ପିଆଜ ଓ ଆଳୁର ଦାମକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଚେଷ୍ଟା, ଜାଣନ୍ତୁ କଣ ନିଷ୍ପତି ନେଇଛନ୍ତି ସରକାର

ପିଆଜ ମଞ୍ଜିର ଅଭାବ ନାହିଁ, ତେଣୁ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଛି | ହୋଲସେଲ ବ୍ୟବସାୟୀଙ୍କ ପାଇଁ 25 ଟନ ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଇଁ 2 ଟନ ସୀମା ଅଛି |

ସରକାର ପିଆଜ ଓ ଆଳୁ ଦରଦାମ କୁ ଲକ୍ଷ୍ୟ କରି ଆମଦାନୀ ଉପରେ ନିଷ୍ପତ୍ତି ନେଇଛନ୍ତି। ଆଳୁ କିଲୋ ପ୍ରତି ୪୦-୫୦ ଟଙ୍କା ରହିଥିଲା ବେଳେ ପିଆଜର ମୂଲ୍ୟ କିଲୋ ପ୍ରତି ୬୫-୭୦ ଟଙ୍କା ଛୁଇଁଲାଣି। ଏହାକୁ ଲକ୍ଷ୍ୟକରି ସରକାର ଭୁଟାନରୁ ୩୦,୦୦୦ ଟନ ଆଳୁ ମଗାଇବେ ବୋଲି କହିଛନ୍ତି। ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାରକୁ କହିଥିଲେ ସରକାର ଜଲଦି ୨୫୦୦୦ ଟନ ପିଆଜ ଓ ୩୦୦୦୦ ଟନ ଆଳୁ ଆମଦାନୀ କରିବାକୁ ଯାଉଛନ୍ତି। ଏହାଛଡା ଘରୋଇ ବଣ୍ଟନର ବୃଦ୍ଧି ଓ ଦରଦାମ ବୃଦ୍ଧି କମ କରିବାକୁ ମଧ୍ୟ ମତବ୍ୟକ୍ତ କରିଛନ୍ତି।

ଦୀପାବଳିକୁ ଆସିଯିବ ୨୫ ହଜାର ଟନ ପିଆଜ:

ଗୋୟଲଙ୍କ ମତାନୁସାରେ ସମଗ୍ର ଦେଶକୁ ୭୦୦୦ଟନ ପିଆଜ ଆସିଯାଇଛି। ଦୀପାବଳି ପର୍ଯ୍ୟନ୍ତ ୨୫୦୦୦ ଟନ ପିଆଜ ଆସିଯିବ ବୋଲି ଅନୁମାନ କରାଯାଇଛି। ଏହା ସହିତ ନୂଆ ନୂଆ ପାରିବ ମଧ୍ୟ ବଜାରରେ ଉପଲବ୍ଧ ହୋଇଯିବ। ସରକାର ୩୦ ଅକ୍ଟୁବର ରୁ ପିଆଜ ଉପରେ ଷ୍ଟକ ଲିମିିଟ୍ ଲଗାଇଛନ୍ତି। ହୋଲସେଲ୍ ବ୍ୟବସାୟୀଙ୍କ ପାଇଁ ୨୫ ଟନ ଆଉ ଖୁଚୁରା ବ୍ୟବସାୟୀଙ୍କ ପାଇଁ ୨ଟନ ଷ୍ଟକ ଲିମିଟ ରହିଛି। ଆଉ ମଧ୍ୟ ପିଆଜ ବୀଜର ଅଭାବ ନହେବାପାଇଁ ଏହାର ରପ୍ତାନି ଉପରେ ରୋକ ଲଗାଇଛନ୍ତି ।

ପରିସ୍ଥିତି କୁ ନିୟନ୍ତ୍ରଣ କରିବାପାଇଁ ନେଫେଡ ପଦକ୍ଷେପ:

ସରକାର ପୂର୍ବ ଋତୁ ରେ ପିଆଜର ଷ୍ଟକ୍ ଆରମ୍ଭ କରିଦେଇଥିଲେ କାରଣ ଦରଦାମ ବୃଦ୍ଧି ସମୟରେ ଅତିରିକ୍ତ ଷ୍ଟକ୍ ବଜାରରେ ଉପଲବ୍ଧ ହେଇପାରିବ। ପୂର୍ବବର୍ଷ ନେଫେଡ ୫୭୦୦୦ ଟନ ପିଆଜର ଷ୍ଟକ ଲଗାଇଥିଲେ। କିନ୍ତୁ ଏଥିରୁ ୩୦୦୦୦ ଟନ ପିଆଜ ଖରାପ ହୋଇଯାଇଥିଲା। ମାତ୍ର ୫୭୦୦୦ ଟନ ବଜାରକୁ ଉପଲବ୍ଧ ହୋଇପାରିଥିଲା। କିନ୍ତୁ ଚଳିତ ବର୍ଷ ପରିସ୍ଥିତି ଠିକ ଅଛି। ଏଥର ଏକ ଲକ୍ଷ ଟନ ପିଆଜର ଷ୍ଟକ ଲଗାଯାଇଥିଲା, ଯେଉଁଥିରୁ ୨୫୦୦୦ ଟନ ଖରାପ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଆସାମ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା, ଲାକ୍ଷାଦ୍ଵୀପ ରୁ ୩୫୦୦୦ ଟନ ପିଆଜର ଅର୍ଡର ମିଳିଛି । ନେଫେଡ ରାଜ୍ୟକୁ କିଲୋ ପ୍ରତି ୨୬ ଟଙ୍କା ହିସାବରେ ପିଆଜ ଦିଆଯାଉଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *