ଭୁବନେଶ୍ବରରେ ସାଇବର କମ୍ପ୍ଲେକ୍ସର ଉଦ୍ଘାଟନ: ଡିଜିପି କହିଲେ ଖୁବ ଶୀଘ୍ର ହେବ ସମସ୍ୟାର ସମାଧାନ, ଦିଆଯିବ ଅଧିକ ଅଫିସରମାନଙ୍କୁ ଟ୍ରେନିଂ

ଭୁବନେଶ୍ୱରରେ ଆରମ୍ଭ ହୋଇଛି ସାଇବର କମ୍ପ୍ଲେକ୍ସ । ଏହି ନୂଆ ସାଇବର କମ୍ପ୍ଲେକ୍ସ ଉଦଘାଟନ କରିଛନ୍ତି ଡିଜିପି ଅଭୟ । ଏହି ଅବସରରେ ଡିଜିପି କହିଛନ୍ତି, ରାଜ୍ୟରେ ସାଇବର ସମ୍ପର୍କିତ ମାମଲାର ତ୍ୱରିତ ସମାଧାନ ପାଇଁ ଉଦ୍ୟମ ହେବ । ସାଇବର ମାମଲାରେ ରାଜ୍ୟରେ କର୍ମଚାରୀଙ୍କ ଦକ୍ଷତାର ଅଭାବ ରହୁଛି । ତଦନ୍ତକାରୀ ଅଧିକାରୀଙ୍କ ସଂଖ୍ୟା ବି କମ ରହିଛି । ତେଣୁ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଦ୍ୟମ କରାଯିବ ।

ସାଇବର କ୍ରାଇମ କିଛି ନୂଆ କଥା ନୁହେଁ। ଏହା ଆଗରୁ ଚାଲିଥିଲା, ଏବେ ବି ଚାଲୁଛି ଆଉ ଆଗକୁ ମଧ୍ୟ ଚାଲିବ। ଜନସାଧରଣମାନେ ଏହାର ସମ୍ମୁଖୀନ ହେଉଛନ୍ତି। ଲକ‌ଡାଉନ‌ରେ ସାଇବର ଠକମାନେ ବେଶ ସକ୍ରିୟ ହୋଇ ଉଠିଛନ୍ତି । ଅନଲାଇନ ଠକେଇ, ଅନଲାଇନ ମଦ, ଅନଲାଇନ ନିଯୁକ୍ତି, କୋରିଅର ହୋମ୍ ଡେଲିଭରି ନାଁରେ ଠକେଇ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ଅର୍ଥ ଦେବା ବାହାନାରେ ସେମାନେ ଲୋକଙ୍କୁ କଳାକନା ବୁଲାଇ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ଖାଲି କରିଦେଉଛନ୍ତି। ଝାଡ଼ଖଣ଼୍ଡ, ହରିୟାଣା, ଦିଲ୍ଲୀ ଆଦି ଅଞ୍ଚଳର ସାଇବର ଠକଙ୍କ ଟାର୍ଗେଟରେ ଓଡ଼ିଶା ରହିଛି ।

୨୦୧୮ଠାରୁ ୨୦୧୯ରେ ସାଇବର ମାମଲା ଯଥେଷ୍ଟ ବଢ଼ି ଯାଇଛି । ୨୦୧୮ରେ ୮୪୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୧୪୮୫ରେ ପହଞ୍ଚିଛି । ପୂର୍ବବର୍ଷ ତୁ​ଳନାରେ ୭୬ ପ୍ରତିଶତ ମାମଲା ବୃଦ୍ଧି ପାଇଥିଲା, ଯାହା ବେଶ ଚିନ୍ତାଜନକ ରହିଛି। କିନ୍ତୁ କ୍ରାଇମବ୍ରାଞ୍ଚ ସେଭଳି କୌଣସି ସଫଳତା ପାଇ ପାରିନାହିଁ । ଆଶା କରାଯାଉଛି କି ଏହି କମ୍ପ୍ଲେକ୍ସ ମାଧ୍ୟମରେ ଜନସଚତନତା ସୃଷ୍ଟି କରାଯିବା ସହିତ ଯେଉଁ ଲୋକମାନେ ଏହାର ସମ୍ମୁଖୀନ ହେବେ ସେମାନଙ୍କର ସମାଧାନ କରାଯିବା ସହ ତଦନ୍ତ ଦ୍ୱାରା ଅପରାଧୀ ମାନଙ୍କୁ ଧରି କଠୋରରୁ କଠୋର ଦଣ୍ଡ ବିଧାନ କରାଯିବ ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ । ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *