ଗିଲଗୀତ-ବାଲ୍ଟିସ୍ତାନର ମାନ୍ୟତା ପରିବର୍ତ୍ତନକୁ ନେଇ ଭାରତ-ପାକିସ୍ତାନ ମୁହାଁମୁହିଁ, ଖାଲି କର ଆମ ଅଞ୍ଚଳ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରବିବାର ଦିନ ଗିଲଗୀତ-ବାଲ୍ଟିସ୍ତାନକୁ ଅନ୍ତରୀମ ପ୍ରାନ୍ତର ମାନ୍ୟତା ଦେବାର ଘୋଷଣା କରିଛି | ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିଲଗୀତର ଏକ ରାଲିକୁ ସମ୍ବୋଧିତ କରି ପାକିସ୍ତାନ ସରକାରର ନିଷ୍ପତ୍ତି ଘୋଷଣା କରିଥିଲେ | ପାକିସ୍ତାନର ଏହି ନିଷ୍ପତ୍ତିକୁ ଭାରତ ବିରୋଧ କରିଛି ଏବଂ କହିଛି ଯେ ଅବୈଧ କବ୍ଜାକୁ ପାକିସ୍ତାନ ତତ୍କାଳ ଖାଲି କରୁ |

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କରଙ୍କ ଗିଲଗୀତ-ବାଲ୍ଟିସ୍ତାନକୁ ଅନ୍ତରୀମ ପ୍ରାନ୍ତର ମାନ୍ୟତା ଦେବାର ଘୋଷଣାକୁ ଭାରତ ବିରୋଧ କରିଛି | ବିଦେଶ ମନ୍ତ୍ରାଳୟ ରବିବାର ଦିନ କହିଥିଲା ଯେ ଭାରତ ସରକାର ପାକିସ୍ତାନ ଦ୍ୱାରା ଅବୈଧ ଏବଂ ଜୋର ଜବରଦସ୍ତ କବ୍ଜା ଅଧୀନରେ ଥିବା ଭାରତୀୟ କ୍ଷେତ୍ରର ଅଂଶରେ ଭୌତିକ ପରିବର୍ତ୍ତନ ଆଣିବାର ପ୍ରୟାସକୁ ଦୃଢ଼ତା ସହିତ ଅସ୍ବୀକାର କରୁଛି ଏବଂ ପାକିସ୍ତାନ ଏହି ଅବୈଧ କବ୍ଜା ଗୁଡିକୁ ତତ୍କାଳ ଖାଲି କରୁ |

ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଭାରତ ସରକାର ପାକିସ୍ତାନର ଅବୈଧ ଏବଂ ଜୋର ଜବରଦସ୍ତ କବ୍ଜା ଅଧୀନରେ ଗିଲଗୀତ-ବାଲ୍ଟିସ୍ତାନକୁ ଅନ୍ତରୀମ ପ୍ରାନ୍ତର ମାନ୍ୟତା ଦିଆଯିବାର ବିରୋଧ କରୁଛି | ସେ କହିଛନ୍ତି ଯେ,”ମୁଁ ପୁଣିଥରେ କହି ରଖୁଛି ଯେ ଗିଲଗୀତ-ବାଲ୍ଟିସ୍ତାନ ସହିତ କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଅଭିନ୍ନ ଅଙ୍ଗ ଅଟେ |

ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ପାକିସ୍ତାନର ଅବୈଧ କବ୍ଜାର ଆଲୋଚନା କରି କହିଛନ୍ତି ଯେ ୧୯୪୭ରେ ଜାମ୍ମୁ-କାଶ୍ମୀରର ଭାରତ ସଂଘରେ ବୈଧ ଏବଂ ପୁର୍ଣ ବିଲୟ କାରଣରୁ ପାକିସ୍ତାନ ସରକାର ଜବରଦସ୍ତ କବ୍ଜା କରାଯାଇଥିବା କ୍ଷେତ୍ରରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ | ପାକିସ୍ତାନ ପକ୍ଷରୁ ଏପରି ପ୍ରୟାସ ପାକିସ୍ତାନ ଅଧିକୃତ ଅଞ୍ଚଳରେ ରହୁଥିବା ଲୋକଙ୍କ ସହିତ ଗତ ସାତ ଦଶକରୁ ମାନବାଧିକାରର ଉଲ୍ଲଙ୍ଘନ ଏବଂ ସ୍ୱାଧୀନତାରୁ ବଞ୍ଚିତ ରଖିବାକୁ ଲୁଚାଯାଇ ପାରିବ ନାହିଁ | ସେ କହିଛନ୍ତି ଯେ ପାକିସ୍ତାନ ଏହି ଭାରତୀୟ କ୍ଷେତ୍ରର ମାନ୍ୟତା ପରିବର୍ତ୍ତନ କରିବା ବଦଳରେ ତତ୍କାଳ ସମସ୍ତ ଅବୈଧ କବ୍ଜାକୁ ଖାଲି କରୁ |

ଅନ୍ତରୀମ ପ୍ରାନ୍ତର ମାନ୍ୟତା:

ଏହାପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରବିବାର ଦିନ ଗିଲଗୀତ-ବାଲ୍ଟିସ୍ତାନକୁ ଅନ୍ତରୀମ ପ୍ରାନ୍ତର ମାନ୍ୟତା ଦେବାର ଘୋଷଣା କରିଛି | ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିଲଗୀତର ଏକ ରାଲିକୁ ସମ୍ବୋଧିତ କରି ପାକିସ୍ତାନ ସରକାରର ନିଷ୍ପତ୍ତି ଘୋଷଣା କରିଥିଲେ | ସେ କହିଥିଲେ ଯେ କୌଣସି ମଧ୍ୟ ଦେଶର ସଂପ୍ରଭୁତା ଏବଂ ଏକଜୁଟତାକୁ ବନାଇ ରଖିବା ପାଇଁ ସେନାର ଶକ୍ତିଶାଳୀ ହେବା ବହୁତ ଜରୁରୀ ଅଟେ |

ଏମିତି କୁହାଯାଏ ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ବିପକ୍ଷୀ ମୋର୍ଚା ପାକିସ୍ତାନ ଡେମୋକ୍ରେଟିକ ମୁଭମେଣ୍ଟ (PDM )ର ଆକ୍ରମଣ ପରେ ନିଜର ସରକାର ବଞ୍ଚାଇବା ପାଇଁ ଏପରି ଘୋଷଣା କରାଯାଇଛି | ପାକିସ୍ତାନରେ ମୋଟ ୧୧ ରାଜନୈତିକ ଦଳ ସେପ୍ଟେମ୍ବର ୨୦୨୦ରେ ଲୋକତନ୍ତ୍ର ପୁନରୁଦ୍ଧାରର ଦାବି ସହିତ ପାକିସ୍ତାନ ଡେମୋକ୍ରେଟିକ ମୁଭମେଣ୍ଟ ନାମକ ଏକ ମୋର୍ଚାର ଗଠନ କରାଯାଇଛି ଏବଂ ଏହା ଇମ୍ରାନ ସରକାର ଉପରେ ଲଗାତାର ଆକ୍ରମଣ କରୁଛି |

ଇମ୍ରାନ ସରକାର କିଛିଦିନ ପୂର୍ବରୁ ହିଁ ଏହି ଅଞ୍ଚଳରେ ନିର୍ବାଚନ କରିବାର ଘୋଷଣା କରିଥିଲେ | ତେବେ ଭାରତ ଏହି ଘୋଷଣା ବିରୋଧରେ ନିଜର ତୀବ୍ର ଆପତ୍ତି କରିଥିଲା | ବିଦେଶ ମନ୍ତ୍ରାଳୟ ନଭେମ୍ବର ମାସରେ ହେବାକୁ ଥିବା ନିର୍ବାଚନକୁ ନେଇ କହିଛନ୍ତି ଯେ ପାକିସ୍ତାନ ଗିଲଗୀତ-ବାଲ୍ଟିସ୍ତାନ ଅଞ୍ଚଳରେ ନିର୍ବାଚନ କରାଇ ଭାରତର ଅଂଶ ଗୁଡିକରେ ଅବୈଧ କବ୍ଜା କରି ପାରିବ ନାହିଁ | ନିର୍ବାଚନ କରାଇବାର ନିଷ୍ପତ୍ତି ସେଠାକାର ଲୋକଙ୍କ ପାଇଁ ସିଧା ସଳଖ ମାନବାଧିକାର ଉଲ୍ଲଙ୍ଘନ ଏବଂ ଶୋଷଣର ଗମ୍ଭୀର ମାମଲା ଅଟେ |

ବିଦେଶ ମନ୍ତ୍ରାଳୟ ନିଜର ବୟାନରେ କହିଛି ଯେ ଆମକୁ ରିପୋର୍ଟ ମିଳିଛି ଯେ ଗିଲଗୀତ-ବାଲ୍ଟିସ୍ତାନ ଅଞ୍ଚଳରେ ୧୫ ନଭେମ୍ବର ୨୦୨୦କୁ ବିଧାନସଭା ନିର୍ବାଚନ କରାଯାଉଛି | ଭାରତ ସରକାର ପାକିସ୍ତାନ ସମକ୍ଷରେ ନିଜର ତୀବ୍ର ଆପତ୍ତି ପ୍ରକଟ କରିଛି | ଆମେ ପାକିସ୍ତାନ ସରକାର ସମ୍ମୁଖରେ ନିଜର କଥା ଦୋହରାଇ କହୁଛୁ ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ସହ ଜଡିତ ସମସ୍ତ ଅଞ୍ଚଳ ଭାରତର ଅଟେ | ଏହା ଅଧୀନରେ ଗିଲଗୀତ-ବାଲ୍ଟିସ୍ତାନ ପ୍ରାନ୍ତ ମଧ୍ୟ ଆସୁଛି | ପାକିସ୍ତାନକୁ ଭାରତର ଏହି କ୍ଷେତ୍ର ଉପରେ ଅବୈଧ ଏବଂ ବଳପୂର୍ବକ କବ୍ଜା କରିବାର କୌଣସି ଅଧିକାର ନାହିଁ |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *