ଦିଲ୍ଲୀ ପୋଲିସ ଲୋକମାନଙ୍କୁ ଲୁଟୁ ଥିବା ଚାରି ମହିଳା ଙ୍କୁ ଗିରଫ କରିଛି।ଏହି ମହିଳା ମାନେ ଭିକ ମାଗିବାର ଆଳ ଦେଖାଇ ଲୋକମାନଙ୍କୁ ଲୁଟୁ ଥିଲେ ଏବଂ ତାଙ୍କ ଉପରେ ଆକ୍ରମଣ ମଧ୍ୟ କରୁଥିଲେ।ଦିଲ୍ଲୀ ପୋଲିସ ଙ୍କ କହିବା ଅନୁସାରେ ତାଙ୍କ ପାଖରେ ଲୁଟୁ ର କେସ ମଧ୍ୟ ଆସିଥିଲା।ଯାହା ଫଳରେ ସେ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି।ପୋଲିସ କହିଛି କି ୩୦ ଅକ୍ଟୋବର ଦିନ ୬୪ ବର୍ଷୀୟ ଜଣେ ମହିଳା ପୋଲିସ ରେ କେସ ଦାଖଲ କରିଥିଲେ। ସେ ପୋଲିସ କୁ କହିଥିଲେ କି ତାଙ୍କ ସହିତ ଲୁଟ ହୋଇଛି।
ହୌଜ ଖାସ ର ଅରବିନ୍ଦ ମାର୍ଗ ରେ ମହିଳା ଙ୍କ ଠାରୁ ପଇସା ଲୁଟା ଯାଇଥିଲା।ପୋଲିସ ର କହିବା ଅନୁସାରେ ଦ୍ବିପହର ପାଖା ପାଖି ୧୨.୨୦ ମିନିଟ ରେ ମହିଳା ନିଜ କାର ରେ ଏକଲା ବସିଥିଲେ।ଯେତେବେଳେ କି ତାଙ୍କ ପୁଅ ଯାଞ୍ଚ ପାଇଁ ପଥୋଲୋଜି ଭିତରକୁ ଯାଇଥିଲା।ଏହି ସମୟରେ ଚାରି ଜଣ ମହିଳା ତାଙ୍କ କାର ପାଖକୁ ଭିକ ମାଗିବା ଆଳରେ ଆସିଥିଲେ।ବୃଦ୍ଧ ମହିଳା ଏମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ୫ ଟଙ୍କିଆ ବାହାର କରିଥିଲେ ଦବା ପାଇଁ କିନ୍ତୁ ସେ ମାନି ନଥିଲେ ଅଧିକ ପଇସା ମାଗିଥିଲେ।
ପରେ ତାଙ୍କୁ ବୃଦ୍ଧ ମହିଳା ୫୦ ଟଙ୍କିଆ ନୋଟ ବାହାର କରିଥିଲେ ତାଙ୍କୁ ଦେବା ପାଇଁ, ସେବେ ଜଣେ ପଇସା ମାଗୁଥିବା ମହିଳା ତାଙ୍କୁ ଡରାଇ ଥିଲେ ଏବଂ ସବୁଠୁ ବଡ଼ ନୋଟ ଦେବାକୁ କହିଥିଲେ।ଯାହା ପରେ ବୃଦ୍ଧ ମହିଳା ୫୦୦ ଟଙ୍କିଆ ନୋଟ ବାହାର କରି ତାଙ୍କୁ ଦେଇଥିଲେ।
ତୁରନ୍ତ ଜଣାଇଲେ ପୋଲିସ କୁ
ବୃଦ୍ଧ ମହିଳା ଏହି ଘଟଣା ବାବଦରେ ତୁରନ୍ତ ପୋଲିସ କୁ ଜଣାଇଥିଲେ।ଯାହା ପରେ ପୋଲିସ ହୌଜ ଖାସ ଠାରେ ଏହି ମହିଳା ଙ୍କୁ ଧରିଥିଲେ।ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ବାବଦରେ କହିଛନ୍ତି କି ଆକ୍ରମଣ ର ଡର ରେ ବୃଦ୍ଧ ମହିଳା ୫୦୦ ଟଙ୍କା ଦେଇ ଦେଇଥିଲେ।ଯାହା ପରେ ମହିଳା ମାନେ ସେଠାରୁ ଫେରାର ହୋଇ ଯାଇଥିଲେ।ବୃଦ୍ଧ ମହିଳା ତୁରନ୍ତ PCR କୁ ଫୋନ ଲଗାଇ ଥିଲେ।
ଆରୋପି ମହିଳା ମାନଙ୍କର ତଲାସି ଆରମ୍ଭ କରାଯାଇଥିଲା। ହୌଜ ଖାସ ବଜାର ରେ ଦେଖା ଯାଇଥିଲେ। ଯାହା ପରେ ଏମାନଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କ ପାଖରୁ ୫୦୦ ଟଙ୍କିଆ ନୋଟ ସବୁ ଜବତ କରାଯାଇଥିଲା।ପୋଲିସ ଉପାୟୁକ୍ତ ଅତୁଲ କୁମାର ଠାକୁର ଙ୍କ କହିବା ଅନୁସାରେ ଏମାନଙ୍କ ବିରୁଦ୍ଧ ରେ ମାମଲା ରୁଜ୍ଜୁ କରାଯାଇଛି। ମହିଳା ମାନଙ୍କୁ ନ୍ୟାୟିକ ଜେଲ କୁ ମଧ୍ୟ ପଠା ଯାଇଛି।ପଚରା ଉଚରା ରୁ ଜଣା ପଡିଛି ମହିଳା ମାନେ ବିହାର ର ଏକ ଆସିଛନ୍ତି।ଏବଂ ସେମାନେ ନିଜାମୁଦ୍ଦିନ ଠାରେ ରୁହନ୍ତି।
ସାଧାରଣତଃ ଏହି ମାମଲା ବହୁ ଆଡେ ଦେଖିବାକୁ ମିଳିଥାଏ, ଯେଉଁ ଠାରେ ଲୋକମାନଙ୍କୁ ପଇସା ମାଗିବା ଆଳରେ ସେମାନଙ୍କ ଠାରୁ ଲୁଟ କରାଯାଇଥାଏ ଏବଂ ସେମାନଙ୍କ ଠାରୁ ସମସ୍ତ ପଇସା ଲୁଟି ନେଇ ଯାଇଥାନ୍ତି।