ଦୀପାବଳୀ ୨୦୨୦: ୪୯୯ ବର୍ଷ ପରେ ଆସୁଥିବା ତିନୋଟି ବଡ଼ ଗ୍ରହର ଏକ ବିରଳ ମିଶ୍ରଣ, ଜାଣନ୍ତୁ ତିଥି ଓ ଶୁଭ ସମୟ

ଦୀପାବଳୀ ୨୦୨୦: ଏହି ବର୍ଷ ଦୀପାବଳୀ ର ମହାପର୍ବ ୧୪ ନଭେମ୍ବର, ଶନିବାର ଦିନ ପାଳନ କରାଯିବ। ଦୀପାବଳୀ ଧନତେରସ ର ଦିନରୁ ଆରମ୍ଭ ହୋଇ ଭାଇଦୂଜ ରେ ଶେଷ ହେଇଥାଏ। ମହପର୍ବ ରେ ସର୍ବପ୍ରଥମେ ଧନତେରସ, ଦୀପାବଳୀ, ନର୍କ ଚତୁର୍ଥୀ, ଗୋବର୍ଦ୍ଧନ ପୂଜା ଏବଂ ଭ୍ୟାୟଦୂଜ ଆସିଥାଏ।

ଦୀପାବଳୀ ରେ ତିନୋଟି ବଡ଼ ଗ୍ରହର ବିରଳ ମିଶ୍ରଣ:

ବିଶେଷଜ୍ଞ ଙ୍କ କହିବା କଥା କି ଦୀପାବଳୀ ରେ ତିନୋଟି ବଡ଼ ଗ୍ରହର ବିରଳ ମିଶ୍ରଣ ୪୯୯ ବର୍ଷ ପରେ ହେଉଛି।୨୦୨୦ ପୂର୍ବରୁ ୧୫୨୧ ରେ ଗୁରୁ, ଶୁକ୍ର ଓ ଶନି ଗ୍ରହର ଯୋଗ ବନି ଥିଲା। ଗୁରୁ ଓ ଶନି ଗ୍ରହ ଆର୍ଥିକ ସ୍ଥିତି କୁ ମଜବୁତ କରୁଥିବାର ବିଶ୍ୱାସ ଥାଏ। ଦୀପାବଳୀ ରେ ଲକ୍ଷ୍ମୀ ଓ ଗଣେଶ ଙ୍କର ପୂଜାର ବିଶେଷ ମହତ୍ୱ ହେଇଥାଏ। ଲକ୍ଷ୍ମୀ ପୂଜାର ଶୁଭ ସମୟ ରାତି ୧୧:୫୯ ମିନିଟ ରେ ଆରମ୍ଭ ହୋଇ ରାତି ୧୨:୩୨ ମିନିଟ ଶେଷ ହେବ। ଏହି ବର୍ଷ ଦୀପାବଳୀ ସହିତ ୧୪ ନଭେମ୍ବର ଦିନ ନର୍କ ଚତୁର୍ଦ୍ଦଶୀ ମଧ୍ୟ ପାଳନ କରାଯିବ। ଏହି ଦିନ ସକାଳୁ ଗାଧୋଇବା ଓ ସନ୍ଧ୍ୟାରେ ଦୀପ ଦାନ ର ବଡ଼ ମହତ୍ତ୍ଵ ହେଇଥାଏ। ଏହି ଚତୁର୍ଦ୍ଦଶୀ କୁ ଛୋଟ ଦୀପାବଳୀ ନାମରେ ମଧ୍ୟ ଜଣାଯାଇଥାଏ। ନର୍କ ଚତୁର୍ଦ୍ଦଶୀ ରେ ସନ୍ଧ୍ୟା ୫:୨୩ ମିନିଟ ରୁ ସକାଳ ୬:୪୩ ମିନିଟ ପର୍ଯ୍ୟନ୍ତ ଗାଧୋଇ ପାରିବେ।୧୫ ନଭେମ୍ବର କୁ ଅମାବାସ୍ୟାର ସମୟ ସକାଳ ୧୦:୧୬ ଯାଏ ରହିବ। ଏହା ବିଶ୍ୱାସ କରାଯାଏ କି ଅମାବାସ୍ୟାର ରାତିରେ ଦେବୀ ଲକ୍ଷ୍ମୀ ପୃଥିବୀ କୁ ଆସିଥାନ୍ତି।

୧୪ ନଭେମ୍ବର ରେ ପାଳନ କରାଯିବ ଦୀପାବଳୀ ର ପର୍ବ:

ଦୀପାବଳୀ ର ଗୋଟେ ଦିନ ପୂର୍ବରୁ ଧନତେରସ ର ପର୍ବ ପାଳନ କରାଯାଇଥାଏ। ହିନ୍ଦୁ ଧର୍ମ ରେ ଧନତେରସ ରେ ନୂଆ ଜିନିଷ କିଣିବା ଶୁଭ ମନାଯାଇଥାଏ। ଆପଣଙ୍କ ପାଇଁ କିଣିବାର ଶୁଭ ମୁହୂର୍ତ୍ତ ୦୬:୦୧ ମିନିଟ ରୁ ଆରମ୍ଭ ହୋଇ ୦୮:୩୩ ମିନିଟ ରେ ଶେଷ ହୋଇଥାଏ। ଦୀପାବଳୀ ପରେ ଗୋବର୍ଦ୍ଧନ ପୂଜା ମନାଇବା ପଛରେ ଏହା ବିଶ୍ୱାସ କରାଯାଏ କି ଭଗବାନ କୃଷ୍ଣ ଇନ୍ଦ୍ରଦେବଙ୍କ ଅହଂକାରର ସର୍ବନାଶ କରିଥିଲେ। ଗୋବର୍ଦ୍ଧନ ପୂଜା ଦୀପାବଳୀର ଚର୍ତୁଥ ଦିନ ପାଳନ କରାଯାଇଥାଏ। ଗୋବର୍ଦ୍ଧନ ପୂଜାର ଶୁଭ ସମୟ ସନ୍ଧ୍ୟା ୦୩:୫୦ ମିନିଟ ରୁ ସନ୍ଧ୍ୟା ୦୬:୧୪ ମିନିଟ ଯାଏ ରହିବ। ମହାପର୍ବର ଶେଷ ଦିନ ଭାଇଦୂଜ ପର୍ବ ୧୬ ନଭେମ୍ବର ରେ ପାଳନ କରାଯିବ |ଭଉଣୀ ଭାଇର ମଥାରେ ଟିକା ଲଗାଇ ଦୀର୍ଘ ଜୀବନ ର କାମନା କରିଥାଏ। ଏହିଥର ଭାଇଦୂଜ ର ଶୁଭ ମୁହୂର୍ତ୍ତ ଅପରାହ୍ନ ୦୧:୩୧ ମିନିଟ ରୁ ନେଇ ୦୩:୪୦ ମିନିଟ ରେ ପଡୁଛି।

Leave a Reply

Your email address will not be published. Required fields are marked *