ଏଠାରେ କରୋନା ରୋଗୀଙ୍କୁ କ୍ୱାରେଣ୍ଟାଇନ କରି ଭୋକ ଉପାସରେ ମାରୁଛନ୍ତି ଏକଛତ୍ରବାଦୀ ଶାସକ, କୋଠରୀରେ ରଖିବା ପରେ ସିଧା ବାହାରୁଛି ମୃତଦେହ

୨୦୨୦ରେ କରୋନା ଲୋକଙ୍କୁ ଅନେକ ନୂତନ ସମସ୍ୟା ଗୁଡିକୁ ସାମ୍ନା କରିବା ଶିଖାଇ ଦେଇଛି | ଏହି ଅବସରରେ ଲୋକମାନେ ତାଲାବନ୍ଦ ସମୟରେ ଘର ଭିତରେ ରହିବାକୁ ବାଧ୍ୟ ହେଲେ | ପ୍ରତ୍ୟେକ ଦେଶ ମହାମାରୀ ସହ ଲଢ଼ିବା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିଥିଲେ | ଯେତେବେଳେ ମହାମାରୀ ବ୍ୟାପିବାର ବର୍ଷେ ହେବାକୁ ବସିଲାଣି ସେତେବେଳେ ବର୍ତ୍ତମାନ ମଧ୍ୟ ୟୁଏସ ଏବଂ ୟୁକେ ପରି ଦେଶରେ ଏଥିରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରାଇବା ସହିତ ଦ୍ଵିତୀୟଥର ଲକଡାଉନ ପରି ପଦକ୍ଷେପ ଉଠା ଯାଉଛି | କିନ୍ତୁ ଦୁନିଆରେ ଏପରି ମଧ୍ୟ ଦେଶ ରହିଛି ଯିଏ ପ୍ରଥମେ ନିଜ ଦେଶରେ କରୋନାକୁ ସମ୍ପୂର୍ଣ୍ଣ ମନା କରି ଦେଇଥିଲେ | କିନ୍ତୁ ବର୍ତ୍ତମାନ ଯେଉଁ ଖବର ଏହି ଦେଶରୁ ସାମ୍ନାକୁ ଆସୁଛି ତାହା ହୃଦୟ ବିଦାରକ ଅଟେ | ଏହି ଦେଶ ଅଟେ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଦ୍ୱାରା ଚଳାଯାଉଥିବା ଉତ୍ତର କୋରିଆ | ରିପୋର୍ଟ ମୁତାବକ ଯିଏ ମଧ୍ୟ ଏହି ଦେଶରେ କରୋନା ସକାରାତ୍ମକ ବାହାରୁଛି ତାଙ୍କୁ କ୍ଵାରେଣ୍ଟିନ କରିଦିଆଯାଉଛି | କିନ୍ତୁ ତାଙ୍କୁ ଠିକ କରିବା ପାଇଁ ନୁହେଁ | ଏହି ଲୋକ ମାନଙ୍କୁ ଘର ଭିତରେ ବନ୍ଦ କରି ଭୋକିଲା ମାରି ଦିଆଯାଉଛି | ଏହାପରେ ତାଙ୍କ ମୃତଦେହ ସିଧାସଳଖ ପୋତିଦିଆ ଯାଉଛି |

ଉତ୍ତର କୋରିଆକୁ ଦୁନିଆର ସବୁଠୁ ରହସ୍ୟମୟ ଦେଶ ବୋଲି କୁହାଯାଇଥାଏ | ଏହି ଦେଶ ବିଷୟରେ ଦୁନିଆକୁ କେବଳ ସେତିକି ହିଁ ଜଣାଥାଏ ଯେତିକି ସୂଚନା ଏଠାକାର ଏକଛତ୍ରବାଦୀ ଶାସକ ଦେବାକୁ ଚାହାନ୍ତି | ଏଠାରେ ଅନେକ ପ୍ରକରର ପ୍ରତିବନ୍ଧ ମଧ୍ୟରେ ଲୋକମାନେ ରହିଥାନ୍ତି | ଏମିତିରେ ଦୁନିଆକୁ ଏହି ଦେଶ ବିଷୟରେ ବହୁତ କମ ସୂଚନା ମିଳିପାରିଥାଏ |

ନିକଟରେ ହିଁ ଏହି ଦେଶର ଜଣେ ଏକ୍ଟିଭିଷ୍ଟ ଏଠାରେ କରୋନା ରୋଗୀଙ୍କ ସହିତ ହେଉଥିବା ଅତ୍ୟାଚାର ବିଷୟରେ ଦୁନିଆକୁ ସୂଚନା ଦେଇଥିଲେ | ଏହି ଏକ୍ଟିଭିଷ୍ଟଙ୍କର କହିବା କଥା ଯେ ଏଠାରେ କରୋନା ରୋଗୀଙ୍କର ସ୍ଥିତି ଶୋଚନୀୟ ରହିଛି |

ସେ ଖୁଲାକ୍ଷା କରିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ ଠାରେ ମଧ୍ୟ କରୋନାର ଲକ୍ଷଣ ଦେଖା ଯାଉଛି ଟ୍ୟାଙ୍କ କ୍ଵାରେଣ୍ଟିନ କରିଦିଆଯାଉଛି କିନ୍ତୁ ତାହା ପରେ ଚିକିତ୍ସା କରାଯାଉ ନାହିଁ | ବ୍ୟକ୍ତିର ଖାଇବା ପିଇବା ବନ୍ଦ କରି ଏକ କୋଠରୀ ମଧ୍ୟରେ ବନ୍ଦ କରିଦିଆଯାଇଉଛି |

କରୋନା ସଂକ୍ରାମିତଙ୍କ ଭୋକିଲା ମାରି ଦିଆଯାଉଛି | ଯାହାଦ୍ୱାରା ଭାଇରସ ତାଙ୍କ ଠାରୁ ଆଉ ଆଗକୁ ବ୍ୟାପି ନପାରୁ | ଏହି ଖୁଲାସା କରିଛନ୍ତି ଟିମ ପୀଟର୍ସ ନାମକ ଜଣେ ଏକ୍ଟିଭିଷ୍ଟ ଯିଏକି ଚୀନ ବୋର୍ଡର ପାଖରେ ଇରହିଥିବା କ୍ଵାରେଣ୍ଟିନ କେନ୍ଦ୍ରର ସ୍ଥିତି ନିଜ ଆଖିରେ ଦେଖିଥିବାର ଦାବି କରୁଛନ୍ତି |

ଏକ୍ଟିଭିଷ୍ଟ ଟିମ ଦ ସାଉଥ ଚାଇନା ମର୍ନିଙ୍ଗ ପୋଷ୍ଟକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଉତ୍ତର କୋରିଆର ଏହି ଲୋକମାନଙ୍କୁ ନା ଖାଦ୍ୟ ଦେଉଛନ୍ତି ନା ଔଷଧ ଦେଉଛନ୍ତି | ଏମାନଙ୍କୁ କ୍ଵାରେଣ୍ଟିନ କରି ସିଧାସଳଖ ମୃତ୍ୟୁ ପ୍ରଦାନ କରାଯାଉଛି |

ଟିମ ଏହାର ମଧ୍ୟ ଖୁଲାସା କରିଛି ଯେ ଉତ୍ତର କୋରିଆ ପାଖରେ କରୋନା ସହିତ ମୁକାବିଲା କରିବା ପାଇଁ କୌଣସି ଯୋଜନା ନାହିଁ | ଏମିତିକି ଏହି ଦେଶ ପାଖରେ ଟେଷ୍ଟିଙ୍ଗ କୀଟ ମଧ୍ୟ ନାହିଁ | ଏମିତିରେ ଏହି ଦେଶରେ ବର୍ତ୍ତମାନ ଭାଇରସ ବହୁତ ସାଙ୍ଘାତିକ ଭାବରେ ବ୍ୟାପିଯିବାର ଆଶଙ୍କା ରହିଛି |

ସାଉଥ କୋରିଆର ଏକ ଏକ୍ଟିଭିଷ୍ଟ ମଧ୍ୟ ଏହି କଥାର ପୁଷ୍ଟି କରିଛନ୍ତି | ସେ କହିଛନ୍ତି ଯେ ଏହି କ୍ୟାମ୍ପରେ ମାରିଦିଆଯାଇଥିବା ଲୋକଙ୍କୁ ସିଧାସଳଖ ପୋତି ଦିଆଯାଉଛି | ଏଠି ସହିତ ମରିଯାଇଥିବା ଅନେକ ଲୋକଙ୍କୁ ଏକାଠି କରି ନିଆଁ ଲଗାଇ ଦିଆଯାଉଛି |

ଏହି ଖୁଲସା ସେତେବେଳେ ହୋଇଥିଲା ଯେତେବେଳେ ଏଠାକାର ଏକଛତ୍ରବାଦୀ ଶାସକ ଏଠାରେ କରୋନା ବ୍ୟାପିଥିବା କଥାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ । ଏଥିସହିତ ଏହା ମଧ୍ୟ କହିଥିଲେ ଯେ ଉତ୍ତର କୋରିଆ ରେ କରୋନାର ଗୋଟିଏ ହେଲେ ପାଜିଟିଭ କେସ ନାହିଁ । କିନ୍ତୁ ବର୍ତ୍ତମାନ ଏହି ଖୁଲାସା ପରେ ସମସ୍ତ ପୋଲ ଖୋଲି ଯାଇଛି ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *