ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦିଆଯିବ କରୋନା ଟୀକା, କେହିହେଲେ ରହିବେ ନାହିଁ ଏଥିରୁ ବଞ୍ଚିତ- ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଜ୍ଞା କରିଛନ୍ତି ଯେ ଭାରତରେ କରୋନା ଭ୍ୟାକ୍ସିନ ଉପଲବ୍ଧ ହେବା ମାତ୍ରେ ପ୍ରତ୍ୟେକ ନାଗରିକଙ୍କୁ ଦିଆଯିବ | କୌଣସି ଭାରତୀୟ ନାଗରିକ ଏହି ଟୀକାକରଣରୁ ବଞ୍ଚିତ ହେବେ ନାହିଁ | ଏକ ଇଂରାଜୀ ଖବରକାଗଜ ସହିତ କଥାବାର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି କଥା କହିଛନ୍ତି | ତାଙ୍କ କହିବା ମୁତାବକ ଦେଶରେ ଭ୍ୟାକ୍ସିନ ଆସିବା ମାତ୍ରେ ସମସ୍ତ ନାଗରିକଙ୍କୁ ଭ୍ୟାକ୍ସିନ ଦିଆଯିବ | କାହାରିକୁ ଏଥିରୁ ବଞ୍ଚିତ କରାଯିବ ନାହିଁ | କୋଭିଡ-୧୯ ଭ୍ୟାକ୍ସିନର ଷ୍ଟୋରେଜ ପାଇଁ ଥଣ୍ଡା ଶୃଙ୍ଖଳା ଉପରେ କାମ ଚାଲୁଛି |

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ସରକାର ସଠିକ ସମୟରେ ସଠିକ ନିଷ୍ପତ୍ତି ନେଇଛନ୍ତି ଏବଂ ଲୋକମାନଙ୍କର ସାହାଯ୍ୟରେ ଅନେକ ଜୀବନ ବଞ୍ଚି ଯାଇଛି | ତାଲାବନ୍ଦ କରିବା ଏବଂ ପୁଣି ଅନଲକର ପ୍ରକ୍ରିୟା ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା କରୋନା ଭାଇରସର ସଙ୍କଟ ବର୍ତ୍ତମାନ ମଧ୍ୟ ରହିଛି ଏବଂ ଲୋକମାନଙ୍କୁ ସାବଧାନତା ଅବଲମ୍ବନ କରିବାର ବହୁତ ଆବଶ୍ୟକତା ରହିଛି | ପୂଜା ଦିନରେ ଲୋକମାନଙ୍କୁ ଅଧିକ ସତର୍କତା ରହିବା ଉଚିତ କୌଣସି ପ୍ରକାରର କୋହଳ ଦେବା ଉଚିତ ନୁହେଁ |

କରୋନା ଭ୍ୟାକ୍ସିନକୁ ନେଇ ମୋଦୀ କହିଲେ ଯେ, ମୁଁ ଦେଶକୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ କରୋନା ଭ୍ୟାକ୍ସିନ ଯେବେ ମଧ୍ୟ ପ୍ରସ୍ତୁତ ହେବ, ପ୍ରତ୍ୟେକ ନାଗରିକଙ୍କୁ ଦିଆଯିବ | କେହି ଏଥିରୁ ବାଦ ପଡିବେ ନାହିଁ | ଏହି ଟୀକାକରଣର ପ୍ରାରମ୍ଭିକ ସମୟରେ କରୋନା ସଙ୍କଟର ସବୁଠୁ ନିକଟବର୍ତ୍ତୀ ଲୋକମାନଙ୍କୁ ଶାମିଲ କରାଯିବ | ଏଥିରେ କରୋନା ଯୁଦ୍ଧ ଲଢ଼ୁଥିବା ଆଗଧାଡିର କର୍ମଚାରୀମାନେ ଶାମିଲ ହେବେ |

ଭ୍ୟାକ୍ସିନର ବର୍ତ୍ତମାନ ଚାଲିଛି ଟ୍ରାୟଲ:

ସୂଚନାଯୋଗ୍ୟ ଯେ କରୋନା ଭାଇରସ ଦ୍ୱାରା ଦେଶର ୮୦ ଲକ୍ଷ ଠାରୁ ଅଧିକ ଜନସଂଖ୍ୟା ଗ୍ରସ୍ତ ହୋଇ ସାରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ପ୍ରତ୍ୟେକ ଦିନ ଅନେକ କରୋନା ମାମଲା ସାମ୍ନାକୁ ଆସୁଛି | କରୋନାର ଭ୍ୟାକ୍ସିନ ବନାଇବାର କାମ ତୀବ୍ରତାର ସହିତ କରାଯାଉଛି ଏବଂ ଆଶା ରହିଛି ଯେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା କରୋନାର ଭ୍ୟାକ୍ସିନ ତିଆରି ହୋଇ ପ୍ରସ୍ତୁତ ହୋଇଯିବ | ଦୁନିଆର ଅନେକ ଦେଶ ଏହାର ଭ୍ୟାକ୍ସିନ ବନାଇବାରେ ଲାଗିପଡିଛନ୍ତି ଏବଂ ଭାରତରେ ମଧ୍ୟ କରୋନା ଭ୍ୟାକ୍ସିନର ଟ୍ରାୟଲ ଚାଲିଛି |

କରୋନା ଭାଇରସ ତିଆରି ହୋଇଯିବା ପରେ ସବୁଠୁ ଜରୁରୀ କାମ ଏହି ଭ୍ୟାକ୍ସିନକୁ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡିବ | ଏକ ଆକଳନ ଅନୁସାରେ ସରକାର ଦେଶବାସୀ ମାନଙ୍କୁ ଭ୍ୟାକ୍ସିନ ଉପଲବ୍ଧ କରାଇବା ପାଇଁ ପ୍ରାରମ୍ଭିକ ସ୍ତରରେ ୫୦ ହଜାର କୋଟି ଟଙ୍କାର ବଜେଟ ରଖିଛନ୍ତି | ଭାରତରେ ଅଧିକ ପରିମାଣରେ ଏହି ଭ୍ୟାକ୍ସିନ ତିଆରି କରାଯିବ ଏବଂ ଏହି ଭ୍ୟାକ୍ସିନକୁ ଅନ୍ୟ ଦେଶକୁ ମଧ୍ୟ ପଠାଯିବ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *