ଷ୍ଟେସନକୁ ଭାଙ୍ଗିକି ପବନ ବେଗରେ ଚାଲୁଥିଲା ମେଟ୍ରୋ ଟ୍ରେନ। ହ୍ୱିଲ୍ ମାଛ ବଞ୍ଚାଇଲା ଜୀବନ

ନେଦରଲ୍ୟାଣ୍ଡ ରେ ବହୁତ ବଡ଼ ଦୁର୍ଘଟଣା ଟଳି ଯାଇଛି । ଗୋଟେ ମେଟ୍ରୋ ଟ୍ରେନ ଦୃତ ଗତିରେ ଷ୍ଟେସନ କୁ ଭାଙ୍ଗି ଚାଲିଯାଉଥିଲା । ଗୋଟେ ହ୍ୱିଲ ମାଛ ବଞ୍ଚାଇ ଦେଲା ଜୀବନ।

ନେଦରଲ୍ୟାଣ୍ଡର ରାଟରଡେମ ସହରରେ ଏକ ମେଟ୍ରୋ ଟ୍ରେନ ଆଉଟ ଅଫ କଣ୍ଟ୍ରୋଲ ହୋଇସାରିଥିଲା ଯାହା ଫଳରେ ବହୁତ କ୍ଷତି ହୋଇଥାନ୍ତା। ଡି ଏକେର୍ସ ନାମକ ଏହି ଟ୍ରେନ ଟି ପବନ ବେଗରେ ପହଞ୍ଚି ସାରିଥିଲା।କିନ୍ତୁ ସୌଭାଗ୍ୟ ର କଥା କି ସେଠାରେ ଗୋଟେ ହ୍ବିଲ ଲାଞ୍ଜ ର ମୂର୍ତ୍ତି ତିଆରି ହୋଇଥିଲା । ଯେଉଁ ମୂର୍ତ୍ତି ଟି ଟ୍ରେନର ଆଗକୁ ଆସିଯାଇଥିଲା ଏବଂ ଟ୍ରେନ ଟି ଅଟକି ଯାଇଥିଲା।

ରିପୋର୍ଟରଙ୍କ କହିବା ଅନୁସାରେ, ଏହି କାରୁକାର୍ଯ୍ୟକୁ ମେଟ୍ରୋ ଟ୍ରେନର ପାଖରେ ଥିବା ପାର୍କରେ ୨୦ ବର୍ଷ ପୂର୍ବରୁ ତିଆରି କରାଯାଇଥିଲା। ଏହି ମୂର୍ତ୍ତି କଳାରେ ଦୁଇଟି ବଡ଼ ହ୍ବଲ ମାଛର ବିଶାଳକାୟ ଲାଞ୍ଜ ମିଳିଥିଲା। ଏଥିରୁ ଗୋଟେ ଲାଞ୍ଜ ପାଇଁ ମେଟ୍ରୋ ଟ୍ରେନ ବଞ୍ଚି ପାରିଲା।

ଏହି ମେଟ୍ରୋ ଟ୍ରେନ ର ଡ୍ରାଇଭର ର ଜୀବନ ବଞ୍ଚିଯାଇଥିଲା ଏବଂ ତାର କିଛି କ୍ଷତି ହୋଇ ନଥିଲା।କିନ୍ତୁ ଡ୍ରାଇଭର ବହୁତ ଡରି ଯାଇଥିଲା।କହିଦେବାକୁ ଚାହୁଁଛୁ କି ଟ୍ରେନ ରେ ଡ୍ରାଇଭର ଏକା ଥିଲା ଏବଂ ତା ସାଥୀ ରେ କେହି ନଥିଲେ।

ଯଦିବା ଏହି ସାର୍କ ର ଲାଞ୍ଜ ଟ୍ରେନ କୁ ବଞ୍ଚାଇଲା କିନ୍ତୁ ଯେବେ ତାକୁ ବନା ଯାଇଥିଲା ବନେଇ ଥିବା ଲୋକ ର ମୁଣ୍ଡରେ ଏହି ଭଳି କିଛି ନଥିଲା।

ଏହି ଘଟଣା ପରେ ଘଟଣାସ୍ଥଳ ରେ ଅର୍କିଟେକ୍ସ, ଇଂଜିନିୟର ଏବଂ ଆଉ କିଛି ବିଶେଷଜ୍ଞ ମଧ୍ୟ ଉପସ୍ଥିତ ଅଛନ୍ତି।ଆଉ ଇମରଜେନ୍ସି ସର୍ଭିସ ଚେଷ୍ଟା କରୁଛି କି କେମିତି ଟ୍ରେନ କୁ ଷ୍ଟେସନ ପାଖକୁ ନିଆଯିବ।

ପୋଲିସ ଏହି ମାମଲାରେ ଯାଞ୍ଚ କରି କହିଛି କି, ଏଥିରେ କିଛି କ୍ଷତି ଘଟିଛି କିନ୍ତୁ କାହାର ଜୀବନ ଯାଇ ନାହିଁ।ଏହି ମେଟ୍ରୋ ଟ୍ରେନ କେମିତି ଆଉଟ ଅଫ କଣ୍ଟ୍ରୋଲ ହେଲା ଏହାର ମଧ୍ୟ ଯାଞ୍ଚ କରାଯାଉଛ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *