ମୁଖ୍ୟମନ୍ତ୍ରୀ ମୋ ସ୍ୱାମୀ, ମୋ ଦିଅର ହେଉଛନ୍ତି ପାଣ୍ଡିଆନ ସାର

ଆଜି ଭୁବନେଶ୍ୱର ପିଏମଜି ଛକରେ ଯାତ୍ରା ପରିବେଷଣ କରିବା ପାଇଁ ଅନୁମତି ଦାବି କରୁଥିବା ସମୟରେ ଯଲିଉଡ ଅଭିନେତ୍ରୀ ରାଣୀ ପଣ୍ଡା ନାଟକୀୟ ଢଙ୍ଗରେ ସରକାରଙ୍କ ଉପରେ ଲକ୍ଷ୍ୟ ସାଧନ କରିଥିଲେ | ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ସିଧାସଳଖ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ନିଜ ସ୍ୱାମୀ ବୋଲି କହିଥିଲେ | ରାଣୀ କହିଥିଲେ ଯେ, “ମୁଁ ଯାହା କୁହେ ଜାଗା ମୁଣ୍ଡରେ ବାଜେ | ମୁଁ ସିଏମଙ୍କୁ ମୋର ସିଏ ବୋଲି ଭାବେ | ପାଣ୍ଡିଆନ ସାରଙ୍କୁ ନିଜର ଦିଅର ଭାବେ | ମୋଦିଙ୍କୁ ମୋ ଦେଢ଼ସୁର ଭାବେ |”

କରୋନା ସମୟରେ ତାଲାବନ୍ଦ କାରଣରୁ ଦୀର୍ଘ ୭ ମାସ ହେବ ସମସ୍ତ ଥିଏଟର ଠାରୁ ଆରମ୍ଭ କରି ଯାତ୍ରା ପରିବେଷଣ ମଧ୍ୟ ବନ୍ଦ ରହିଥିଲା | ଏପରି ସ୍ଥିତିରେ ଅନେକ ଯାତ୍ରା କଳାକାର ଅଭାବ ଭିତରେ ଜୀବନ ବିତାଉଛନ୍ତି | ରୋଜଗାର ଅଭାବରୁ ସ୍ଥିତି ଆହୁରି ଅଧିକ ଶୋଚନୀୟ ହୋଇପଡିଛି ଯାହାଦ୍ୱାରା ଯାତ୍ରା ଜଗତ ସମ୍ପୂର୍ଣ୍ଣ ବୁଡ଼ିଯିବାକୁ ବସିଲାଣି | ସେଥିପାଇଁ ଏବେ ଯାତ୍ରା ପରିବେଷଣ କରିବା ପାଇଁ ସରକାରଙ୍କର ଅନୁମତି ଦାବି କରି ଧାରଣାରେ ବସିଛନ୍ତି ଖୁବ ଜଣାଶୁଣା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା |

ଣୀ ବିଶ୍ୱାସର କହିଛନ୍ତି ଯେ ଆଜି ତାଙ୍କର ଦାବି ନିଶ୍ଚିନ୍ତ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ପହଞ୍ଚିବ | ଆଉ ଯଦି ଏପରି ନହେଉଛି ତେବେ ଏହା କେବଳ ଟ୍ରେଲର ଫିଲ୍ମ ଯାହା ହେବ ସରକାର ନିଜେ ଭାବି ନିଅନ୍ତୁ | ରାଜ୍ୟ ସରକାର ଯାହା କହିଥିଲେ ଆମେ ସବୁକିଛି ମାନିଲୁ କିନ୍ତୁ ସବୁକିଛି ମାନିବା ପରେ ମଧ୍ୟ ଆମ ସହିତ ଅନ୍ୟାୟ ହେଉଛି | କଳାକାରମାନେ କେମିତି ଅଛନ୍ତି କେମିତି ବଞ୍ଚୁଛନ୍ତି ସେକଥା କେହି ଚିନ୍ତା କରୁ ନାହାନ୍ତି | ନିର୍ବାଚନ ସମୟରେ ନେତା ମାନେ ମେଲୋଡି କରିବେ ଏବଂ ନିର୍ବାଚନ ସାରିଲେ କହିଦେବେ ଯେ ସବୁକିଛି ବନ୍ଦ | ରାଣୀ ଆଗକୁ ଆହୁରି କହିଛନ୍ତି ଯେ,”ମୁଁ ଆଗରୁ କହିଥିଲେ ଏବେ ମଧ୍ୟ ସେହି କଥା ଦୋହରାଉଛି ମୋତେ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ କରାନ୍ତୁ ତା’ପରେ ଦେଖିବେ ମୁଁ କଣ କରୁଛି |”

ରାଣୀ ଆଗକୁ କହିଛନ୍ତି, ଆମେ କେବଳ ଚାହୁଁଛି ଯେ ଆମ କଳାକାର ମାନଙ୍କୁ କଳାକ୍ଷେତ୍ର ଖୋଲିବାକୁ ଅନୁମତି ଦିଆଯାଉ | ଯାତ୍ରା କରିବା ପାଇଁ ଆପଣ ଯେଉଁ ନିୟମାବଳୀ ରଖିବେ ଆମେ ତାହା ମଧ୍ୟ ମାନିବାକୁ ପ୍ରସ୍ତୁତ ଅଛୁ | ସମସ୍ତଙ୍କ ପାଇଁ ନ୍ୟାୟ ରହିଛି କିନ୍ତୁ ଆମ ପରି କଳାକାରଙ୍କ ପାଇଁ ଏତେ ଅନ୍ୟାୟ କାହିଁକି | ଆମ ଦାବିପତ୍ରରେ ଥିବା ଦାବିକୁ ମାନିବା ପାଇଁ ଆମେ ଅନୁରୋଧ କରୁଛୁ | ଯଦି ଆମ କଥା ସରକାର ନାଶୁଣଂତି ତେବେ ଯାତ୍ରା କଳାକାର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବେ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *