IAS ହେବ ପାଇଁ ଛାଡ଼ିଦେଲେ HR ଚାକିରୀ, ମାନସିକ ଚାପଗ୍ରସ୍ତ ହୋଇ ଯୁବତୀଙ୍କର ହୋଇଗଲା ଏପରି ଦୁର୍ଦଶା

IAS ଏପରି ଏକ ପଦବୀ , ଯାହାକୁ ପାଇବା ପାଇଁ ଉଚ୍ଚ ଶିକ୍ଷିତ ଲୋକମାନେ ପାଗଳ ହୋଇଥାନ୍ତି।ଏହାକୁ ପାଇବା ପାଇଁ ବହୁ ଛାତ୍ର ଛାତ୍ରୀ ମାନେ ଅନେକ ବର୍ଷ ପର୍ଯ୍ୟନ୍ତ ନିଜକୁ ପ୍ରସ୍ତୁତ କରିଥାନ୍ତି। ନିଜର କଠୋର ପରିଶ୍ରମ ଓ ଭାଗ୍ୟ ବଳରେ ସେମାନେ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। IAS ହେବାର ମନୋବୃତ୍ତି ନେଇ ଜଣେ ମହିଳା ପଲଟିଯାଇଛନ୍ତି HR ମ୍ୟାନେଜର ରୁ ଅଳିଆ ଉଠେଇବା ବାଲୀ। ଆସନ୍ତୁ ଏହି ବିଷୟରେ ଅଧିକ ଜାଣିବା।

IAS ହେବାର ସ୍ବପ୍ନ ଘାରିଥିବା ହାଇଦ୍ରାବାଦ ର ମହିଳା ଜଣକ ଭାରାକ୍ରାନ୍ତ ଓ ଉଦାସୀନ ଭାବ ଭିତରେ ମଲ୍ଟିନ୍ୟସ୍ନାଲ୍ କମ୍ପାନୀର HR ମ୍ୟାନେଜର ଚାକିରି ଛାଡ଼ିଦେଲେ। ମାନସିକ ଚାପ ବଢ଼ିଗଲା ଓ ସେ ଅଳିଆ ଉଠାଇବା ବାଲୀ ବନିଗଲେ। ୮ମାସ ପୂର୍ବରୁ ଘର ଛାଡିଥିଲେ, ଏହାପରେ ଭିକ୍ଷାବୃତ୍ତି କରି ବୁଲି ବୁଲି ପ୍ରାୟ ୧.୫ କିଲୋମିଟର ଦୂର ହାଇଦ୍ରାବାଦ ରୁ ଗୋରଖପୁର ଠାରେ ଆସି ପହଂଚିଥିଲେ।

ହିନ୍ଦୁସ୍ଥାନ ର ଖବର ଅନୁସାରେ , ବାରଙ୍ଗଲ ରେ ରହୁଥିବା ଏହି ମହିଳା ଜଣକ ହେଲେ ରଜନୀ ଟୋପା, ଯିଏକି ଜୁଲାଇ ମାସ ୨୩ ତାରିଖରେ ପାଗଳ ଅବସ୍ଥାରେ ଗୋରଖପୁର ତିୱାରୀପୁର ନିକଟରେ ଥିବା ଥାନା ପାଖରୁ ମିଳିଥିଲେ । ସେ ଆବର୍ଜନା ବାକ୍ସ ନିକଟରେ ପଡ଼ିଥିବା ଶୁଖିଲା ଚାଉଳକୁ ଖାଉଥିଲେ।

ସେଠି ଉପସ୍ଥିତ ଥିବା ଲୋକମାନେ ଏହି ସମ୍ପର୍କରେ ଥାନାରେ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ  ପହଁଚିଲା ପରେ  ମହିଳା ଜଣକ ପୋଲିସକୁ ଦେଖି ଫଟାଫଟ ଈଂଲିଶ କହିବାକୁ ଲାଗିଲେ ଓ ହିନ୍ଦୀ ବି ଅଳ୍ପ ବହୁତ କିଛି କହୁଥିଲେ। ପୋଲିସ କର୍ମଚାରୀମାନେ ତାଙ୍କୁ ମାତ୍ରୁଛାୟା ଚାରିଟିବଳ ଫାଉଣ୍ଡେସନ କୁ ହସ୍ତାନ୍ତର କରିଥିଲେ। ତାଙ୍କର ଚିକିତ୍ସା ଆରମ୍ଭ ହେଲା ଓ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲେ।

ରଜନୀଙ୍କ ବାପା ମାତ୍ରୁଛାୟାର ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦେଲେ କି ରଜନୀ ୨୦୦୦ ମସିହାରେ ଏମବିଏ ପଥରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାମାତ୍ରେ ତାରା ଇଛା IAS ହେବାର ଥିଲା। ଭାରତୀୟ ପ୍ରଶାସନିକ ସେବାରେ ପରୀକ୍ଷାରେ ୨ ଥର ଅସଫଳ ମଧ୍ୟ ହୋଇଥିଲେ। ଏହାପରେ ବହୁତ ମାନସିକ ଚାପ ଓ ଯନ୍ତ୍ରଣା ଭିତରେ ରହି HR ମ୍ୟାନେଜର ଚାକିରି ଛାଡ଼ିଦେଲେ।

ଏହାପରେ ମାନସିକ ସନ୍ତୁଳନ ହରାଇବସିଲେ। ନଭେମ୍ବରରେ ସେ ଘର ଛାଡିଦେଇଥିଲେ ଏବଂ ବୁଲି ବୁଲି ଗୋରଖପୁର ଠାରେ ଆସି ପହଂଚିଥିଲେ। ଗତ ୨୩ ଜୁଲାଇ ରେ ତାଙ୍କୁ ପୋଲିସ ମାତ୍ରୁଛାୟାରେ ହସ୍ତାନ୍ତର କରିଥିଲା। ଚିକିତ୍ସା ଓ କାଉନସେଲିଂରୁ ରଜନୀଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ହବାକ୍ଷଣି ସେ ନିଜ ଘରର ଠିକଣା ଦେଲେ। ତେଲେଙ୍ଗାନାର ବାରଂଗଲ ରେ ହନଙ୍କୋଡାରେ ରଜନୀଙ୍କ ପରିବାର ରହନ୍ତି । ମାତ୍ରୁଚ୍ଛାୟା ଟିମ ଯାଇ ତାଙ୍କ ପରିବାର ସହ ସମ୍ପର୍କ କରିଥିଲେ, ସେମାନେ ରଜନୀକୁ ଗୋରଖପୁରରୁ ଆସିବାକୁ ମନା କରିଦେଇଥିଲେ। ଫଳରେ ତାଙ୍କୁ ଟିମର ଲୋକମାନେ ଉଡାଜାହାଜ ରେ ନେଇ ଘରେ ଛାଡ଼ିଦେଇ ଆସିଥିଲେ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *