ସକାଳୁ ସକାଳୁ ଘରେ ପଶି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ମୁମ୍ବାଇ ପୋଲିସ ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସକାଳୁ ସକାଳୁ ଗିରଫ କରି ନେଇଛି | ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳୁ ଜବରଦସ୍ତ ଉଠାଇ ନେଇଛି ମୁମ୍ବାଇ ପୋଲିସ | ଅର୍ଣ୍ଣବ ମୁମ୍ବାଇ ସ୍ଥିତ ବାସଭବନରେ ଉପସ୍ଥିତ ଥିଲେ ,ସେଇ ସମୟରେ ୩୦ ରୁ ଉର୍ଦ୍ଧ ପୋଲିସ ତାଙ୍କ ବାସଭବନରେ ପହଂଚି ଜବରଦସ୍ତ ତାଙ୍କୁ ଉଠାଇ ନେଇଛନ୍ତି |ଏଥି ସହ ତାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଅର୍ଣ୍ଣବ | ତା ସହିତ ତାଙ୍କ ପୁଅକୁ ମଧ୍ୟ ମାରପିଟ କରି ଥିବାର ଅଭିଯୋଗ କରିଛନ୍ତି ଅର୍ଣ୍ଣବ |୨୦୧୮ରେ ମଧ୍ୟ ଏକ ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି |

୨୦୧୮ ର ସେହି କେଶ ଆଧାରରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଆଜି ସକାଳୁ ସକାଳୁ ମୁମ୍ବାଇ ପୋଲିସ ଗିରଫ କରିଛି | ସୂଚନା ମୁତାମିବା ୨୦୧୮ ରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉପରେ ଚାଲିଥିବା କେଶ ବନ୍ଦ କରି ଦିଆଯାଇଥିଲା | କିନ୍ତୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଙ୍କୁ ଗିରଫ କରିବାକୁ ପୁଣି ସେହି କେଶ ରିଓପନ କରି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି |

Leave a Reply

Your email address will not be published. Required fields are marked *