ଅସ୍ତ୍ରୋପଚାର ସମୟରେ ଡାକ୍ତର ଜଣକ ମହିଳାଙ୍କ ପେଟରେ ଛାଡିଦେଇଥିଲେ ତଉଲିଆ, ୪ ମାସ ପର୍ଯ୍ୟନ୍ତ ଏପରି ଥିଲା ମହିଳାଙ୍କ ସ୍ଥିତି

ଉତ୍ତରପ୍ରଦେଶର ସୀତାପୁର ସ୍ଥିତ ଏକ ହସ୍ପିଟାଲରେ ବହୁତ ବଡ ଦାୟିତ୍ବହୀନତା ସାମ୍ନାକୁ ଆସିଛି | ଏହି ହସ୍ପିଟାଲର ଜଣେ ଡାକ୍ତର ଅସ୍ତ୍ରୋପଚାର ସମୟରେ କଥିତ ସ୍ତରରେ ମହିଳାଙ୍କର ପେଟରେ ତଉଲିଆ ଛାଡି ଦେଇଥିଲେ | ମାତ୍ର ଅତି ସେତେବେଳେ ହେଲା ଯେତେବେଳେ ମହିଳା ଜଣକ ପେଟ ଯନ୍ତ୍ରଣାର ଅଭିଯୋଗ କଲେ କିନ୍ତୁ ତାଙ୍କ କଥା ହସ୍ପିଟାଲରେ କେହି ଶୁଣି ନଥିଲେ | ଏହାପରେ ମହିଳା ଜଣଙ୍କୁ ଅନ୍ୟ ଏକ ହସ୍ପିଟାଲ ନିଆଯାଇଥିଲା | ଯେଉଁଠାରେ ତାଙ୍କର ଚିକିତ୍ସା କରାଯାଇଥିଲା | ଏହି ସମ୍ପୂର୍ଣ୍ଣ ଘଟଣା ସୀତାପୁର ସ୍ଥିତ ମହିଳା ହସ୍ପିଟାଲର ଅଟେ | ପୀଡିତାଙ୍କର ସ୍ୱାମୀଙ୍କ ମୁତାବକ ତାଙ୍କ ପତ୍ନୀଙ୍କର ପ୍ରସବ ହେବାର ଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଯେଉଁଠାରେ ସିଏମଏସ ଡା. ସୁଷମା କର୍ଣ୍ଣବାଲ ତାଙ୍କର ଅସ୍ତ୍ରୋପଚାର କରାଇଥିଲେ |

ସହରର କଜିୟାରା ପୁରୁଣା ସୀତାପୁର ନିବାସୀ ମୋହମ୍ମଦ ଫେଜାନ ଅଖତର ଅନସାରୀ କହିଛନ୍ତି ଯେ ତାଙ୍କ ପତ୍ନୀ ଶଗୁପ୍ତା ଅଞ୍ଜୁମଙ୍କର ପ୍ରସବ ପୀଡା ହେବାରୁ ତାଙ୍କୁ ୫ ଜୁନ ୨୦୨୦ରେ ଜିଲ୍ଲା ମହିଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସ୍ଥିତି ଗମ୍ଭୀର ହେବାରୁ ସିଏମଏସ ଡା. ସୁଷମା କର୍ଣ୍ଣବାଲ ତାଙ୍କର ଅସ୍ତ୍ରୋପଚାରର କଥା କହିଥିଲେ ଏବଂ ଅସ୍ତ୍ରୋପଚାର ପରେ ପତ୍ନୀ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ |

ତେବେ ଅସ୍ତ୍ରୋପଚାର ପରେ ଶଗୁପ୍ତା ଅଞ୍ଜୁମଙ୍କୁ ଲଗାତାର ପେଟ ଯନ୍ତ୍ରଣା ଏବଂ ବାନ୍ତି ହେବାକୁ ଲାଗିଲା | ଶଗୁପ୍ତା ଅଞ୍ଜୁମ ଏହି କଥାର ଅଭିଯୋଗ ଡାକ୍ତରଙ୍କୁ କରିଥିଲେ | କିନ୍ତୁ ଡାକ୍ତର ତାଙ୍କର ଗୋଟିଏ ହେଲେ କଥା ଶୁଣି ନଥିଲେ | ଡାକ୍ତର ଯନ୍ତ୍ରଣା ଏବଂ ବାନ୍ତିର ମେଡ଼ିସିନ ଲେଖି ଦେଇଥିଲେ | ଯାହାପରେ ତାଙ୍କୁ ହସ୍ପିଟାଲରୁ ଘରକୁ ପଠାଇ ଦେଇଥିଲେ | କିନ୍ତୁ ଘରକୁ ଆସି ମଧ୍ୟ ଶଗୁପ୍ତା ଅଞ୍ଜୁମଙ୍କର ସ୍ଥିତି ଠିକ ହୋଇ ନଥିଲା ଏବଂ ତାଙ୍କ ପେଟ ବହୁତ ଶକ୍ତ ହୋଇଯାଇଥିଲା | ପତ୍ନୀଙ୍କର ଖରାପ ସ୍ଥିତିକୁ ଦେଖି ସ୍ୱାମୀ ମୋହମ୍ମଦ ଫେଜାନ ଅଖତର ଅନସାରୀ ତାଙ୍କୁ ଲକ୍ଷ୍ନୌ ନେଇ ଯାଇଥିଲେ | ଯେଉଁଠାରେ ତାଙ୍କ ପେଟରେ ତଉଲିଆ ଥିବାର କଥା ତନୁ ଜଣା ପଡିଥିଲା |

ମୋହମ୍ମଦ ଫେଜାନଙ୍କ ଅନୁସାରେ ଅସ୍ତ୍ରୋପଚାର ପରେ ପତ୍ନୀଙ୍କର ପେଟ ବହୁତ ଶକ୍ତ ହୋଇଯାଇଥିଲା | ଔଷଧରେ ଠିକ ନହେବାରୁ ପତ୍ନୀଙ୍କୁ ଲକ୍ଷ୍ନୌରେ ଦେଖାଇଥିଲେ | ଅଲ୍ଟ୍ରାସାଉଣ୍ଡ ଏବଂ ସିଟି ସ୍କାନ ମଧ୍ୟ କରାଯାଇଥିଲା | କିନ୍ତୁ ତାଙ୍କ ଠାରୁ ମଧ୍ୟ କିଛି ସ୍ପଷ୍ଟ ହୋଇନଥିଲା | ଯାହାପରେ ଲକ୍ଷ୍ମୀପୁରର ଚିକିତ୍ସକ ଡା. ଜେଡ ଖାନ ତାଙ୍କୁ ଏମଆରଆଇ କରାଇବାକୁ କହିଲେ | ଏମଆରଆଇରେ ପେଟ ମଧ୍ୟରେ କିଛି ଶକ୍ତ ଜିନିଷ ଥିବାର ନଜର ଆସିଲା | ଡାକ୍ତର ଆଉଥରେ ଅସ୍ତ୍ରୋପଚାର କରାଇବାକୁ କହିଲେ | ଏହାପରେ ଅସ୍ତ୍ରୋପଚାର କରାଇବାରୁ ପେଟରୁ ତଉଲିଆ ବାହାରିଲା |

ଡାକ୍ତରଙ୍କ ମୁତାବକ ତଉଲିଆ କାରଣରୁ ପେଟରେ ସଂକ୍ରମଣ ବ୍ୟାପି ଯାଇଥିଲା ଏବଂ ରୋଗୀର ଜୀବନ ବିପଦରେ ଥିଲା | ତାଙ୍କର ଏକ ଅନ୍ତନାଡୀ ପଚି ଯାଇଥିଲା | ଯାହାକୁ କାଟିବାକୁ ପଡିଲା | ତେବେ ବର୍ତ୍ତମାନ ମହିଳା ଜଣଙ୍କର ସ୍ଥିତି ଠିକ ଅଛି | ଏହି ଘଟଣା ପାଖାପାଖି ୪ ମାସ ପୂର୍ବରୁ ବୋଲି କୁହାଯାଉଛି | ସେହିପରି ଏହି ଘଟଣା ପରେ ସିଏମଏସ ଡା. ସୁଷମା କର୍ଣ୍ଣବାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *