୧୨ରୁ ଆରମ୍ଭ ହେବାକୁ ଯାଉଛି ବନ୍ଦ ହୋଇଯାଇଥିବା ଲର୍ଣ୍ଣସ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ସ୍ଲଟ ବୁକିଙ୍ଗ

ବିଶ୍ୱ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱରେ ଅନେକ ଦେଶରେ ତାଲାବନ୍ଦ କରାଯାଇଥିଲା | ତେବେ ବର୍ତ୍ତମାନ ଧୀରେ ଧୀରେ ସବୁକିଛି ସେବା ଖୋଲୁଥିବା ବେଳେ ଆମ ରାଜ୍ୟର ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛନ୍ତି ଯେ ତାଲାବନ୍ଦ କାରଣରୁ ବନ୍ଦ ରହିଥିବା ଲର୍ଣ୍ଣସ ଡ୍ରାଇଭିଙ୍ଗ ଲାଇସେନ୍ସ ସେବାକୁ ମଧ୍ୟ ପୁଣିଥରେ ଆରମ୍ଭ କରିଦିଆଯିବ | କିନ୍ତୁ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ସାଧାରଣ ହୋଇନଥିବାରୁ ନୂତନ ଲର୍ଣ୍ଣସ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରାଯାଇ ପାରିବ ନାହିଁ | ଆଗକୁ ପରିବହନ ପ୍ରାଧିକରଣ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ନୂତନ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରାଯିବ |

କରୋନା ମହାମାରୀ କାରଣରୁ ଲର୍ଣ୍ଣସ ଡ୍ରାଇଭିଙ୍ଗ ଲାଇସେନ୍ସ ପରୀକ୍ଷଣ ଗତ ମାର୍ଚ୍ଚ ୧୮ ତାରିଖରୁ ବନ୍ଦ ରହିଥିଲା କିନ୍ତୁ ବର୍ତ୍ତମାନ ଚଳିତ ମାସ ୧୨ ତାରିଖ ଦିନ ସକାଳ ୧୧ଟା ଠାରୁ ଏହି ପରୀକ୍ଷା ପାଇଁ ସ୍ଲଟ ବୁକିଙ୍ଗ ଆରମ୍ଭ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି | ତେବେ ଏଥିରେ ଲର୍ଣ୍ଣସ ଡ୍ରାଇଭିଙ୍ଗ ଲାଇସେନ୍ସ ପରୀକ୍ଷା ପାଇଁ ଫି’ ଦେଇଥିବା ଆବେଦନକାରୀ ମାନଙ୍କୁ ଆଉ କୌଣସି ପ୍ରକାରର ଦେୟ ଦେବାକୁ ପଡିବ ନାହିଁ | ଆବେଦନକାରୀ ନିଜ ଇଚ୍ଛା ମୁତାବକ ଦିନ ୭ଟାରୁ ୧୦ଟା ମଧ୍ୟରେ କୌଣସି ସମୟକୁ ଚୟନ କରି ସ୍ଲଟ ବୁକିଙ୍ଗ କରିପାରିବେ | କିନ୍ତୁ ଏଥିରେ ବିଶେଷ କଥା ରହିଛି ଯେ କେବେଳେ ସେହି ଲୋକମାନେ ହିଁ ସ୍ଲଟ ବୁକିଙ୍ଗ କରି ପାରିବେ ଯେଉଁମାନେ ପୂର୍ବରୁ ଲର୍ଣ୍ଣସ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି, ସେ ଲୋକମାନଙ୍କୁ ହିଁ ସ୍ଲଟ ବୁକିଙ୍ଗର ଅନୁମତି ରହିଛି |

google

ସେହିପରି ଲର୍ଣ୍ଣସ ମାନଙ୍କୁ ପରୀକ୍ଷଣ କେନ୍ଦ୍ରକୁ ଆସିବାକୁ ନେଇ ମଧ୍ୟ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି | ଲର୍ଣ୍ଣସ ଡ୍ରାଇଭିଙ୍ଗ ଲାଇସେନ୍ସ ପରୀକ୍ଷା ଦେବାକୁ ଆସିଥିବା ଆବେଦନକାରୀ ମାନଙ୍କୁ ନିଜ ନିଜର ସ୍ଲଟ ସମୟର ସର୍ବାଧିକ ୪୫ ମିନିଟ ପୂର୍ବରୁ ଅଫିସ ଆସିବାକୁ ପଡିବ କିନ୍ତୁ କୌଣସି ଆବେଦନକାରୀଙ୍କ କାର୍ଯ୍ୟାଳୟର ପରିସର ଭିତରକୁ ପବେଶ ମାଇଁ ଅନୁମତି ପ୍ରଦାନ କରାଯାଇ ନାହିଁ | ଏହି ପରୀକ୍ଷା ସମୟ କୋଭିଡ-୧୯ର ସମସ୍ତ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଭାବରେ ଦୃଷ୍ଟିରେ ରଖାଯିବ | ଆବେଦନକାରୀଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଆଦି ନିୟମକୁ ମଧ୍ୟ ମାନିବାକୁ ପଡିବ | ଏହି ଲର୍ଣ୍ଣସ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ପରୀକ୍ଷା ଦେବାକୁ ଆସିଥିବା ଆବେଦନକାରୀଙ୍କ ୨୦ ଗୀତି ପ୍ରଶ୍ନ ପଚରାଯିବ ଏବଂ ସେଥିମଧ୍ୟରୁ ୧୨ ଗୋଟି ପ୍ରଶ୍ନର ସଠିକ ଉତ୍ତର ଦେବା ବାଧ୍ୟତାମୂଳକ ଅଟେ | ରାଜ୍ୟ ପରିବହନ ପ୍ରାଧିକରଣ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ପ୍ରତ୍ୟେକ ସ୍ଲଟର ଅବଧି ମାତ୍ର ୧୫ ମିନିଟ ରହିବ ଏବଂ ଏଥିରେ ମାତ୍ର ୧୦ ମିନିଟ ଟେଷ୍ଟ ସମୟ ରହିବ |

Leave a Reply

Your email address will not be published. Required fields are marked *