କୋରୋନା ଆକ୍ରାନ୍ତ ବ୍ୟକ୍ତି ହ୍ବିସ୍କି ସହ ମହୁ ମିଶାଇ ପିଇବା ପରେ ସୁସ୍ଥ ହୋଇ ଯାଇଥିଲେ କିନ୍ତୁ ୧୧ ମାସ ପରେ ହେଲା ଏମିତି ଘଟଣା

ଗତ ଫେବୃଆରୀ ମାସରେ ଉହାନ ସହର ରେ ରହୁଥିବା ଜଣେ ବ୍ୟକ୍ତି ଙ୍କର ବୟାନ କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା। ସେ କୌଣସି ପ୍ରକାର ର ଔଷଧ ନ ଖାଇ ହ୍ବିସ୍କି ସହ ମହୁ ମିଶାଇ ପି କରୋନା ସଂର୍କମଣ ରୁ ଭଲ ହେଇଥିବାର କହିଥିଲେ। କିନ୍ତୁ ୧୧ ମାସ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଖବର ମିଳିଥିଲା। ସେହି ବ୍ୟକ୍ତି ଜଣଙ୍କର ନାମ କୋନୋର ରିଡ। ସେ କହିଥିଲେ କି ତାଙ୍କୁ କୋରାନା ହେବା ମାତ୍ରେ ତାଙ୍କୁ ନେଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା।

ସେ କୌଣସି ଔଷଧ ଖାଉ ନଥିଲେ କେବଳ ହ୍ବିସ୍କି ରେ ମହୁ ମିଶାଇ ପିଉ ଥିଲେ ଯାହା ଦ୍ବାରା ତାଙ୍କର କୋରୋନା ଭଲ ହୋଇଯାଇଥିଲା। ତାଙ୍କର ଏହି ପରି ଦାବି କୁ କୌଣସି ବି ଡକ୍ଟର ଗ୍ରହଣ କରୁ ନଥିଲେ। ଏବଂ ତାଙ୍କର ବର୍ତ୍ତମାନ ମୃତ୍ୟୁ ଘଟିଛି। ଏହି କୋରୋନା ଆର୍କାନ୍ତିତ ବ୍ୟକ୍ତି ଜଣକ ଶିକ୍ଷକ ଥିଲେ। କୋନୋରା ଙ୍କର ନଭେମ୍ବର ରେ ଉହାନା ରେ ପୋଷ୍ଟିଙ୍ଗ ହୋଇଥିଲା। ଯାହା ପରେ ସେ କୋରୋନା ର ଶିକାର ହୋଇଥିଲେ। ତାଙ୍କୁ କୋରୋନା ହେବା ପରେ ଡକ୍ଟର ତାଙ୍କୁ ଆଣ୍ଟିବାୟୋଟିକ ଖାଇବା ପାଇଁ ପରାର୍ମସ କରିଥିଲେ। କିନ୍ତୁ ସେ ତାଙ୍କ କଥା ନ ଶୁଣି ଇନହେଲର ବ୍ୟବହାର କରିବା ସହ ମହୁ ସହ ହ୍ବିସ୍କି ମିଶାଇ ପିଉ ଥିଲେ। ଯାହାର କିଛି ଦିନ ପରେ ସେ ସମ୍ପୁ୍ର୍ଣ୍ଣ ସୁସ୍ଥ ହୋଇ ଯାଇ ଥିଲେ ବୋଲି ଦାବି କରିଥିଲେ।

ସେ ସୁସ୍ଥ ହେବା କିଛି ଦିନ ପରେ ପୁଣି ସେ କୋରୋନା ର ଶିକାର ହୋଇଥିଲେ ବୋଲି ସୂଚନା ମିଳିଛି। ଗତ ସପ୍ତାହ ରେ ସେ ରହୁଥିବା ଘରୁ ତାଙ୍କ ମୃତ ଦେହ ମିଳିଛି। ତାଙ୍କ ମା ଙ୍କ କହିବା ଅନୁସାରେ ସେ କୋରୋନା ରୁ ସମ୍ପୁର୍ଣ୍ଣ ଭାବେ ସୁସ୍ଥ ହୋଇ ନଥିଲେ। ଲକଡାଉନ ସମୟ ରେ କୋନୋର ଙ୍କୁ ଉହାନ ରେ ୧୬ ସପ୍ତାହ , ଅଷ୍ଟ୍ରେଲିଆ ରେ ୨ ସପ୍ତାହ ଏବଂ ବ୍ରିଟେନ ରେ ୩ ସପ୍ତାହ ରହିବାକୁ ପଡିଥିଲା। କୋରୋନା ରୁ ମୁକ୍ତ ହେଲା ପରେ ମଧ୍ୟ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ପାରି ନଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *