ମହାରାଷ୍ଟ୍ର ପୋଲିସ ବୁଧବାର ଦିନ ୫୩ ବର୍ଷୀୟ ଜଣେ ଇଂଟିରିୟର ଡିଜାଇନର ଏବଂ ତାଙ୍କ ମାଆଙ୍କ ଆତ୍ମହତ୍ୟାର ପୁରୁଣା ଘଟଣାରେ ରିପବ୍ଲିକ ଟିଭିର ଏଡିଟର-ଇନ-ଚିପ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ତାଙ୍କ ଘରୁ ଗିରଫ କରିନିଆ ଯାଇଛି | ଏଠାରୁ ଅର୍ଣ୍ଣବଙ୍କୁ ଅଲ୍ଲୀବାଗ ପୋଲିସ ଥାନା ଅଣାଯାଇଥିଲା | ଏଠାରେ ଅର୍ଣ୍ଣବ ଗୋସ୍ୱାମୀ ମହାରାଷ୍ଟ୍ର ପୋଲିସ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି | ସେ କହିଛନ୍ତି ଯେ ମୋତେ ମାଡ଼ ମରାଯାଇଛି | ଅର୍ଣ୍ଣବ ଆହୁରି କହିଛନ୍ତି ଯେ, ପୋଲିସ ଷ୍ଟେସନରେ ତାଙ୍କ ଉପରେ ଅତ୍ୟାଚାର କରାଯାଉଛି | ସେହିପରି ଅର୍ଣ୍ଣବଙ୍କ ଉପରେ ମହିଳା ପୋଲିସ ଅଫିସରଙ୍କ ସହିତ ମାରପିଟ କରିଥିବାର କେସ ଫାଇଲ କରାଯାଇଛି |
ଅର୍ଣ୍ଣବ କହିଛନ୍ତି ଯେ ତାଙ୍କ ଶରୀରରେ ଆଘାତର ଚିହ୍ନ ରହିଛି | ସେ ଏହାର ସୂଚନା ପୋଲିସକୁ ମଧ୍ୟ ଦେଇଛନ୍ତି | ସେ କହିଛନ୍ତି ଯେ ପୋଲିସ ଷ୍ଟେସନରେ ତାଙ୍କ ଉପରେ ଅତ୍ୟାଚାର କରାଯାଇଛି | ପୁରା ଦେଶର ଜନତା ଏହାକୁ ଦେଖନ୍ତୁ |
ଗିରଫ ବିଷୟରେ ସୂଚନା ପୋଲିସକୁ ମଧ୍ୟ ଦିଆଯାଇ ନଥିଲା- ଅର୍ଣ୍ଣବଙ୍କର ଓକିଲ:
ସେପଟେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ କହିଛନ୍ତି ଯେ ଅର୍ଣ୍ଣବଙ୍କର ଗିରଫ ସୂଚନା ତାଙ୍କ ପତ୍ନୀଙ୍କୁ ଜଣାନଥିଲା | ତାଙ୍କ ସହିତ ଦୁଇଜଣ ପୋଲିସ ଅଧିକାରୀ ମାରପିଟ କରିଥିଲେ | ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ଧକ୍କା ଦିଆଯାଯାଇଥିଲା ଏବଂ ଘରକୁ ୩ ଘଣ୍ଟା ପାଇଁ ବନ୍ଦ କରିଦିଆ ଯାଇଥିଲା | ତାଙ୍କ ବାମ ହାତରେ ଆଘାତ ରହିଛି ଯେଉଁଥିରେ ରହିଥିବା ପଟ୍ଟୀକୁ ମଧ୍ୟ ହଟାଇବାକୁ ଚେଷ୍ଟା କରିଛନ୍ତି |
ବୁଧବାର ଦିନ ସକାଳୁ ଘରୁ କଷ୍ଟଡିରେ ନିଆଯାଇଥିଲେ ଅର୍ଣ୍ଣବ:
ମୁମ୍ବାଇ ପୋଲିସ ବୁଧବାର ଦିନ ସକାଳୁ ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଘରେ ପହଞ୍ଚି ତାଙ୍କୁ କଷ୍ଟଡିରେ ନେଇଯାଇଥିଲେ | ନ୍ୟୁଜ ଏଜେନ୍ସି ମୁତାବକ ଅର୍ଣ୍ଣବ ଗୋସ୍ୱାମୀଙ୍କ କହିବା କଥା ଯେ ମୁମ୍ବାଇ ପୋଲିସ ତାଙ୍କ ସହିତ ମାରପିଟ ମଧ୍ୟ କରିଥିଲେ | ଅର୍ଣ୍ଣବ ମୁମ୍ବାଇ ପୋଲିସଙ୍କ ଉପରେ ଆରୋପ ଲଗାଇଥିଲେ ଯେ ପୋଲିସ ମୋ ପୁଅକୁ ପିଟିଛନ୍ତି | ଘର ଲୋକଙ୍କ ସହିତ ଭେଟିବାକୁ ଦେଇ ନଥିଲେ | ତାଙ୍କ ସହିତ ମଧ୍ୟ ମାରପିଟ କରିଥିଲେ | ରିପବ୍ଲିକ ଟିଭି ଅର୍ଣ୍ଣବଙ୍କ ଘରର ଲାଇଭ ଫୁଟେଜ ମଧ୍ୟ ଦେଖାଇଛି ଯେଉଁଥିରେ ପୋଲିସ ଏବଂ ଅର୍ଣ୍ଣବଙ୍କ ମଧ୍ୟରେ ସଂଘର୍ଷ ହେଉଥିବାର ଦେଖା ଯାଉଥିଲା | ଏହାପରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ନିଜ ସହିତ ବ୍ୟାନରେ ନେଇଯାଇଥିଲେ |
ପୋଲିସ ଉପରେ ଗମ୍ଭୀର ଆରୋପ ଲଗାଇଲେ ଅର୍ଣ୍ଣବ:
ଅର୍ଣ୍ଣବ ଗୋସ୍ୱାମୀଙ୍କ କହିବା କଥା ଯେ ମୁମ୍ବାଇ ପୋଲିସ ତାଙ୍କ ଶାଶୁ, ଶ୍ୱଶୁର, ପୁଅ ଏବଂ ପତ୍ନୀଙ୍କ ସହିତ ମାରପିଟ କରିଥିଲେ | ରିପବ୍ଲିକ ଟିଭିରେ ଚଲାଯାଇଥିବା ଭିଡିଓ ମୁତାବକ ମୁମ୍ବାଇ ପୋଲିସ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହିତ ମଧ୍ୟ ମାରପିଟ କରିଥିଲେ |
କେଉଁ ଆରୋପରେ ଅର୍ଣ୍ଣବଙ୍କ ଘରକୁ ଆସିଲା ପୋଲିସ:
ଅର୍ଣ୍ଣବଙ୍କ ଉପରେ ଜଣେ ମାଆ ଏବଂ ପୁଅକୁ ଆତ୍ମହତ୍ୟା ପାଇଁ ଉସୁକାଇବାର ଆରୋପ ଲାଗିଛି | ମାମଲା ୨୦୧୮ର ଅଟେ | ୫୩ ବର୍ଷର ଜଣେ ଇଂଟିରିୟର ଡିଜାଇନର ଅବନୟ ନାଇକ ଏବଂ ତାଙ୍କ ମା ଆତ୍ମହତ୍ୟା କରି ନେଇଥିଲେ | ମାମଲାର ଯାଞ୍ଚ ସିଆଦିର ଟିମ କରୁଛି | କଥିତ ସ୍ତରରେ ଅବନୟ ନାଇକଙ୍କ ଦ୍ୱାରା ଲେଖା ଯାଇଥିବା ସୁସାଇଡ ନୋଟରେ କୁହଜିଥିଲା ଯେ ଅଭିଯୁକ୍ତମାନେ ( ଅର୍ଣ୍ଣବ ଏବଂ ଅନ୍ୟ ଦୁଇଜଣ ) ତାଙ୍କର ୫.୪୦ କୋଟି ଟଙ୍କା ଦେଇ ନଥିଲେ, ଏଥିପାଇଁ ତାଙ୍କୁ ଆତ୍ମହତ୍ୟା ପରି ପଦକ୍ଷେପ ଉଠାଇବାକୁ ପଡୁଛି |
ପ୍ରକାଶ ଜାଭେଦକର ଏବଂ ସ୍ମୃତି ଇରାନୀ କରିଥିଲେ ଆଲୋଚନା:
ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ କେନ୍ଦୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ନିନ୍ଦା କରିଥିଲେ | ସେ ଏହାକୁ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିଥିଲେ | ସେ କହିଥିଲେ ଯେ ଏହି ଘଟଣା ଦେଶକୁ ଅପାତକାଳୀନର ସ୍ମରଣ କରାଇଦେଲା | ଯେତେବେଳେ ପ୍ରେସ ସହିତ ଏହି ପ୍ରକାରର ବ୍ୟବହାର କରାଯାଇଥିଲା |
Those in the free press who don’t stand up today in support of Arnab, you are now tactically in support of fascism. You may not like him, you may not approve of him,you may despise his very existence but if you stay silent you support suppression. Who speaks if you are next ?
— Smriti Z Irani (@smritiirani) November 4, 2020
ସ୍ମୃତି ଇରାନୀ କହିଲେ ଯେ, ଫ୍ରି ପ୍ରେସ ପାଇଁ ଯେଉଁ ଲୋକମାନେ ଅର୍ଣ୍ଣବଙ୍କର ସମର୍ଥନରେ ଠିଆ ହୋଇ ନାହାନ୍ତି, ସେ ଫାଶୀବାଦର ସମର୍ଥନରେ ଅଛନ୍ତି | ସେ ତାଙ୍କୁ ପସନ୍ଦ କରୁ ନାହାନ୍ତି, ତାଙ୍କୁ ସ୍ୱୀକାର କରୁ ନାହାନ୍ତି, ତାଙ୍କ ଅସ୍ତିତ୍ବକୁ ତୁଚ୍ଛ ଭାବି ପାରନ୍ତି କିନ୍ତୁ ଯଦି ଆପଣ ନିରବ ରହୁଛନ୍ତି ତେବେ ଆପଣ ଦମନର ସମର୍ଥନ କରୁଛନ୍ତି | ଯଦି ଆପଣ ଆଗରେ ଥିବେ ତେବେ ଆପଣଙ୍କ ସମର୍ଥନରେ କିଏ କହିବ |