ସର୍ବଦା କିଣନ୍ତୁ ହଲମାର୍କ ଗହଣା, କିନ୍ତୁ କିପରି କରିବେ ଚିହ୍ନଟ ? ଜାଣନ୍ତୁ ସହଜ ଉପାୟ

ସୁନାରେ ତିଆରି ଗହଣା ଉପରେ ହଲମାର୍କକୁ ଅନିବାର୍ଯ୍ୟ କରିଦିଆଯାଇଛି | କିନ୍ତୁ ଏହାପରେ ମଧ୍ୟ ଲୋକମାନେ ଠକାମିର ଶିକାର ହେଉଛନ୍ତି | ଏହାର କାରଣ ହେଉଛି ଗ୍ରାହକମାନେ ସଠିକ ଭାବରେ ହଲମାର୍କ ଗହଣା ଚିହ୍ନଟ କରି ପାରନ୍ତି ନାହିଁ ଏବଂ ଏହାର ଲାଭ ଗହଣା ଦୋକାନୀ ମାନେ ଉଠାଇଥାନ୍ତି | ଆଜି ଆମେ ଆପଣଙ୍କୁ ସୁନା ଗହଣାର ଶୁଦ୍ଧତା ଚିନ୍ହିବାର ସହଜ ଉପାୟ କହିବାକୁ ଯାଉଛୁ | ଯାହାପରେ ଆପଣ ମାତ୍ର କିଛି ସେକେଣ୍ଡ ମଧ୍ୟରେ ନିଜେ ଜାଣି ପାରିବେ ସୁନା କେତେ କ୍ୟାରେଟର ରହିଛି |

ଶୁଦ୍ଧତା ଧ୍ୟାନ ଦିଅନ୍ତୁ :

Gold And Silver Price Again Down In Delhi Bullian Market - जेवराती मांग कम होने से दूसरे दिन भी सस्ता रहा सोना, चांदी में भी गिरावट | Patrika Newsବାସ୍ତବରେ, ସୁନା ଗହଣା କିଣିବା ସମୟରେ ସର୍ବ ପ୍ରଥମେ ତା’ର ଶୁଦ୍ଧତା ବିଷୟରେ ଜାଣନ୍ତୁ | ୨୪ କ୍ୟାରେଟ ସୁନା ସବୁଠୁ ଶୁଦ୍ଧ ହୋଇଥାଏ | କିନ୍ତୁ କେବେହେଲେ ୨୪ କ୍ୟାରେଟ ସୁନାର ଗହଣା ତିଆରି ହୁଏ ନାହିଁ | କାରଣ ତାହା ବହୁତ ନରମ ହୋଇଥାଏ | ସାଧାରଣତଃ ଅଳଙ୍କାର ଗୁଡିକ ପାଇଁ ୨୨ କ୍ୟାରେଟ ସୁନାର ବ୍ୟବହାର କରାଯାଇଥାଏ, ଯେଉଁଥିରେ ୯୧.୬୬ ପ୍ରତିଶତ ସୁନା ରହିଥାଏ ଏହାଛଡା ୨୦ ଏବଂ ୧୮ କ୍ୟାରେଟରେ ମଧ୍ୟ ଗହଣା ତିଆରି କରାଯାଏ ଏବଂ ବିକ୍ରି ମଧ୍ୟ କରାଯାଇଥାଏ |

कैसे करें हॉलमार्क की पहचान?

ଯଦି ଆପଣ ୨୨ କ୍ୟାରେଟର ସୁନା ଅଳଙ୍କାର ନେଉଛନ୍ତି ତେବେ ଆପଣଙ୍କୁ ଜଣାଥିବା ଉଚିତ ଯେ ଏଥିରେ ୨୨ କ୍ୟାରେଟ ସୁନା ସହିତ ୨ କ୍ୟାରେଟ କୌଣସି ଅନ୍ୟ ଧାତୁ ମିଶ୍ରଣ କରାଯାଇଛି | ସେହିପରି ଯେତେବେଳେ ଆପଣ ୧୮ କ୍ୟାରେଟର ଅଳଙ୍କାର କିଣୁଛନ୍ତି ସେଥିରେ ୬ କ୍ୟାରେଟର ଅନ୍ୟ କୌଣସି ଧାତୁ ମିଶି ରହିଛି | ଯଦି ଆପଣ ନିବେଶ ପାଇଁ ଅଳଙ୍କାର କିଣୁଛନ୍ତି ତେବେ ସବୁବେଳେ ୨୨ କ୍ୟାରେଟର ଅଳଙ୍କାର ହିଁ କିଣନ୍ତୁ |

କିପରି କରିବେ ହଲମାର୍କର ଚିହ୍ନଟ:

