ଡିସେମ୍ବରରେ କରୋନାର ଦ୍ୱିତୀୟ ଲହରୀ ଆସିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବର୍ତ୍ତମାନ ସ୍ଥଗିତ କରାଯାଉଛି। ପୂର୍ବରୁ ଚଳିତ ମାସ ତୃତୀୟ ସପ୍ତାହରୁ ସ୍କୁଲ ଖୋଲିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଉପରେ ରୋକ ଲଗାଇଛନ୍ତି ସରକାର।
ସୂଚନାଯୋଗ୍ୟ କୋରୋନା ସ୍ଥିତି ରାଜ୍ୟରେ ସୁଧୁରିଥିବାରୁ ଅନଲକ ୬.୦ ଗାଇଡ଼ଲାଇନରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦେଶର ଅନ୍ୟ କିଛି ରାଜ୍ୟରେ କୋରୋନା ସ୍ଥିତି ପାଇଁ ସ୍କୁଲ ଖୋଲାଯାଇ ପାରୁ ନାହିଁ। ଦିଲ୍ଲୀରେ କୋରୋନା ସଂକ୍ରମିତ ବଢିବା ଫଳରେ ପୁନର୍ବାର ସ୍କୁଲ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ। ସ୍କୁଲ ଖୋଲିବା ପରେ ସଂକ୍ରମିତର ମାମଲା ମଧ୍ୟ କିଛି ରାଜ୍ୟରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।
v
ସେହିପରି ଆନ୍ଧ୍ରପ୍ରଦେଶରେ ନଭେମ୍ବର ୨ରୁ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲା ଯାଇଥିଲା କିନ୍ତୁ ସ୍କୁଲ ଖୋଲିବାର ମାତ୍ର ୩ ଦିନ ଭିତରେ ୨୬୨ ଛାତ୍ର କରୋନାରେ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଗତ ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ ରହିବା ସହିତ ଛାତ୍ରଛାତ୍ରୀଙ୍କ ପାଠପଢା ଅନଲାଇନ ମାଧ୍ୟମରେ ଚାଲିଛି।
ସ୍କୁଲ ଖୋଲିବା ନିଷ୍ପତ୍ତିକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀ ଶ୍ରୀଯୁକ୍ତ ଦାସ କହିଛନ୍ତି ଯେ, ନଭେମ୍ବରରେ ସ୍କୁଲ ଖୋଲିବା ନିମନ୍ତେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ସତ୍ତ୍ୱେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡଲାଇନକୁ ଅପେକ୍ଷା କରିଛୁ। ତେବେ ସ୍କୁଲ କେବେ ଖୋଲିବ ତାହା ବିଭାଗ ପକ୍ଷରୁ ଜଣାଇଦିଆଯିବ । କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଉଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।