ଜିଲ୍ଲା ର ସେତପୁରା ଗାଁ ରେ ବୁଧବାର କୁ ୨୦୦ ଫୁଟ ର ଗଭୀର ଗାଡ ରେ ପଡିଥିବା ପିଲାକୁ ଶୁକ୍ରବାର ପର୍ଯ୍ୟନ୍ତ ତାକୁ ସେହି ଗାଡ ରୁ ଉଦ୍ଧାର କରାଯାଇ ନାହିଁ। ବୁଧବାର ସକାଳ ୯ ଟା ରେ ପାଞ୍ଚ ବର୍ଷ ର ପ୍ରହଲାଦ କୁଶଓ୍ବା ଖେଳୁଥିବା ସମୟ ରେ କ୍ଷେତ ର ଗଭୀର ଗାତ ରେ ପଡିଜାଇ ଥିଲେ। ସୂଚନା ମିଳିବା ସଙ୍ଗେ ସଙ୍ଗେ ପୋଲିସ ଏବଂ ପ୍ରଶାସନ ଅଧିକାରୀ ସେଠି ପହଁଚି ଥିଲେ। ପ୍ରଶାସନ ଏବଂ ପୋଲିସ ନିଜ ଅନୁସାରେ ପିଲା ଟିର ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ।
ପୁଣି ବବୀନା କୈଂଟ ରୁ ଆର୍ମି ଟିମ କୁ ଡକା ଗଲା। ଜାଣା ପଡିଛି କି ପିଲାଟି ୬୦ ଫୁଟ ରେ ଫଶି ରହିଥିବା ଆଶଂକା କରାଯାଉଛି। ବୁଧବାର ର ବିଳମ୍ବିତ ରାତି ରେ ଏନଡିଆରଏଫ ର ଟିମ ସେଠାରେ ପହଁଚି ଯାଇଥିଲା। ଏବେ ମେଶିନ ଦ୍ବାରା ଖୋଳିବା ବନ୍ଦ କରାଯାଇଛି। ଏଥିରେ ଡର ଥିଲା କି କାଳେ ମାଟି ଖସି ପଡିବ। ଏବେ କେବଳ ହାତ ରେ କାମ ହେଉଛି। ଏହା ମଧ୍ୟ ରେ ସେଠାରେ ଉଦ୍ଧାର ହେଉଥିବା କାରଣ ରୁ ଭିଡ ନ ହେଉ ବୋଲି ସେଥିପାଇଁ ସେଠାରେ ଧାରା ୧୪୪ ଲାଗୁ କରାଯାଇଛି।
ସୂଚନା ପରେ କଲେକ୍ଟର ଆଶିଷ ଭାଗ୍ୟ ଏବଂ ଏସପି ବାହିନୀ ସିଂହ ଠିକ୍ ସମୟ ରେ ସେଠି ପହଁଚିଲେ ଏବଂ ଉଦ୍ଧାର ଆରମ୍ଭ କରିଥିଲେ। ବବୀନ ରୁ ଆର୍ମି ର ୧୬ ସଦସ୍ୟିୟ ଟିମ ଉଦ୍ଧାର କାର୍ଯ୍ୟ ରେ ସାମିଲ ଅଛନ୍ତି। ଏହା ବ୍ୟତିତ ଝାଂସୀ ରୁ ୩ ସଦସ୍ୟିୟ ନାଇଟ ଓ୍ବିଜନ ଟିମ ଏବଂ ଟିକମଗଢ ରୁ ଏନଡିଆରଏଫ ର ୭ ସଦ୍ସ୍ୟିୟ ଟିମ ଉଦ୍ଧାର କାର୍ଯ୍ୟ କରୁଛି।
ବର୍ତ୍ତମାନ ବହୁତ ସମୟ ହେବା ପରେ ପିଲା ପଟରୁ କୌଣସି ଶବ୍ଦ ଶୁଣିବାକୁ ମିଳୁ ନାହିଁ। ପିଲାର କାର୍ଯ୍ୟ ଉପରେ ନଜର ରଖିବା ପାଇଁ ସେହି ଗାଡରେ ଏକ କ୍ୟାମେରା ଲଗାଯାଇଛି। ଏହାର ଫୁଟେଜ କେବଳ ସେହି ପିଲା ର ମା ବାପା ଙ୍କୁ ଦେଖାଇବା ଯାଉଛି।
ପିଲା ର ପରିବାର ଲୋକମାନଙ୍କୁ ସମ୍ଭାଳିବା ବହୁତ ସମସ୍ୟା ହେଉଛି। ପ୍ରଥମେ ପିଲା ଟିର କାନ୍ଦିବାର ଶବ୍ଦ ଆସୁଥିଲା। ଘର ଲୋକ ତାକୁ ଚୁପ କରାଉ ଥିଲେ। ଯେମିତି ସମୟ ବଢି ଚାଲିଲା ସେମିତି ପିଲା ଟିର ଶବ୍ଦ କମି କମି ଚାଲିଲା। ଆଶା ମଧ୍ୟ କମି କମି ଯାଉଛି।