शुद्धता की पहचान

ଅଳଙ୍କାରର ଶୁଦ୍ଧତାକୁ ନେଇ ହଲମାର୍କ ସହ ଜଡିତ ୫ ପ୍ରକାରର ଚିହ୍ନ ରହିଥାଏ, ଏବଂ ଏହି ଚିହ୍ନ ଗହଣରେ ହିଁ ରହିଥାଏ | ଯଦି ୨୨ କ୍ୟାରେଟର ଗହଣା ହୋଇଥିବ ତେବେ ସେଥିରେ ୯୧୬, ୨୧ କ୍ୟାରେଟ ଗହଣା ଉପରେ ୮୭୫ ଏବଂ ୧୮ କ୍ୟାରେଟ ଗହଣା ଉପରେ ୭୫୦ ଲେଖାଯାଇଥାଏ | ସେହିପରି ଯଦି ଗହଣା ୧୪ କ୍ୟାରେଟରେ ହୋଇଥିବା ତେବେ ସେଥିରେ ୫୮୫ ଲେଖା ଯାଇଥିବ | ଆପଣ ନିଜେ ଗହଣରେ ଏହି ଚିହ୍ନକୁ ଦେଖି ପାରିବେ | ଏହାକୁ ଦେଖିବା ପରେ ଶୁଦ୍ଧତାର ସନ୍ଦେହ ରୁହେ ନାହିଁ |

Bureau of Indian Standards’ New Campaign Emphasises Hallmarking in Guaranteeing Gold Purity

ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ଗହଣା ଦୋକାନୀ କୌଣସି ଯାଞ୍ଚ ପ୍ରକ୍ରିୟା ପୁରା ନକରି ହଲମାର୍କ ଲଗାଇ ଦେଉଛନ୍ତି | ପ୍ରକୃତ ହଲମାର୍କ ଉପରେ ଭାରତୀୟ ନାମକ ବ୍ୟୁରୋର ତ୍ରିକୋଣ ଚିହ୍ନ ରହିଥାଏ | ଯାହା ସୁନାର କ୍ୟାରେଟର ଶୁଦ୍ଧତାର ଚିହ୍ନ ପାଖରେ ରହିଥାଏ | ଗହଣା ଉପରେ ନିର୍ମାଣର ବର୍ଷ ଏବଂ ଉତ୍ପାଦକର ଲୋଗୋ ମଧ୍ୟ ରହିଥାଏ |

lalithaa Jewellery

ହଲମାର୍କିଙ୍ଗରେ କୌଣସି ଉତ୍ପାଦକୁ ସ୍ଥିର ମାପଦଣ୍ଡ ଗୁଡିକରେ ପ୍ରମାଣିତ କରାଯାଇଥାଏ | ଭାରତରେ ବିଆଇଏସ ସେହି ସଂସ୍ଥା ଅଟେ ଯାହା ଉପଭୋକ୍ତା ମାନଙ୍କୁ ଉପଲବ୍ଧ କରାଯାଉଛି ସେଗୁଡିକର ଗୁଣବତ୍ତା ସ୍ତରରେ ଯାଞ୍ଚ କରିଥାଏ | ହଲମାର୍କିଙ୍ଗ ଯୋଜନା ଭାରତୀୟ ମାନକ ବ୍ୟୁରୋ ଅଧିନିୟମ ଅଧୀନରେ ସଂଚାଳନ, ନିୟମ ଏବଂ ବିନିୟମର କାମ କରିଥାଏ |

ଗୋଟିଏ ଗୁରୁତ୍ତ୍ୱପୂର୍ଣ୍ଣ କଥା:

Jewellery Sample Bill Format - YouTube

ଗହଣା ଦୋକାନୀଙ୍କ ଠାରୁ ସର୍ବଦା ଅସଲି ବିଲ ନିଅନ୍ତୁ | ଯେଉଁଥିରେ ଲେଖା ଯାଇଥିବ ଯେ ଆପଣ ଯେଉଁ ଅଳଙ୍କାର କିଣୁଛନ୍ତି ତାହାର ଶୁଦ୍ଧତା କଣ ଅଟେ | ଅର୍ଥାତ କେତେ କ୍ୟାରେଟର ଅଟେ | କାରଣ ଭବିଷ୍ୟତରେ ଯେତେବେଳେ ଆପଣ ସେହି ଅଳଙ୍କାରକୁ ଅନ୍ୟ କେଉଁଠି ବିକ୍ରି କରିବାକୁ ଯିବେ ସେତେବେଳେ ତାହାର ଶୁଦ୍ଧତା ଏବଂ ଓଜନକୁ ନେଇ କୌଣସି ସମସ୍ୟା ରହିବ ନାହିଁ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *