ପତ୍ନୀଙ୍କ ATM କାର୍ଡ ବ୍ୟବହାର କରିବା ପୂର୍ବରୁ ରୁହନ୍ତୁ ସାବଧାନ, ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ SBIର କହିବା କଥା ଯେ ଡେବିଟ କାର୍ଡ ନନ ଟ୍ରାନ୍ସଫରାବଲ ହୋଇଥାଏ, ଏମିତିରେ କୌଣସି ପରିବାର ସଦସ୍ୟଙ୍କୁ ମଧ୍ୟ ଏହା ବ୍ୟବହାର କରିବା ପାଇଁ ଦିଆଯାଇ ପାରିବ ନାହିଁ | ଏମିତିକି ସ୍ୱାମୀ ମଧ୍ୟ ନିଜ ସ୍ତ୍ରୀର ଏଟିଏମ କାର୍ଡ ବ୍ୟବହାର କରି ପାରିବେ ନାହିଁ |

କଣ ଆପଣ ମଧ୍ୟ ଟଙ୍କା ବାହାର କରିବା ପାଇଁ ନିଜ ଏଟିଏମ କାର୍ଡ କୌଣସି ସମ୍ପର୍କୀୟ କିମ୍ବା ବନ୍ଧୁଙ୍କୁ ଦେଉଛନ୍ତି.. ଯଦି ଆପଣ ଏପରି କରୁଛନ୍ତି ତେବେ ବର୍ତ୍ତମାନ ସାବଧାନ ହୋଇଯାନ୍ତୁ | ଏମିତି କରିବା ଆପଣଙ୍କୁ ବହୁତ ମହାଙ୍ଗା ପଡିପାରେ | ଦେର୍ଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ଏସବିଆଇର କହିବା କଥା ଯେ ଡେବିଟ ନନ ଟ୍ରାନ୍ସଫରାବଲ ହୋଇଥାଏ, ଏମିତିରେ କୌଣସି ପରିବାର ସଦସ୍ୟଙ୍କୁ ମଧ୍ୟ ଏହା ବ୍ୟବହାର ପାଇଁ ଦିଆଯାଇ ପାରିବ ନାହିଁ | ଏମିତିକି ନିଜ ସ୍ୱାମୀ ମଧ୍ୟ ନିଜ ନିଜ ସ୍ତ୍ରୀର ଏଟିଏମ କାର୍ଡ ବ୍ୟବହାର କରି ପାରିବେ ନାହିଁ | ଯଦି କେହି ଏପରି କରନ୍ତି ତେବେ ସେ ସୁରକ୍ଷା ନିୟମ ଗୁଡିକର ବିରୋଧ ହେବ |

ATM କାର୍ଡ ବ୍ୟବହାର କରିବା ପୂର୍ବରୁ ରୁହନ୍ତୁ ସତର୍କ:

ସୂଚନାଯୋଗ୍ୟ ଯେ ଯଦି ଆପଣ ଭବିଷ୍ୟତରେ ହେବାକୁ ଥିବା କ୍ଷତିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଏଟିଏମ ଡେବିଟ କାର୍ଡ ବ୍ୟବହାର ସାବଧାନର ସହିତ କରନ୍ତୁ | କାହାରି ସହିତ ମଧ୍ୟ ନିଜର ଏଟିଏମ ପିନ ସେୟାର କରନ୍ତୁ ନାହିଁ | ଏହାପରେ କାର୍ଡ ଏବଂ ଆକାଉଣ୍ଟର ବିବରଣୀ ମଧ୍ୟ କାହାକୁ ଦିଅନ୍ତୁ ନାହିଁ | ଏଟିଏମ କାର୍ଡକୁ ନେଇ ଆପଣଙ୍କୁ କିଛି ନିୟମ ଗୁଡିକ ବିଷୟରେ ଜାଣି ନେବା ବହୁତ ଜରୁରୀ ଅଟେ |

କଣ କରିବେ ନାହିଁ:

୧. କାର୍ଡ ଉପରେ କେବେହେଲେ ନିଜର ପିନ ନମ୍ବର ଲେଖନ୍ତୁ ନାହିଁ | ୨. ଅଜଣା ଲୋକଙ୍କ ଠାରୁ ଏଟିଏମ ଟ୍ରାଞ୍ଜାକ୍ସନ ସମ୍ବନ୍ଧୀୟ ସାହାଯ୍ୟ ନିଅନ୍ତୁ ନାହିଁ କିମ୍ବା ଅନ୍ୟ କାହାରିକୁ ଟ୍ରାଞ୍ଜାକ୍ସନ ପାଇଁ ଏଟିଏମ କାର୍ଡ ଦିଅନ୍ତୁ ନାହିଁ | ୩. କୌଣସି ମଧ୍ୟ ବ୍ୟକ୍ତିଙ୍କୁ ନିଜ ଏଟିଏମ ପିନ କୁହନ୍ତୁ ନାହିଁ | ଏମିତିକି ବ୍ୟାଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟଙ୍କୁ ମଧ୍ୟ ଏହି ସୂଚନା ଦିଅନ୍ତୁ ନାହିଁ | ୪. ପେମେଣ୍ଟ ଅବସରରେ କାର୍ଡ ଉପରେ ସମ୍ପୂର୍ଣ୍ଣ ନଜର ରଖନ୍ତୁ ଏବଂ ନଜରରୁ ହଟିବାକୁ ଦିଅନ୍ତୁ ନାହିଁ | ୫. ଟ୍ରାଞ୍ଜାକ୍ସନ ସମୟରେ ମୋବାଇଲ ଫୋନରେ କଥାବାର୍ତ୍ତା କରନ୍ତୁ ନାହିଁ |

ସବୁବେଳେ ଅବଲମ୍ବନ କରନ୍ତୁ ଏହି ସାବଧାନତା:

୧. ଏଟିଏମ ଟ୍ରାଞ୍ଜାକ୍ସନ ଅବସରରେ ସମ୍ପୂର୍ଣ୍ଣ ପ୍ରାଇଭେସି ରକ୍ଷା କରନ୍ତୁ | ଏହା ସୁନିଶ୍ଚିତ କରନ୍ତୁ ଯେ ଏଟିଏମ ମେସିନରେ ପିନ ନମ୍ବର ଡାଏଲ କରିବା ବେଳେ ଯେପରି କେହି ନଦେଖନ୍ତୁ | ୨. ଟ୍ରାଞ୍ଜାକ୍ସନ ପରେ ଏହା ଦେଖନ୍ତୁ ଯେପରି ମେସିନରେ ୱେଲକମ ସ୍କ୍ରିନ ଆସିଯାଇଛି | ନହେଲେ ତା’ପୂର୍ବରୁ ମେସିନ ଛାଡ଼ନ୍ତୁ ନାହିଁ | ୩. ଏହା ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କର ଆପଣଙ୍କର ପାକହରେ ଥିବା ମୋବାଇଲ ନମ୍ବର ବ୍ୟାଙ୍କରେ ରେଜିସ୍ଟ୍ରେଡ଼ ରହିଥିବ | ଯାହାଦ୍ୱାରା ଆପଣଙ୍କୁ ବ୍ୟାଙ୍କରୁ ସମସ୍ତ ଟ୍ରାଞ୍ଜାକ୍ସନର ମେସେଜ ମିଳି ପାରିବ | ୪. ଶପିଙ୍ଗ ପରେ କୌଣସି ମଧ୍ୟ ମରଚାଣ୍ଟଙ୍କ ଠାରୁ ନିଜ କାର୍ଡ ଫେରସ୍ତ ନେବାକୁ ଭୁଲନ୍ତୁ ନାହିଁ | ୫. ଏଟିଏମରେ ଯଦି କୌଣସି ଅତିରିକ୍ତ ଡିଭାଇସ ଲାଗିଛି ତେବେ ସେଥିପ୍ରତି ନଜର ରଖନ୍ତୁ | ୬. ଏଟିଏମ କାର୍ଡ ହଜାଇ ଦେବା କିମ୍ବା ଚୋରି ହୋଇଗଲେ ତୁରନ୍ତ ବ୍ୟାଙ୍କକୁ ସୂଚିତ କରି ଦିଅନ୍ତୁ |
୭. କୌଣସି ମଧ୍ୟ ଟ୍ରାଞ୍ଜାକ୍ସନ କରିବା ପରେ ତୁରନ୍ତ ମୋବାଇଲରେ ଏସଏମଏସ ଚେକ କରନ୍ତୁ |

ଆପଣ କେଉଁ ଉପାୟରେ ଘରେ ବସି ମଧ୍ୟ କରି ପାରିବେ ଏଟିଏମ କାର୍ଡ ବ୍ଲକ, କଲ କିମ୍ବା ଆପ ଜରିଆରେ ବ୍ଲକ କରନ୍ତୁ କାର୍ଡ:

ଯଦି ଗ୍ରାହକ କଲ ଜରିଆରେ ଏସବିଆଇ ଡେବିଟ/ଏଟିଏମ କାର୍ଡ ବ୍ଲକ କରାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ଟୋଲ ଫ୍ରି ନମ୍ବର ୧୮୦୦-୧୧-୨୨-୧୧, ୧୮୦୦-୪୨୫-୩୮୦୦ରେ କିମ୍ବା ୦୮୦-୦୮୦-୨୬୫୯୯୯୯୦ରେ କଲ କରିବାକୁ ପଡିବ | ଏହାପରେ ଗ୍ରାହକଙ୍କୁ କଲରେ ମିଳୁଥିବା ନିର୍ଦେଶକୁ ପାଳନ କରିବାକୁ ହେବ | ଏହାଛଡା ଗ୍ରାହକ ଏସବିଆଇ କ୍ୱିକ ଆପ ସାହାଯ୍ୟରେ ନିଜର କାର୍ଡ ବ୍ଲକ କରାଇ ପାରିବେ |

ଏହି ପ୍ରକାରର ଏସଏମଏସ ଜରିଆରେ କରନ୍ତୁ କାର୍ଡ ବ୍ଲକ:

ଏହାଛଡା ଏସଏମଏସ ଜରିଆରେ କାର୍ଡ ବ୍ଲକ କରାଇବା ପାଇଁ ଆପଣଙ୍କୁ ମେସେଜରେ “BLOCK<space> ନିଜ କାର୍ଡ଼ର ଶେଷ ୪ ଡିଜିଟ ନମ୍ବର” ଲେଖି ୫୬୭୬୭୬ ନମ୍ବରକୁ ପଠାଇବାକୁ ହେବ | ଉଦାହରଣ ପାଇଁ – ଆପଣଙ୍କ ଏଟିଏମର ଶେଷ ୪ ଡିଜିଟ ୪୫୬୭ ଅଟେ ତେବେ ଆପଣଙ୍କୁ ମେସେଜରେ BLOCK ୪୫୬୭ ଲେଖି ଏହି ନମ୍ବର ୫୬୭୬୭୬କୁ ମେସେଜ କରିବାକୁ ପଡିବ |

ରେଜିସ୍ଟ୍ରେଡ଼ ମୋବାଇଲ ନମ୍ବରରୁ କରନ୍ତୁ ମେସେଜ:

ଆପଣଙ୍କୁ କହି ରଖୁଛୁ ଯେ ଯେଉଁ ନମ୍ବରରୁ ଆପଣ ମେସେଜ କରୁଛନ୍ତି ତାହା ବ୍ୟାଙ୍କରେ ରେଜିସ୍ଟ୍ରେଡ଼ ହୋଇଥିବା ଆବଶ୍ୟକ | ବ୍ୟାଙ୍କ ତରଫରୁ ଯେତେବେଳେ ଆପଣଙ୍କର ବ୍ୟାଙ୍କିଙ୍ଗର ଅନୁରୋଧ ଗ୍ରହଣ ହୋଇଯିବ ସେତେବେଳେ ତୁମ ରେଜିସ୍ଟ୍ରେଡ଼ ନମ୍ବରକୁ ମେସେଜ ଆସିଯିବ, ଯେଉଁଥିରେ ଆପଣଙ୍କର ବ୍ୟାଙ୍କିଙ୍ଗର ତାରିଖ ଏବଂ ସମୟ ରହିଥାଏ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *