ବନ୍ଧୁଗଣ ଆପଣ କେମିତି ଜାଣିବେ ଆପଣଙ୍କର lungs ବା ଫୁସଫୁସ କାମ କରୁଛି କି ନାହିଁ । ଯଦି ଆପଣଙ୍କୁ ବହୁତ ଶୀଘ୍ର ଥଣ୍ଡା କାଶ ଧରୁଥାଏ ଏବଂ ଆପଣ ଅଳ୍ପ pollution (ପ୍ରଦୂଷଣ) କୁ ଯିବା ଦ୍ୱାରା ଯଦି ଆପଣଙ୍କ ନାକରେ ପାଣି ଆସିବା ଆରମ୍ଭ ହୋଇଯାଏ, ଆଖି କୁଣ୍ଡେଇ ହେବାକୁ ଲାଗେ ବା ଆପଣଙ୍କୁ ଛିଙ୍କ ହେବାକୁ ଲାଗେ ଏହା ସହିତ ଯଦି ଆପଣଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉତ୍ପନ୍ନ ହୁଏ, ଅଳ୍ପ ସିଡ଼ି ଚଢିବା ଦ୍ୱାରା ଯଦି ଆପଣଙ୍କ ନିଶ୍ୱାସ ଫୁଲିବାକୁ ଲାଗେ, ଅଳ୍ପ ଚାଲିବା ଦ୍ୱାରା ମଧ୍ୟ ଆପଣଙ୍କ ନିଶ୍ୱାସ ଫୁଲିବାକୁ ଲାଗେ ତେବେ ଏହି ସମସ୍ତ ସମସ୍ୟା lungs ବା ଫୁସଫୁସ କାମ ନକରିବା କାରଣରୁ ହୋଇଥାଏ। ଆପଣଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣମାନଙ୍କ ପାଇଁ ଗୋଟେ ଘରୋଇ ଉପଚାର ନେଇ ଆସିଛୁ। ଯାହା ପ୍ରସ୍ତୁତ କରିବା ବହୁତ ସହଜ ଅଟେ ଏବଂ ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଆପଣଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିଯାଏ । ଆଜି ଆମେ ଆପଣଙ୍କୁ ୩ ଟି ଉପାୟ ଜଣେଇବୁ ଯାହା ଦ୍ୱାରା ଆପଣ ନିଜର lungs ବା ଫୁସଫୁସ କ୍ଲିନ କରିପାରିବେ। ବ୍ୟାୟାମ, ଷ୍ଟିମ ମାନେ ଆପଣଙ୍କୁ ବାମ୍ପ ନେବାକୁ ହେବ ଏବଂ ଘୋରଇ drink। ଯାହା ଆପଣ ଘରେ ବହୁତ ସହଜରେ ପ୍ରସ୍ତୁତ କରି ସେବନ କରି ପାରିବେ।

ପ୍ରଥମ କାମ ଆପଣଙ୍କୁ କରିବାକୁ ହେବ ଏକ ବ୍ୟାୟାମ । ଆପଣଙ୍କୁ lungs ବା ଫୁସଫୁସର capacity ବଢ଼ାଇବା ପାଇଁ ଏକ ମହତ୍ୱପୂର୍ଣ୍ଣ ବ୍ୟାୟାମ କରିବାକୁ ହେବ। ତାହା ଅଟେ ଗଭୀର ନିଶ୍ବାସ ପ୍ରଶ୍ୱାସ (deep breathing) । ବନ୍ଧୁଗଣ ଆପଣ କୋଉଠି ବି ବସି କରିପାରିବେ। ଘରେ ଥାଆନ୍ତୁ ଅଫିସରେ ଥାଆନ୍ତୁ ସମସ୍ତ ଜାଗାରେ ଆପଣ ଏହାକୁ କରିପାରିବେ। ଆରମ୍ଭରୁ ଆପଣ ଏହାକୁ ୫ ମିନିଟ କରନ୍ତୁ ତାହା ପରେ ଆପଣ ଧୀରେ ଧୀରେ ଏହାକୁ ବଢ଼େଇ ଆପଣ ୧୫ ମିନିଟ ପର୍ଯ୍ୟନ୍ତ କରିପାରିବେ। ଗଭୀର ନିଶ୍ବାସ ପ୍ରଶ୍ଵାସ କରିବା ପାଇଁ ଆପଣ ପ୍ରଥମେ ସିଧା ହୋଇ ବସନ୍ତୁ। ନିଶ୍ୱାସକୁ ଭିତରକୁ ଟାଣି ୫ ରୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ରଖନ୍ତୁ। ୫ ସେକେଣ୍ଡ ପରେ ଧୀରେ ଧୀରେ ପ୍ରଶ୍ୱାସ କୁ ବାହାରକୁ ବାହାର କରନ୍ତୁ। ଏହା ଦ୍ୱାରା ଆପଣଙ୍କ lungs ବା ଫୁସଫୁସର ବ୍ୟାୟାମ ହୋଇଥାଏ। ଏହା ଥିଲା ଗଭୀର ନିଶ୍ବାସ ପ୍ରଶ୍ୱାସ ପ୍ରସେସ।

ଷ୍ଟିମ ବା ବାମ୍ପ ନିଅନ୍ତୁ। ଏହା କରିବା ବହୁତ ସହଜ। ଆପଣ ଜାଣିଥିବେ ଥଣ୍ଡା ହେଲେ ଆମେ ଗରମ ପାଣିରେ ବାମ୍ପ ନେଇଥାଉ। ଠିକ ସେହିପରି ଆପଣ ଗରମ ପାଣିରେ ବାମ୍ପ ନେଇପାରିବେ। ଯଦି ଆପଣଙ୍କ ପାଖରେ ଷ୍ଟିମର ଅଛି ତାହେଲେ ଆହୁରି ଭଲ କଥା। ପାଣିରେ ଯଦି ସମ୍ଭବ ଆପଣ ୫ରୁ ୬ ବୁନ୍ଦା ପୋଲିସ ତେଲ (polish oil) ମିଶାନ୍ତୁ। ଏହା ଆପଣଙ୍କୁ କୌଣସି ବି ଔଷଧ ଦୋକାନରୁ ମିଳିଯିବ। ଏହାକୁ ଆମେ ନୀଳଗିରି ତେଲ ମଧ୍ୟ କହିଥାଉ। ପୋଲିସ ତେଲ ମଧ୍ୟରେ ଆଣ୍ଟିସିପେଟ, ଆଣ୍ଟି ବାକ୍ଟେରିଆ , ଆଣ୍ଟି ଇମ୍ଫ୍ଲାମେଟୋରୀ ଗୁଣ ମିଳିଥାଏ। ଏହା ଆପଣଙ୍କ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ। ପାଣିରେ କେବଳ ପୋଲିସ ତେଲ ୫ରୁ ୬ ବୁନ୍ଦା ମିଶାଇ ତାର ବାମ୍ପ ନିଅନ୍ତୁ lungs ବା ଫୁସଫୁସ କୁ ସଫା ରଖିବା ପାଇଁ ଆପଣ ଏହାକୁ ସପ୍ତାହରେ ଥରେ ପ୍ରୟୋଗ କରିପାରିବେ।

ଫୁସଫୁସ ଚିହ୍ନଟ କରୁଥିବା drink ବିଷୟରେ। ଆପଣଙ୍କୁ ପ୍ରଥମରୁ କହି ରଖିଛୁ ଯେ ଏହାର ସ୍ୱାଦ ବହୁତ ଖରାପ ହୋଇଥାଏ। କିନ୍ତୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆପଣ ଏହାକୁ ସେବନ ନିଶ୍ଚୟ କରନ୍ତୁ। ପ୍ରଥମେ ଆପଣ ଏକ ଲିଟର ପାଣି ନେଇ ଗ୍ୟାସ ରେ ବସାନ୍ତୁ ଏହା ପରେ ଏକ ଇଞ୍ଚ ମାପରେ ଏକ ଛୋଟ ଅଦା ନିଅନ୍ତୁ ଏବଂ ତାହାକୁ ହାଲକା ଛେଞ୍ଚୀ ପାଣିରେ ପକେଇ ଦିଅନ୍ତୁ। ଏହା ପରେ ଏକ ଚାମଚ ହଦଳିଗୁଣ୍ଡ ଆପଣ ଏଥିରେ ମିଶାନ୍ତୁ। ଏବେ ଆପଣ ଛୋଟ ସାଇଜର ପିଆଜ ନେଇ ତାହାକୁ ଛୋଟ ଛୋଟ କାଟି କରି ସେହି ଏକ ଲିଟର ପାଣିରେ ମିଶାନ୍ତୁ ଏବଂ ଏହି ଏକ ଲିଟର ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହି ପାଣି ଫୁଟି ଫୁଟି ଏକ ଗ୍ଲାସ ହୋଇଯିବ। ପାଣି ଫୁଟି ଫୁଟି ୨୫୦ ml ରହିଗଲେ ଆପଣ ତାହାକୁ ଘୋଡାଇ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଥଣ୍ଡା ହେଲା ପରେ ଆପଣ ତାହାକୁ ଏକ ଗ୍ଲାସରେ ଛାଣି ନିଅନ୍ତୁ ଏବେ ଆପଣ ଏଥିରେ ଏକ ଚାମଚ ମହୁ ମିଶାନ୍ତୁ। ଏବଂ ତାହାକୁ ଭଲସେ ମିଶାଇ ପିଇ ନିଅନ୍ତୁ। ଏହି ଯୁସକୁ ଆପଣ ମାସରେ କେବଳ ଥରେ ପିଅନ୍ତୁ। ଫୁସଫୁସ ବ୍ୟାୟାମ ତାହା ଆପଣ ପ୍ରତିଦିନ କରନ୍ତୁ ଏବଂ ପୋଲିସ ତେଲ ପାଣିରେ ପକାଇ ସପ୍ତାହରେ ଥରେ ରୁ ଦୁଇଥର ନିହାତି ବାମ୍ପ ନିଅନ୍ତୁ। ଏହାକୁ ଆପଣ ନିଶ୍ଚୟ କରନ୍ତୁ ଦେଖିବେ ଆପଣଙ୍କୁ ଯେଉଁ ବହୁତ ଶୀଘ୍ର ଥଣ୍ଡା, କାଶ ଛିଙ୍କ, ନାକରୁ ପାଣି ଗଡ଼ିବା ଆଦି ନିଶ୍ୱାସ ପ୍ରଶ୍ୱାସର ଯେଉଁ ସମସ୍ୟା ଉପୁଜୁ ଥିଲା ତାହା ଆଉ ହେବ ନାହିଁ। ଫୁସଫୁସ କୁ ସଫା କରିବାର ଏହି ସହଜ ଉପାୟ ଆପଣ ନିଶ୍ଚୟ ଆପଣାନ୍ତୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।