ସିରିଏଲ ” କୌସଉଟି ଜୀନଦେଗି କି ” ରେ ପ୍ରେରଣା ର ରୋଲ ରେ ଅଭିନୟ କରି ଦର୍ଶକ ଙ୍କର ମନ କିଣୁଥିବା ଶ୍ବେତା ତିଓ୍ବାରୀ କେତେକ ଟିଭି ସିରିଏଲ ରେ କାମ କରିଛନ୍ତି। ଶ୍ବେତା ଙ୍କୁ ଏବେ ସୋନି ଟିଭି ର ” ମେରେ ଡାଡ କୀ ଦୁଲ୍ହନ ” ରେ ଦେଖିବାକୁ ମିଳିଥିଲେ। ଏବେ ଶ୍ବେତା ତିଓ୍ବାରୀ ଉପରେ ତାଙ୍କର ଏକ କର୍ମଚାରୀ ଠକାମି ର ଆରୋପ ଲଗେଇଛନ୍ତି। ଶ୍ବେତା କିଛି ଦିନ ପୂର୍ବରୁ ଏକ ଡାନ୍ସ ସ୍କୁଲ ଚଲଉ ଥିଲେ। ତାଙ୍କର ଏହି ସ୍କୁଲ ରେ ପିଲା ଙ୍କୁ ଆକ୍ଟିଙ୍ଗ୍ ଶିଖଉ ଥିବା ଶିକ୍ଷକ ରାଜେଶ ପାଣ୍ଡ୍ୟେ ଏହି ଆରୋପ ଲଗେଇଛନ୍ତି। କହିଛନ୍ତି କି ଶ୍ବେତା ତିଓ୍ବାରୀ ତାଙ୍କର ୫୨ ହଜାର ଟଙ୍କା ଦେଉ ନାହାଁନ୍ତି। ରାଜଶ କହୁଛନ୍ତି କି ସେ ଶ୍ବତାଙ୍କୁ ଲଗ ଭଗ ୨ ବର୍ଷ ହେବ ପଇସା ମାଗୁଛନ୍ତି। କିନ୍ତୁ ଶ୍ବେତା କୌଣସି ରେସ୍ପନ୍ସ କରୁନାହାଁନ୍ତି। ସେ କେତେଥର ଶ୍ବତା ଙ୍କୁ ମେସେଜ କରିଛନ୍ତି କିନ୍ତୁ ଶ୍ବେତା ତାଙ୍କର କୌଣସି ରିପ୍ଲାୟ ଦିଅନ୍ତି ନାହିଁ।
ରାଜେଶ ପାଣ୍ଡ୍ୟେ ଏକ ଇନ୍ଟ୍ରବ୍ୟୁ ରେ ଶ୍ବତା ଙ୍କୁ ଧୋକାବାଜୀ ର ଆରୋପ ଲଗେଇଛନ୍ତି। ସେ କହିଛନ୍ତି କି ଶ୍ବତା ଙ୍କ ସ୍କୁଲ ରେ ସେ ୫ ବର୍ଷ ଆକ୍ଟିଙ୍ଗ୍ ର ଶିକ୍ଷା ଦେଇଛନ୍ତି। ୨୦୧୨ ରୁ ୧୦ – ୧୫ ପିଲାଙ୍କୁ ଆକ୍ଟିଙ୍ଗ୍ ଶିଖଉ ଥିଲେ। କିନ୍ତୁ ଧିରେ ଧିରେ ଆକ୍ଟିଙ୍ଗ୍ ସ୍କୁଲ କୁ ପିଲା ଆସିବା ବନ୍ଦ କରିଦେଲେ। ଏଥିପାଇଁ ଶ୍ବେତା ତିଓ୍ବାରୀ ଙ୍କର ବହୁତ କ୍ଷତି ହେଉଥିଲା। ସେଥିପାଇଁ ସେ ଏହି ଆକ୍ଟିଙ୍ଗ୍ ସ୍କୁଲ ବନ୍ଦ କରିଦେଲେ। ସେ ସେତେବେଳେ ତାଙ୍କର ପୁରା ଦରମା ଦେଇନଥିଲେ। ଏହା ସହିତ ଶ୍ବତା କଥା ଦେଇଥିଲେ କି ସେ ତାଙ୍କୁ ଜଲଦି ପଇସା ଦେଇ ଦେବେ ବୋଲି। କିନ୍ତୁ ଏବେ ସେହି କଥା କୁ ବର୍ଷ ବର୍ଷ ହୋଇଗଲାଣି। ଏହି ଦୁଇ ବର୍ଷ ଭିତରେ ଶ୍ବେତା ତାଙ୍କ ପଇସା ଦେଲେ ନା କି ଇନ କମ ଟ୍ୟାକ୍ସ ରେ କଟିଥିବା ପଇସା ଦେଲେ।
ରାଜେଶ ଇନ୍ଟ୍ରବ୍ୟୁ ରେ କହିଛନ୍ତି କି ଏହି କୋରୋନା ସମୟ ରେ ସବୁ ଲୋକ ସମସ୍ୟା ର ସମ୍ମୁଖିନ ହେଉଛନ୍ତି। ସ୍କୁଲ ବନ୍ଦ ହେବା କାରଣ ରୁ ତାଙ୍କର ପଇସାର ବହୁତ ଅସୁବିଧା ହେଉଛି। ସେ ଏହା ବି କହିଛନ୍ତି କି ଏବେ ଯେଉଁ କୋରୋନା ସମୟ ଚାଲିଛି ସବୁ ଲୋକ ପରସ୍ପର କୁ ସାହାର୍ଯ୍ୟ କରୁଛନ୍ତି। ଏହାର ଓଲଟା ଶ୍ବେତା ତିଓ୍ବାରୀ ଯେଉଁଥିରେ ତାଙ୍କର ଗୋଟିଏ ମାସ ର ଦରମା ୪୦୦୦୦ ତାକୁ ଫେରଉ ନାହଁନ୍ତି। ଅଜବ କଥା ଏହା କି ସେ ଦରମା ର ୧୦ % ଟ୍ୟାକ୍ସ ନାମରେ କାଟି ସେ ତାକୁ ଇନକମ ଟ୍ୟାକ୍ସ ଡିର୍ପାଟମେଣ୍ଟ ରେ ନେଇ ଜମା କରିବେ ତାକୁ ବି ଜମା କରି ନାହାଁନ୍ତି ଯାହା ୧୨୦୦୦ ଟଙ୍କା ହେବ।
ରେଜେଶ ଇନ୍ଟ୍ରବ୍ୟୁ ରେ ଏହା ବି କହିଛନ୍ତି ସେୟା ଭାତରେ ବହୁତ ଥର ଶ୍ବେତା ଙ୍କୁ କହିଛନ୍ତି ଦୟାକରି ମୋ ପଇସା ଫେରେଇ ଦିଅନ୍ତୁ କିନ୍ତୁ ଶ୍ବେତା କୌଣସି ଜବାବ ଦେଇ ନାହଁନ୍ତି। ତାଙ୍କ ଫୋନ ମଧ୍ୟ ଉଠଉ ନାହଁନ୍ତି। ଏମିତି ରେ ବି କେତେଥର ଶ୍ବେତା ତାଙ୍କୁ ବ୍ଲକ କରିଦେଇଛନ୍ତି। ଏବେ ସେ ନିଜର ଘର ଭଡା ମଧ୍ୟ ଦେଇପାରୁ ନାହଁନ୍ତି। ରାଜେଶ କହୁଛନ୍ତି କି ମୋର ଆଶା ଅଛି କି ସେ ଏ କଥା ଲୋକମାନଙ୍କ ଠାରୁ ଶୁଣିଲା ପରେ ମୋ ପଇସା ଦେଇ ଦେବେ ବୋଲି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।