ଥାନାର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କ ଶାଶୁ, ଉଭୟ ନିଜ ନିଜ ଭିତରେ ଆଣିଲେ ଗମ୍ଭୀର ଅଭିଯୋଗ

ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି ଥାନାର ଦ୍ୱାରସ୍ଥ ହେଲେ | ଉଭୟ ନିଜ ନିଜ ଭିତରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ | ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କ ଶାଶୁଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି | ଅଭିନେତ୍ରୀ ବର୍ଷାଙ୍କ ତରଫରୁ ଅଭିଯୋଗ କରାଯାଇଛି କି ତାଙ୍କୁ ଘରୁ ତଡିବା ପାଇଁ ଏକ ଚକ୍ରାନ୍ତ କରାଯାଉଛି | ବର୍ଷା ତାଙ୍କ ଏତଲାରେ ଲେଖିଛନ୍ତି କି ତାଙ୍କର ରହିବ ପାଇଁ ଘର ନଥିବା ବେଳେ ତାଙ୍କୁ ଘର ଖାଲି କରିବା ପାଇଁ କୁହାଯାଉଛି | ଘରକୁ ପୋଲିସ ତଦନ୍ତ କରିବାକୁ ଦାବି କରିଛନ୍ତି |

ଅନୁଭବଙ୍କ ମା ମଧୁସ୍ମିତା ମହାନ୍ତି ବୋହୁ ବର୍ଷାଙ୍କ ବିରୋଧରେ ପାଲଟା ଅଭିଯୋଗ ଥାନାରେ ଆଣିଛନ୍ତି | ସେ କହିଛନ୍ତି, ୬୦ ବର୍ଷ ତଳର ପୁରୁଣା ଘରର ମରାମତି କରିବା ଆବଶ୍ୟକତା ରହିଛି | ତେଣୁ ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ, କିନ୍ତୁ ବର୍ଷା ପିୟଦର୍ଶିନୀ ଘର ଖାଲି କରିବାକୁ ରାଜି ହେଉନାହାନ୍ତି ବୋଲି ଏତଲାରେ ଉଲେଖ କରିଛନ୍ତି |

ସୂଚନାଯୋଗ୍ୟ କି, ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଉଭୟଙ୍କ ଭିତରେ ମତାନ୍ତର ଯୋଗୁ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି | ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ମାମଲା ଗୁଡ଼ିକ ବିଚାରାଧୀନ ଥିବା ବେଳେ ବର୍ଷା ଏବେବି ତାଙ୍କ ଶାଶୁଙ୍କ ଘରେ ରହୁଛନ୍ତି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ । ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *