କରୋନା ଯୋଦ୍ଧାଙ୍କ ଆତ୍ମହତ୍ୟା: ମାନବସେବାର ପ୍ରତିଫଳନ ନହେବାରୁ ଏବଂ କିଛି ଲୋକଙ୍କ ନୀଚ୍ଚ ଭାବନା ଯୋଗୁଁ କରିଛନ୍ତି ଉଦ୍ୟମ

ଲକ ଡାଉନ ସମୟରେ କରୋନା ଯୋଦ୍ଧା ଭଳି ଏହି ରାସ୍ତାରେ କାମ କରୁଥିବା ଜଣେ ନିଗମମକର୍ମୀଙ୍କୁ (କର୍ପୋରେଟର) ଲୋକମାନଙ୍କର ଅପମାନ ଏତେ କ୍ରୋଧିତ କରିଥିଲା ଯେ ସେ ନିଜେ ଆତ୍ମହତ୍ୟା କରିଦେଲେ। ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ର ସୁଭାଷନଗର ପାଣି ଟାଙ୍କି ମଧ୍ୟରେ ଯେଉଁଠି ରବିବାର ସକାଳେ ନିଗମକର୍ମୀଙ୍କର ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁହଁରୁ ଫୋମ ବାହାରୁଥିଲା। ଯାହାପରେ ଆଶଙ୍କା କରାଯାଉଛି କି ବିଷ ପାନ କରି ଆତ୍ମହତ୍ୟା କରିଛନ୍ତି। ପୋଲିସ ଏହି ପରିପ୍ରେକ୍ଷୀରେ ଘଟଣାସ୍ଥଳରେ ପହଞ୍ଚିବା ପରେ ଏକ ସୁଇସାଇଡାଲ୍ ନୋଟ ମିଳିଥିଲା, ଯେଉଁଥିରେ ଏକ କର୍ମଚାରୀ ଦ୍ଵାରା ହୋଇଥିବା ପରିଶ୍ରମର ଯନ୍ତ୍ରଣା ଲେଖାଥିଲା।

ମୃତକଙ୍କ ନାଁ ହେଉଛି ଜିତେନ୍ଦ୍ର ଯାଦବ ,ଯିଏକି ସୁଭାଷନଗର ପାଣି ଟାଙ୍କି ରେ ଭାଲଭ ମେନ ଭାବରେ ପଦସ୍ଥ ଥିଲେ। ପୋଲିସକୁ ମୃତକଠାରୁ ଏକ ସୁଇସାଇଡାଲ ନୋଟ ମିଳିଥିଲା ଯେଉଁଥିରେ ମୃତକ ଜଣକ ଲେଖିଛନ୍ତି ଯେ ସେ କରୋନା ବିପତ୍ତି ସମୟରେ ଲକ ଡାଉନ ସମୟରେ ମାନବ ସେବା କରିଛନ୍ତି। ଏହା ସତ୍ତ୍ଵେ କିଛି ଲୋକ ତାଙ୍କୁ ନୀଚ୍ଛ ଦେଖେଇବା ପାଇଁ କାମ କରୁଥିଲେ। ସେଥିପାଇଁ ସେ ବଞ୍ଚିବାକୁ ଚାହୁଁ ନାହାଁନ୍ତି। ଆଉ ମଧ୍ୟ ଏପରି କହିଛନ୍ତି ଯେ ଯେଉଁ ଲୋକମାନେ ତାଙ୍କୁ ନୀଚ୍ଚ ନଜରରେ ଦେଖୁଥିଲେ ସେମାନଙ୍କୁ ଭଗବାନ ଖୁସିରେ ରଖନ୍ତୁ।

ନିଗମ କର୍ମୀଙ୍କ ଆତ୍ମହତ୍ୟା:

ସୁଇସାଇଡ ନୋଟ ସାମ୍ନାକୁ ଆସିବାପରେ ପୋଲିସ ଘଟଣା ଉପରେ ତନାଘନା କରି ଜଣାଇଥିଲେ କି ମୃତକ ଜଣକ ମାନସିକ ଚାପଗ୍ରସ୍ତ ଥିଲେ ଓ ଲକ ଡାଉନ ସମୟରେ ତାଙ୍କ ପରିଶ୍ରମର ପ୍ରତିଫଳନ କିଛି ହେଲା ନାହିଁ, ସେଥିପାଇଁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଦେଲେ।

ପରଦେଶିପୁରା ଥାନାର ଉପନିରିକ୍ଷକ ଅଜୟ ସିଂ କୁଶବାହ କହିଥିଲେ କି ମୃତକଙ୍କ ପରିଜନ କିଛି କାର୍ଯୟକ୍ରମ ପାଇଁ ଗ୍ୱାଲିୟାର ଯାଇଥିଲେ ଏବଂ ମୃତକ ଜିତେନ୍ଦ୍ର ଯାଦବ କାଲି ରାତିରୁ ଗାୟବ ଥିଲେ। ପୋଲିସ କୁ ଏହା ମଧ୍ୟ ସୂଚନା ମିଳିଛି ଯେ ସେ ରାତି ୨ ଟାରେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ବହୁବାର ବାର୍ତ୍ତାଳାପ କରିଛନ୍ତି । ପରେ ସୋସାଇଟି ନୋଟରେ କରୋନା କାଳରେ ସେ ବହୁତ କାମ କରିଛନ୍ତି କିନ୍ତୁ ତାଙ୍କୁ କର୍ମର ପ୍ରତିଫଳନ ମିଳିନାହିଁ।

ପୋଲିସର ତଦନ୍ତ:

ପୋଲିସ ଏହି ପୁରା ମାମଲାରେ ତନାଘନା ଆରମ୍ଭ କରିଦେଇଥିଲେ। ଇନ୍ଦୋରର ଏହି ଦୁଃଖଦ ଘଟଣା ପୁରା ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ଯାଞ୍ଚର ରାଡାର ରେ ଏପରି କିଛି ଲୋକ ଗିରଫ ହୋଇଛନ୍ତି,  ଯେଉଁମାନେ କି ମୃତକଙ୍କୁ ନୀଚ୍ଚ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *