କାହିଁକି ଅପରେଶନ ସମୟରେ ନୀଳ କିମ୍ବା ସବୁଜ ରଙ୍ଗର କପଡା ପିନ୍ଧିଥାନ୍ତି ଡାକ୍ତର ? UPSC ଠାରୁ ମଧ୍ୟ ଅଧିକ କନଫ୍ୟୁଜିଙ୍ଗ ଅଟେ ଏହି ପ୍ରଶ୍ନ

ଦୁନିଆ କାହିଁକି ଗୋଲ ଅଟେ ? ପ୍ରଥମେ କୁକୁଡ଼ା ଆସିଲା ନା ଅଣ୍ଡା ? ଏପରି ଅନେକ ପ୍ରଶ୍ନ ଯାହା ବର୍ଷ ବର୍ଷ ଧରି ପଚାର ଯାଉଛି | କିନ୍ତୁ ଆଜି ପର୍ଯ୍ୟନ୍ତ ଏସବୁର ଉତ୍ତର ମିଳି ପାରି ନାହିଁ | ଅନେକ ତର୍କ ଦିଆଯାଇଛି | ଭିନ୍ନ ଭିନ୍ନ ଲୋକ ନିଜ ନିଜ ସ୍ଥାନରେ ସଠିକ ଅଛନ୍ତି କିନ୍ତୁ ଏହାର ଏକ ୟୁନିଫର୍ମ ଉତ୍ତର ଆଜି ପର୍ଯ୍ୟନ୍ତ ମିଳିପାରିଲା ନାହିଁ | ଏପରି ହିଁ ଏକ ପ୍ରଶ୍ନ ଆପଣଙ୍କର ମନରେ ଉଙ୍କି ମାରୁଥିବା ଯେ ହସ୍ପିଟାଲରେ ଡାକ୍ତର ଏବଂ ନର୍ସ ବ୍ଲୁ କିମ୍ବା ଗ୍ରୀନ ଡ୍ରେସ କାହିଁକି ପିନ୍ଧିଥାନ୍ତି ? ବିଶେଷ କରି ସର୍ଜରୀ ସମୟରେ ପୋଷାକ କେବଳ ଏହି ଦୁଇ ରଙ୍ଗରେ କାହିଁକି ହୋଇଥାଏ ? ଏହା ପଛରେ କୌଣସି କୋ-ଇନସିଡେଣ୍ଟ ନାହିଁ ବରଂ ଏକ ବହୁତ ଗଭୀର କାରଣ ରହିଛି | ଯେଉଁ ବିଷୟରେ ବହୁତ କମ ଲୋକଙ୍କ ପାଖରେ ସୂଚନା ରହିଛି |

କରୋନା କାରଣରୁ ଆମ ମଧ୍ୟରୁ ବହୁତ ଲୋକ ଏବର୍ଷ ଅନେକଥର ହସ୍ପିଟାଲର ଚକ୍କର ଲଗାଇଛନ୍ତି | ଯଦି ଆପଣ ହସ୍ପିଟାଲ ଯାଇ ନାହାନ୍ତି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି | କିନ୍ତୁ ଏପରି ମଧ୍ୟ ଲୋକ ଥିଲେ ଯେଉଁମାନଙ୍କୁ ଅନେକଥର ହସ୍ପିଟାଲ ଯିବାକୁ ପଡିଛି | ଏମିତିରେ ଗୋଟିଏ ଜିନିଷ ତ ଆପଣ ନୋଟିସ କରିଥିବେ ଯେ ହସ୍ପିଟାଲ ଟିମ ଅଧିକାଂଶ ନୀଳ କିମ୍ବା ସବୁଜ ରଙ୍ଗର ୟୁନିଫର୍ମରେ ନଜର ଆସୁଥିବେ |

ବର୍ତ୍ତମାନ ଏହାକୁ ଦେଖି ଆପଣଙ୍କର ମୁଣ୍ଡର ବତୀ ଜଳିଯାଇଥିବ ଯେ ଏହାର କାରଣ କଣ ? କାହିଁକି ଡାକ୍ତରମାନେ ଏବଂ ମେଡିକାଲ ଟିମ ସର୍ଜରୀ ସମୟରେ ଏହି ଦୁଇଟି ରଙ୍ଗର କପଡା କାହିଁକି ପିନ୍ଧିଥାନ୍ତି ? ଆପଣଙ୍କୁ ଲାଗି ପରେ ଯେ ଏକ କେବଳ ଏକ ସଂଯୋଗ ହୋଇଥିବ, କିନ୍ତୁ ଏପରି କିଛି ନୁହେ | ଏମାନଙ୍କର ୟୁନିଫର୍ମ ରଙ୍ଗର ବିଶେଷ କାରଣ ରହିଛି |

ଏକ ବିଶେଷ କାରଣରୁ ଡାକ୍ତରମାନେ ଅପରେଶନ ଥିଏଟରରେ ଲାଲ, ହଳଦିଆ କିମ୍ବା ଅନ୍ୟ କୌଣସି ରଙ୍ଗର କପଡା ପିନ୍ଧି ନଥାନ୍ତି | ଏହି ଡାକ୍ତର ମାନଙ୍କର ମାସ୍କ ମଧ୍ୟ ଏହି ଦୁଇଟି ରଙ୍ଗର ହୋଇଥାଏ | ଆପଣଙ୍କୁ କହି ରଖୁଛୁ ଯେ ଡାକ୍ତର ମାନଙ୍କର ଏହି ରଙ୍ଗର କପଡ଼ା ୧୯୧୪ ମସିହାରୁ ଆରମ୍ଭ ହୋଇଥିଲା | ତାହା ପୂର୍ବରୁ ଡାକ୍ତରମାନେ ଧଳା ରଙ୍ଗର କପଡା ପିନ୍ଧି ରୋଗୀଙ୍କର ସର୍ଜରୀ କରୁଥିଲେ |

ତେବେ ବର୍ତ୍ତମାନ ଜାଣନ୍ତୁ ଏହି ପ୍ରଶ୍ନର ଉତ୍ତର | ଏହାର ଉତ୍ତର ୧୯୯୮ ମସିହାରେ ଟୁଡ଼େ ସର୍ଜିକାଲ ନର୍ସରେ ଛପା ଯାଇଥିଲା | ସେଥିରେ ଲେଖା ଥିଲା ଯେ ସର୍ଜରୀ ସମୟରେ ସବୁଜ ଏବଂ ନୀଳ ରଙ୍ଗର କପଡା ଡାକ୍ତର ମାନଙ୍କ ଆଖିକୁ ଆରାମ ପ୍ରଦାନ କରିଥାଏ | ଦୀର୍ଘ ସମୟ ସର୍ଜରୀ କାରଣରୁ ଡାକ୍ତରମାନେ ଥକି ଯାଇଥାନ୍ତି | | ଏମିତିରେ ଏହି ଦୁଇଟି ରଙ୍ଗ ତାଙ୍କ ଆଖିକୁ ଆରାମ ପ୍ରଦାନ କରିଥାଏ ଯାହାଦ୍ୱାରା ସର୍ଜରୀ ସମୟରେ କୌଣସି ସମସ୍ୟା ହୋଇ ନଥାଏ |

ବୈଜ୍ଞାନିକ ଦୃଷ୍ଟିରୁ ମଣିଷ ଆଖିକୁ ଲାଲ, ସବୁଜ ଏବଂ ନୀଳ ହିଁ ଦେଖାଯାଇଥାଏ | ଅନ୍ୟସମସ୍ତ ରଙ୍ଗ ଏହି ତିନୋଟିରୁ ଭାଙ୍ଗି ସୃଷ୍ଟି ହୋଇଥାଏ | ଏଥିମଧ୍ୟରୁ ଲାଲ ରଙ୍ଗ ଆଖିକୁ କଷ୍ଟ ଦେଇଥାଏ ଯେତେବେଳେ ସବୁଜ ଏବଂ ନୀଳ ଆରାମଦାୟକ ହୋଇଥାଏ |

ନୀଳ ଏବଂ ସବୁଜ ରଙ୍ଗ ଆଖିକୁ ଆରାମ ଦେଇଥାଏ | ଏହି କାରଣରୁ ମଧ୍ୟ ହସ୍ପିଟାଲ ପରଦାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କ କପଡାର ରଙ୍ଗ ମଧ୍ୟ ଏହା ହିଁ ରହିଥାଏ | କେବଳ ରୋଗୀଙ୍କୁ ଆରାମ ମିଳୁଛି ତାହା ନୁହେଁ ବରଂ ଡାକ୍ତର ଏବଂ ନର୍ସ ମାନଙ୍କୁ ମଧ୍ୟ ଏତିକି ସମୟ ପର୍ଯ୍ୟନ୍ତ ହସ୍ପିଟାଲ ରେ  ଆରାମରେ କାମ କରିବାକୁ ସହଜ ହୋଇଯାଇଥାଏ |

ଯଦି ଲାଲ, ହଳଦିଆ କିମ୍ବା କଳା ରଙ୍ଗ ହସ୍ପିଟାଲ୍ରେ ବ୍ୟବହାର କରାଗଲେ ଉଭୟ ଡାକ୍ତର ଏବଂ ରୋଗୀଙ୍କୁ ବହୁତ ସମସ୍ୟା ହୋଇଯିବ | ଯେଉଁଠାରେ ଅପରେଶନ ସମୟରେ ଡାକ୍ତର ଲାଲ ରଙ୍ଗର ରକ୍ତ ଦେଖି ଚିନ୍ତାରେ ଥାନ୍ତି ସେହିପରି ନୀଳ ରଙ୍ଗର ତାଙ୍କୁ ଆରାମ ପ୍ରଦାନ କରିଥାଏ |

ତେବେ ବର୍ତ୍ତମାନ ଆପଣ ମଧ୍ୟ ଜାଣି ଯାଇଥିବେ ନର୍ସ ଏବଂ ଡାକ୍ତର ମାନେ କାହିଁକି ସର୍ଜରୀ ସମୟରେ ନୀଳ ଏବଂ ସବୁଜ ରଙ୍ଗର କପଡା ପିନ୍ଧିଥାନ୍ତି ? ବର୍ତ୍ତମାନ ଯଦି କେହି ଆପଣଙ୍କୁ ଏହି ପ୍ରଶ୍ନ ପଚାରିବ ତେବେ ତାକୁ ମଧ୍ୟ ଆପଣ ଏହି ଜବରଦସ୍ତ ଉତ୍ତର ଦେଇ ଦିଅନ୍ତୁ ଏବଂ ବଢ଼ାଇ ଦିଅନ୍ତୁ ତାଙ୍କ ଜ୍ଞାନ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *