂହଙ୍କର ସାନ ଭଉଣୀ ଘରେ ଥିଲେ ଏବଂ ସେ ଖାଦ୍ୟ ଖାଇ ଶୋଇ ଯାଇଥିଲେ | ତୋପ ସିଂହ ଯେତେବେଳେ ରାତି ୧୧ଟା ସମୟରେ ଘରେ ପହଞ୍ଚିଥିଲେ ସେତେବେଳେ ସନ୍ତାନ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା | ଉଭୟଙ୍କୁ ପରସ୍ପର ଉପରେ ଦ୍ଵିତୀୟ ବିବାହକୁ ନେଇ ସନ୍ଦେହ ରହିଥିଲା ଯାହାପରେ ଏହି ବିବାଦ ଆହୁରି ବଢିଗଲା |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *