ରାଜଭବନରେ କରୋନା। ଭୂତାଣୁ ସଂକ୍ରମିତ ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍। ଏଥି ସହିତ ତାଙ୍କ ପତ୍ନୀଙ୍କ ରିପୋର୍ଟ ପଜିଟିଭ ଆସିଛି। ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ରାଜ୍ୟପାଳ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ନିକଟ ଅତୀତରେ ମୋ ସଂସ୍ପର୍ଶରେ ଆସିଛନ୍ତି,ସେମାନେ କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ।
ରାଜ୍ୟପାଳ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍ କରି ତାଙ୍କର ସୁସ୍ଥତା କାମନା କରିଛନ୍ତି।