ସୁପ୍ରିମକୋର୍ଟର ହସ୍ତକ୍ଷେପ ପରେ RBI ଋଣ ଉପରେ ଦେଲା ବଡ ରିହାତି, ତାଲାବନ୍ଦ ଅବସରରେ କଟା ଯାଇଥିବା ଏହି ଟଙ୍କା ଆସିବ ଫେରସ୍ତ

ଆରବିଆଇ ସୁପ୍ରିମକୋର୍ଟରେ ଆଫିଡେଫିଟ ଦାଖଲ କରି କହିଛି ଯେଉଁ ଲୋକମାନେ କରୋନା ଏବଂ ତାଲାବନ୍ଦ ଅବସରରେ ବ୍ୟାଙ୍କ ଲୋନରେ ରୋକର ବ୍ୟବହାର କରିଥିଲେ, ତାଙ୍କୁ କେବଳ ସାମାନ୍ୟ ଋଣ ଦେବାକୁ ପଡିବ |

କରୋନା ଏବଂ ତାଲାବନ୍ଦ ସମୟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଲୋନରେ ବଡ ରିହାତି ଦେଇଛନ୍ତି | ଆରବିଆଇ ସୁପ୍ରିମକୋର୍ଟରେ ଆଫିଡେଫିଟ ଦାଖଲ କରି କହିଛନ୍ତି ଯେ ଯେଉଁ ଲୋକମାନେ କରୋନା ଏବଂ ତାଲାବନ୍ଦ ଅବସରରେ ବ୍ୟାଙ୍କ ଲୋନରେ ରୋକର ବ୍ୟବହାର କରିଥିଲେ, ତାଙ୍କୁ କେବଳ ସାମାନ୍ୟ ସୁଧ ଦେବାକୁ ପଡିବ | ଯେଉଁ ଲୋକମାନଙ୍କ ଠାରୁ ଅଧିକ ଟଙ୍କା କଟା ଯାଇଛି ତାଙ୍କୁ ଫେରସ୍ତ କରିଦିଆଯିବ | ଏହାପୂର୍ବରୁ ବ୍ୟାଙ୍କ ରୋକ ବ୍ୟବହାର କରିଥିବା ନିଜର ଗ୍ରାହକ ମାନଙ୍କ ଠାରୁ ଚକ୍ରବତୀ ସୁଧ ନେଉଥିଲେ | କିନ୍ତୁ ଗଜେନ୍ଦ୍ର ଶର୍ମାଙ୍କର ଆଫିଡେଫିଟ ଦାଖଲ ହେବା ପରେ ସୁପ୍ରିମକୋର୍ଟ ଏହି ମାମଲାରେ ଦଖଲ ଦେଇଥିଲା | ଏହାପରେ ବର୍ତ୍ତମାନ ଚକ୍ରବତୀ ସୁଧ ନୁହେଁ କେବଳ ସାମାନ୍ୟ ସୁଧ ଦ୍ଵାରା ଋଣ ଟଙ୍କା ନିଆଯିବ |

ତାଲାବନ୍ଦର ଏହି ସମୟରେ ଇଏମଇରେ ମିଳିବ ଏହି ରିହାତି :

ଲୋନ ରୋକିବାର ଅବଧି ୧ ମାର୍ଚ୍ଚରୁ ୩୧ ଅଗଷ୍ଟ, ୨୦୨୦ ପର୍ଯ୍ୟନ୍ତ ଲାଗୁ ହେବ | କେନ୍ଦ୍ର ସରକାର ଋଣ ଧାରକ ମାନଙ୍କୁ ରିହାତି ଦେଇ କରୋନା ତାଲାବନ୍ଦ ସମୟରେ ଲୋନର ଇଏମଆଇ ଜମା କରିବାରୁ ମୁକ୍ତ କରିଥିଲା | ଋଣର ଇଏମଆଇ ଜମା ନକରିବାର ଅବଧି ୬ ମାସ ରହିଛି | କିନ୍ତୁ ୩୧ ଅଗଷ୍ଟ ପରେ ସରଳ ସୁଧ ସହିତ ଇଏମଏଇ ତାଲାବନ୍ଦ ପୂର୍ବରୁ ଯେପରି କରାଯାଉଥିଲା ସେମିତି ହିଁ କରିବାକୁ ପଡିବ | ରୋକ ହାଉସିଙ୍ଗ, ଶିକ୍ଷା, କ୍ରେଡିଟ କାର୍ଡ ଏବଂ ଏମଏସଏମଇ ଉପରେ ଲୋନରେ ଦିଆ ଯାଇଛି |

ଲକଡାଉନରେ ଋଣ ପରିଶୋଧ ନକରି ପାରିବା ବିଫଳତା ନୁହେଁ ଅସହାୟତା ଥିଲା:

ଯାଚିକାକର୍ତ୍ତା ଗଜେନ୍ଦ୍ର ଶର୍ମାଙ୍କ କହିବା କଥା ଯେ,”ଲକଡାଉନ ସମୟରେ ଆମେ ନିଜ ଋଣର କିସ୍ତି ଦେଇପାରୁ ନଥିଲୁ | କିନ୍ତୁ ଏହା ଆମର ବିଫଳତା ନଥିଲା, ବରଂ ଏହା ତାଲାବନ୍ଦ ସମୟରେ ଦୋକାନ ଏବଂ ବ୍ୟବସାୟ ବାଣ୍ଡ ଥିବା କାରଣରୁ ସୃଷ୍ଟି ହୋଇଥିବା ଅସହାୟତା ଥିଲା | ବର୍ତ୍ତମାନ ଯେତେବେଳେ ଏହା ଆମର ବିଫଳତା ନୁହେଁ ତେବେ କାହିଁକି ଆମେ ଯନ୍ତ୍ରଣା ଭୋଗିବୁ | ସେହିପରି ଅନ୍ୟ ପକ୍ଷରେ କଥା ଏହା ହେଉଛି ଯେ ନାଏକ ଲୋକ ଋଣ ରୋକ ବିଷୟରେ ଜାଣି ନାହାନ୍ତି |

ଯେତେବେଳେ ସୂଚନା ହିଁ ନାହିଁ ତେବେ ଏହାର ବ୍ୟବହାର ପାଇଁ ଆବେଦନ କିପରି ଦେବେ | ତାଲାବନ୍ଦ ସମୟରେ ସଡକକୁ ବାହାରିବା ମଧ୍ୟ ବାରଣ ଥିଲା, ପୋଲିସ ବହୁତ ଶକ୍ତିର ସହିତ ନିୟମକୁ ପାଳନ କରୁଥିଲେ ଏମିତିରେ କିପରି ଭାବରେ ଘରୁ ବାହାରି ବ୍ୟାଙ୍କରେ ଆବେଦନ କରିପାରିଥାନ୍ତେ | ପ୍ରକୃତରେ ଘଟଣା ରାଇଟ ତୁ ଲିଭର ଅଟେ | ଏହାକୁ ଆଧାର କରି ଆମେ ଯାଚିକା ଦାଖଲ କରିଛୁ | ଆମେ ଏକ ଭଲ କାମ କରିବାକୁ ଯାଉଛୁ ଏବଂ କୋଟ କୋଟି ଲୋକଙ୍କର ଆଶୀର୍ବାଦ ଆମ ସହିତ ରହିଛି | ଆମକୁ ଆଶା ଅଛି ଯେ କୋର୍ଟର ନିଷ୍ପତ୍ତି ଆମ ସପକ୍ଷରେ ହିଁ ରହିବ |”

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *