ଆମେ ଛୋଟ ବେଳେ ଆଲାଉଦିନ ଏବଂ ଜାଦୁ ର ଚିରାଗ କାହାଣୀ ଶୁଣି ଆସିଛୁ କି ଗୋଟିଏ ପୁଅ କୁ ଜାଦୁ ର ଦୀପ ମିଳିଥିଲା ଯେଉଁଥିରେ ଗୋଟିଏ ଜିନ ବାହାରି କହିଥଲା କି ” କ’ଣ ହୁକୁମ ଅଛି ମୋର ଆକା “। ଆଜିର ଯମାନା ରେ ଚିରାଗ ପାଇବା ଜଣେ ଡକ୍ଟର ଙ୍କୁ ପଡିଲା ମହଙ୍ଗା। ୟୁପି ର ମେରଠ ରୁ ଏକ ଏ ପରି ଘଟଣା ସାମ୍ମନା କୁ ଆସିଛି ଯେଉଁଠି ତିନି ତାନ୍ତ୍ରିକ ଆଲାଉଦିନ ଚିରାଗ ନାମ ରେ ଡକ୍ଟର ଠାରୁ ଅଢେଇ କୋଟି ଟଙ୍କା ଠକି ନେଲେ। ଡକ୍ଟର ମଧ୍ୟ ହସି ହସି ଅଢେଇ କୋଟି ଟଙ୍କା ଦେଇ ଚିରାଗ କିଣି ନେଲେ। କିନ୍ତୁ ତା ପରେ ତାଙ୍କ ପାଦ ତଳୁ ମାଟି ଖସିଗଲା। ଯେତେବେଳେ ତାଙ୍କୁ ଜଣା ପଡିଲା ତାନ୍ତ୍ରିକ ତାଙ୍କୁ ନକଲି ଚିରାଗ ଦେଇଥିଲା।
୨୧ ବିଶଂ ଶଂତାଦ୍ଦି ର ଆଲାଉଦିନ ଏବଂ ଜାଦୁ ର ଚିରାଗ କାହାଣୀ ଉପରେ କିଏ ବିଶ୍ବାସ କରିବ । ଗୋଟିଏ ପଢା ଲେଖା ଡାକ୍ଟର ଏହି ଅନ୍ଧବିଶ୍ବାସ କୁ ବିଶ୍ବାସ କରି ଚିରାଗ କୁ କିଣି ନେଲେ। ସେ ମଧ୍ୟ ଜିନ ର ସାହାର୍ଯ୍ୟ ରେ ବହୁତ ବଡ ଲୋକ ହେଇଯିବେ। ଆପଣ ବିଶ୍ବାସ କରିପାରିବେ ନାହିଁ। କିନ୍ତୁ ଏହା ସତ୍ୟ। ମେରଠ ର ବହ୍ମପୁରୀ ନଗର ଥାନା କ୍ଷେତ୍ର ର ଅହମଦ ରୋଡ ରେ ରହୁଥିବା ଡକ୍ଟର ଲାଇକ ଅହମଦ ତାନ୍ତ୍ରିକ ର କଥାରେ ପଡି ନକଲି ଆଲାଉଦିନ ଚିରାଗ କିଣି ନେଇଥିଲେ। ସେ ପୁଣି ୨.୫ କୋଟି ଦେଇ।
ଡକ୍ଟର ଏହି ଆରୋପ ଲଗେଇଛନ୍ତି କି ତାନ୍ତ୍ରିକ ଇକାରାମୁଦ୍ଦୀନ, ଅନୀସ ଏବଂ ଜଣେ ମହିଳା ତାଙ୍କ ଉପରେ ଏବଂ ତାଙ୍କ ପରିବାର ଉପରେ ତନ୍ତ୍ର ମନ୍ତ୍ର କରି ଏବଂ ଆଲାଉଦିନ ଙ୍କର ଚିରାଗ କହି ନକଲି ଚିରାଗ ଦେଇ ଦେଲେ। ଏହି ଚିରାଗ ବଦଳ ରେ ସେମାନେ ଡକ୍ଟର ଙ୍କ ଠାରୁ ଅଢେଇ କୋଟି ଟଙ୍କା ନେଇଥିଲେ।
ଡକ୍ଟର ଲଇକ କହିଛନ୍ତି କି ତାନ୍ତ୍ରିକ ତାଙ୍କୁ କହିଥିଲେ କି ଏହି ଚିରାଗ ରୁ ଜିନ ବାହାରେ। ଯାହା ଦ୍ବାରା ତୁମେ ବହୁତ ସମ୍ପତି ର ମାଲିକ ହୋଇଯିବ। ଏବଂ ଏହା ସହିତ ଏହି ତାନ୍ତ୍ରିକ ନିଜ ସହଯୋଗୀ ଙ୍କ ସହିତ ମିଶି ମତେ ଜିନ ଦେଖେଇଲେ। ଡକ୍ଟର କହିଛନ୍ତି କି ଏହି ଚିରାଗ କୁ ପାଇବା ପାଇଁ ୨ ବର୍ଷ ପୂର୍ବରୁ ତାନ୍ତ୍ରିକ ଙ୍କୁ କିସ୍ତି ଅନୁସାରେ ପଇସା ଦେଇ ଆସୁଛି।
ଡକ୍ଟର ଲଇକ ଖାନ ଫିଜିଶନ ଏବଂ ଲଣ୍ଡନ ରେ ପାଠ ପଢି ଆସିଥିଲେ। ଏହିପରି କାର୍ଯ୍ୟ ଡକ୍ଟର କରିଥିବାରୁ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି।
ଡକ୍ଟର ଲଇକ ଙ୍କ କହିବା କଥା ହେଉଛି ମହିଳା ଜଣକ ଘରେ ଦୁଇ ତାନ୍ତ୍ରିକ କେବେ କେବେ ଚିରାଗ ରୁ ଜିନ ବାହାର କରୁଥିଲେ। କିନ୍ତୁ ତାଙ୍କୁ ପରେ ଜଣା ପଡିଲା କି ଏହି ଜିନ ଆଉ କେହି ନୁହେଁ ବଂର ସମିନା ର ସ୍ବାମୀ ଇସ୍ଲାଉଦିନ ଥିଲା।
ଡକ୍ଟର ତାନ୍ତ୍ରିକ ଇକାରାମୁଦିନ , ଉନୀସ ଏବଂ ମହିଳା ବିରୋଧ ରେ ଧୋକାବାଜୀ ର ମାମଲା ରୁଜ୍ଜୁ କରିଛନ୍ତି। ମେରଠ ପୋଲିସ ତିନି ଜଣଙ୍କ ମଧ୍ୟ ରୁ ଦୁଇ ଜଣଙ୍କୁ ଗିରଫ କରିଛି। ଏବଂ ତାଙ୍କ ପାଖରୁ ନକଲି ଚିରାଗ, ଝିଅଙ୍କ ଚପଲ, ନକଲି ପଥର, ଏବଂ ୨୦ ହଜାର ଟଙ୍କା ପାଇଛି। ଗୈଂଗ ର ମହିଳା ସଦସ୍ୟ ଏବେ ଫେରାର ଅଛି।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।