ଛାଡପତ୍ର ପାଇଁ ସ୍ୱାମୀଙ୍କୁ ନପୁଂସକ କରିବାକୁ ଚାହୁଁଥିଲେ ନବବିବାହିତା, ପତ୍ନୀ ଏବଂ ପ୍ରେମୀଙ୍କ ଉପରେ କେସ |

ମହାରାଷ୍ଟ୍ରର ପୁନେରେ ଛାଡପତ୍ରର ଏପରି ଏକ ଅଜବ ପ୍ରକାରର ଘଟଣା ସାମ୍ନାକୁ ଆସିଲା ଯାହାକୁ ଶୁଣି ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହୋଇଯିବେ ଯେ ସତରେ କଣ ଏମିତି ହୁଏ କି ? ବାସ୍ତବରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଉପରେ ବ୍ୟକ୍ତିଗତ ଅଙ୍ଗ କାଟି ନପୁଂସକ ବନାଇବାର ଆରୋପ ଲଗାଇଛନ୍ତି ଯାହାଦ୍ୱାରା ତାଙ୍କୁ ସହଜରେ ଛାଡପତ୍ର ମିଳିପାରିବ |

ପିଡୀତ ସ୍ୱାମୀ ନିଜ ପତ୍ନୀ ଏବଂ ତାଙ୍କର ବୟଫ୍ରେଣ୍ଡ ବିରୋଧରେ ଥାନାରେ ମାମଲା ରୁଜ୍ଜୁ କରାଇଥିଲେ ଯେଉଁଥିରେ ସେ ବହୁତ ଅଜବ ପ୍ରକାରର ଆରୋପ ଲଗାଇଥିଲେ | ସ୍ୱାମୀଙ୍କର କହିବା କଥା ଯେ ପତ୍ନୀ ନିଜ ପ୍ରେମୀଙ୍କ ସହିତ ମିଶି ତାଙ୍କର ବ୍ୟକ୍ତିଗତ ଅଙ୍ଗକୁ କାଟିବାର ଯୋଜନା କରୁଥିଲେ ଯାହାଦ୍ୱାରା ତାଙ୍କୁ ନପୁଂସକ କରି ଛାଡପତ୍ର ନେଇ ପାରିବେ |

ପୀଡିତ ବ୍ୟକ୍ତିଙ୍କର ନାମ ସୁଭାଷ ସୁରାଲେ ବୋଲି କୁହାଯାଉଛି | ସୁଭାଷଙ୍କର ଆରୋପ ରହିଛି ଯେ ପତ୍ନୀ ତାଙ୍କୁ ନପୁଂସକ କରିବାକୁ ଚାହୁଁଥିଲେ କାରଣ ଏହି ଆଧାରରେ ସେ ଛାଡପତ୍ର ନେଇ ନିଜ ପ୍ରେମୀଙ୍କ ସହିତ ବିବାହ କରି ପାରିବେ | ସୁଭାଷଙ୍କର ବିବାହ ଏହି ବର୍ଷ ମାର୍ଚ୍ଚ ମାସରେ ହୋଇଥିଲା |

ସୁଭାଷ କହିଛନ୍ତି ଯେ ତାଙ୍କ ପତ୍ନୀ ପେଶାରେ ଜଣେ ସଫ୍ଟୱେୟର ଇଞ୍ଜିନିୟର ଅଟନ୍ତି ଏବଂ ବିବାହ ପରେ ତାଲାବନ୍ଦ ହୋଇଯିବା କାରଣରୁ ଉଭୟ ହନିମୁନ ପାଇଁ ଯାଇ ପାରିନଥିଲେ | ଏହାପରେ ସେ ମହାବଳେଶ୍ୱର ଯାଇଥିଲେ ଯେଉଁଠାରେ ତାଙ୍କ ଭେଟ କୌସ୍ତୁଭ ନାମକ ଜଣେ ବ୍ୟକ୍ତିଙ୍କ ସହିତ ହୋଇଥିଲା |

ସୁଭାଷ କହିଥିଲେ ଯେ କୌସ୍ତୁଭ ତାଙ୍କ ସହିତ ବନ୍ଧୁତା କରି ନେଇଥିଲେ ଏବଂ ହୋଟେଲରେ ହିଁ ତିନିଜଣ ବହୁତ ମସ୍ତି କରିଥିଲେ | ଏହି ଅବସରରେ ସୁଭାଷଙ୍କୁ କୌସ୍ତୁଭ ନିଜ ଚାକିରୀ ଚାଲି ଯାଇଥିବାରୁ ତାଙ୍କ ଘରେ ରହିବାକୁ ଅନୁମତି ମାଗିଥିଲେ ଏବଂ ସୁଭାଷ ତାଙ୍କୁ ଜଣେ ବନ୍ଧୁ ଭାବି ଅନୁମତି ଦେଇ ଦେଇଥିଲେ |

ସୁଭାଷଙ୍କ ମୁତାବକ ମହାବଳେଶ୍ୱରରୁ ଫେରିବା ପରେ କୌସ୍ତୁଭ ତାଙ୍କ ଘରେ ରହିବାକୁ ଲାଗିଥିଲେ ଏବଂ ଏହି ଅବସରରେ ଦିନେ ତାଙ୍କ ଫୋନ ଦେଖି ନେଇଥିଲେ | ମୋବାଇଲରେ ସେ କୌସ୍ତୁଭ ସହିତ ନିଜ ପତ୍ନୀଙ୍କର ଅନେକ ଫୋଟୋ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ |

ଆଶ୍ଚର୍ଯ୍ୟ ହୋଇ ସେ ଯେତେବେଳେ ମେସେଜ ଚେକ କଲେ ବୁଝି ପାରିଲେ ଯେ ସେ ଦୁଇଜଣଙ୍କର ବିବାହ ପୂର୍ବରୁ ସମ୍ପର୍କ ରହିଥିଲା | ଜାତି ଭିନ୍ନ ହେବା କାରଣରୁ ତାଙ୍କର ବିବାହ ହୋଇପାରି ନଥିଲା | ସୁଭାଷଙ୍କ ମୁତାବକ ସେ ନିଜ ପତ୍ନୀଙ୍କ ପ୍ରେମୀ କୌସ୍ତୁଭଙ୍କ ମୋବାଇଲରେ ମେସେଜ ଦେଖିଥିଲେ | ମେସେଜରେ କୌସ୍ତୁଭ ଏବଂ ପତ୍ନୀ ଉଭୟ ତାଙ୍କୁ ବ୍ୟକ୍ତିଗତ ଅଙ୍ଗ କାଟି ନପୁଂସକ କରିବାର ଯୋଜନା କରୁଥିଲେ ଯାହାଦ୍ୱାରା ଛାଡପତ୍ର ନେଇ ପତ୍ନୀ ନିଜ ପ୍ରେମୀଙ୍କୁ ବିବାହ କରି ପାରିବେ |

Leave a Reply

Your email address will not be published. Required fields are marked *