ଧରା ପଡିଲା ୩ ଜଣ ବିଜେପି ନେତାଙ୍କୁ ହତ୍ୟା କରିଥିବା ମାଷ୍ଟରମାଇଣ୍ଡ, ୭୨ ଘଣ୍ଟା ମଧ୍ୟରେ ଆତଙ୍କବାଦୀକୁ ମାରି ଶୁଆଇଲେ ସେନା

ସ୍ୱେଫୁଲ୍ଲାଙ୍କୁ ଶ୍ରୀନଗର ଜିଲ୍ଲାର ରଙ୍ଗରେଥ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ମାରି ଶୁଆଇଲେ | ତାଙ୍କର ଏକ ସାଥୀଙ୍କୁ ସେନା ଜୀବିତ ଧରିବାରେ ସଫଳତା ପାଇଛି | ସ୍ୱେଫୁଲ୍ଲାଙ୍କୁ ଏବର୍ଷ ହିଜବୁଲ ନିଜର ମୁଖ୍ୟ ବନାଇଥିଲା |

ଜାମ୍ମୁ କାଶ୍ମୀରରେ ପୋଲିସ ଏବଂ ସୁରକ୍ଷାକର୍ମୀ ଏକ ମିଳିତ ଅପରେଶନରେ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ସ୍ୱେଫୁଲ୍ଲାଙ୍କୁ ମାରି ଶୁଆଇ ଦେଇଛି | ସ୍ୱେଫୁଲ୍ଲାକୁ ରିୟାଜ ନାୟକୁଙ୍କ ହତ୍ୟା ପରେ ହିଜବୁଲର ମୁଖ୍ୟ କମାଣ୍ଡର ବନାଇ ଦେଇଥିଲେ |

ସୂଚନା ମୁତାବକ ସ୍ୱେଫୁଲ୍ଲାଙ୍କୁ ଶ୍ରୀନଗର ଜିଲ୍ଲାର ରଙ୍ଗରେତ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ମାରି ଦିଆଯାଇଛି | ତାଙ୍କର ଜଣେ ସାଥିଙ୍କୁ ସେନା ଜୀବିତ ଧରିବାରେ ସଫଳ ହୋଇଛି | ସ୍ୱେଫୁଲ୍ଲାଙ୍କୁ ଏବର୍ଷ ହିଜବୁଲ ନିଜର ମୁଖ୍ୟ ବନାଇଥିଲା |
ରଙ୍ଗରେତରେ ସେନାର ସର୍ଚ୍ଚ ଅପରେଶନ ଜାରି ରହିଛି |

ଜାମ୍ମୁ କାଶ୍ମୀରର ପୋଲିସ ପୋଲିସ ମହାନିର୍ଦେଶକ (ଡିଜିପି) ଦୀଲବାଗ ସିଂହଙ୍କ ମୁତାବକ କିଛିଦିନ ପୂର୍ବରୁ ହୋଇଥିବା ଭାରତୀୟ ଜନତା ପାର୍ଟିର ତିନିଜଣ କାର୍ଯ୍ୟକର୍ତ୍ତାଙ୍କର ହତ୍ୟା ପଛରେ ସ୍ୱେଫୁଲ୍ଲାର ହାତ ଥିଲା | ବିଜେପି ନେତାଙ୍କର ହତ୍ୟାରେ ଶାମିଲ ଆତଙ୍କବାଦୀ ଅବାସ ହିଜବୁଲରୁ ହିଁ ଲଶ୍କରକୁ ଯାଇଥିଲା | ସେନା ମାତ୍ର ୭୨ ଘଣ୍ଟା ମଧ୍ୟରେ ବିଜେପି ନେତାଙ୍କର ହତ୍ୟାକାରୀଙ୍କର କାମ ତମାମ କରି ଦେଇଥିଲେ |

ସେହିପରି ଜାମ୍ମୁ କାଶ୍ମୀରର ପୋଲିସ ଆଇଜି ବିଜୟ କୁମାର ଆଜତକ ସହିତ କଥା ହେଉଥିବା ସମୟରେ ବିଜେପି ନେତା ମାନଙ୍କର ହତ୍ୟା ପଛରେ ସ୍ୱେଫୁଲ୍ଲାର ହାତ ଥିବାର ମନା କରି କହିଥିଲେ ଯେ ସେହି ଘଟଣା ପଛରେ ଆତଙ୍କବାଦୀ ସଂଗଠନ ଲଶ୍କରର ହାତ ଥିଲା | ସେ ସ୍ୱେଫୁଲ୍ଲାକୁ ହତ୍ୟା କରାଯିବାକୁ ଏକ ବଡ ସଫଳତା ବୋଲି କହିଥିଲେ ଏବଂ କହିଥିଲେ ଯେ ଆମେ ସେହି ଆତଙ୍କବାଦୀଙ୍କର ସନ୍ଧାନରେ ରହିଛୁ |

ଏହି ଏନକାଉଣ୍ଟରରେ ଆତଙ୍କବାଦୀ ଜୀବିତ ଧରା ପଡ଼ିବାର ଖବର ମଧ୍ୟ ଆସିଥିଲା | କିନ୍ତୁ ଆଇଜି ବିଜୟ କୁମାର କୌଣସି ଆତଙ୍କବାଦୀକୁ ଧରାଯାଇ ନାହିଁ ବୋଲି କହିଛନ୍ତି | ସୁରକ୍ଷାକର୍ମୀଙ୍କର ଅପରେଶନ ଜାରି ରହିଛି | ରଙ୍ଗରେତ ଅଞ୍ଚଳରେ ତିନିଜଣ ଲୁଚି ରହିଥିବାର ଖବର ରହିଛି |

ହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *