ଅନ୍ୟଜଣେ ମହିଳାଙ୍କ ପେଟରେ ବଢ଼ୁଥିଲା ସ୍ୱାମୀଙ୍କର ସନ୍ତାନ, ଛୁରୀରେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଅଙ୍ଗକୁ କାଟିଦେଲେ ପତ୍ନୀ

ନାଇଜେରିଆର ତାରବା ଷ୍ଟେଟରେ ଜଣେ ବ୍ୟକ୍ତିଙ୍କୁ ଗମ୍ଭୀର ସ୍ଥିତିରେ ହସ୍ପିଟାଲ ନିଆଯାଇଥିଲା | ବ୍ୟକ୍ତିଙ୍କର ବ୍ୟକ୍ତିଗତ ଅଙ୍ଗକୁ ଛୁରୀରେ କାଟି ଦେଇଥିଲେ | ଏହି କାମ ଆଉ କେହି ନୁହନ୍ତି ବରଂ ତାଙ୍କ ନିଜ ସ୍ତ୍ରୀ କାଟି ଦେଇଥିଲେ | ତେବେ ଏହାର କାରଣ ଥିଲା ଆଉଜଣେ ମହିଳାଙ୍କ ସହିତ ସ୍ୱାମୀଙ୍କର ଅବୈଧ ସମ୍ପର୍କ |

ଜଣେ ମହିଳା କେବେହେଲେ ନିଜ ସ୍ୱାମୀଙ୍କୁ ଅନ୍ୟ ସହିତ ବାଣ୍ଟି ପାରିବ ନାହିଁ | ବିବାହ ପରେ ସେ ନିଜର ସ୍ୱାମୀଙ୍କ ଘରକୁ ଚାଲିଯାଇଥାଏ ଏବଂ ନିଜର ସମ୍ପୂର୍ଣ୍ଣ ଜୀବନ ତାଙ୍କ ପାଇଁ ହିଁ ତ୍ୟାଗ କରିଦେଇଥାଏ | କିନ୍ତୁ ଯେତେବେଳେ ସେହି ସ୍ୱାମୀ ଧୋକା ଦିଏ ସେତେବେଳେ ଅନେକଥର ପତ୍ନୀ ତାଙ୍କୁ ଶିକ୍ଷା ଦେବା ପାଇଁ ମଧ୍ୟ ପଛାଉ ନାହାନ୍ତି | ବର୍ତ୍ତମାନ ଏପରି ହିଁ ଏକ ଘଟଣା ନାଇଜେରିଆରୁ ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମହିଳା ନିଜ ହାତରେ ସ୍ୱାମୀଙ୍କର ବ୍ୟକ୍ତିଗତ ଅଙ୍ଗ ଛୁରୀରେ କାଟି ଦେଇଛନ୍ତି | ଯେତେବେଳେ ମହିଳାଙ୍କୁ ଏହାର କାରଣ ପଚରାଗଲା ସେତେବେଳେ ସେ କହିଲେ ଯେ ସେ ନିଜର ସ୍ୱାମୀଙ୍କର ପାପକୁ କମ କରୁଥିଲେ | ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା |

ନିଦରେ ହୋଇଗଲେ ନପୁଂସକ :

ଘଟଣାଟି ନାଇଜେରିଆର ତାରବା ଷ୍ଟେଟରୁ ସାମ୍ନାକୁ ଆସିଛି | ଏହି ଘଟଣାଟି ଷ୍ଟେଟର ଅପ୍ପାବା କମ୍ୟୁନିଟିରେ ରହୁଥିବା ଗୋଟିଏ ପରିବାରର ଅଟେ | ବ୍ୟକ୍ତିଙ୍କର ପ୍ରକୃତ ନାଁ ସାମ୍ନାକୁ ଆସିନାହିଁ କିନ୍ତୁ ତାଙ୍କ ପରିଚୟ ବଙ୍ଗିସଙ୍କ ନାମରେ କରାଯାଉଛି | କୁହାଯାଉଛି ଯେ ୨୫ ଅକ୍ଟୋବରକୁ ବଙ୍ଗିସ କାମରୁ ଥକି ଯେତେବେଳେ ଘରକୁ ଆସିଲେ ସେତେବେଳେ ତାଙ୍କ ପତ୍ନୀ ନିଜ ଶୋଇଥିବା ସ୍ୱାମୀଙ୍କର ବ୍ୟକ୍ତିଗତ ଅଙ୍ଗକୁ କାଟି ଦେଇଥିଲେ | ବଙ୍ଗିସ ଯନ୍ତ୍ରଣାରେ ଚିତ୍କାର କରି ଉଠିଥିଲେ ଯାହାପରେ ପଡୋଶୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ |

ଅନ୍ୟଜଣେ ମହିଳାଙ୍କ ସହ ଥିଲା ସମ୍ପର୍କ :

ଯେତେବେଳେ ବ୍ୟକ୍ତିଙ୍କୁ ହସ୍ପିଟାଲ ଅଣାଯାଇଥିଲା ସେଠାରେ ସେ ସୂଚନା ଦେଇଥିଲେ ଯେ ତାଙ୍କର ଏପରି ସ୍ଥିତି ତାଙ୍କ ପତ୍ନୀ କରିଛନ୍ତି | ଏହାପରେ ପୋଲିସ ବ୍ୟକ୍ତିଙ୍କର ପତ୍ନୀଙ୍କୁ ଗିରଫ କରି ନେଇଥିଲା | ଯେତବେଳେ ତାଙ୍କୁ ଏହାର କାରଣ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କର ପାପକୁ କମ କରିବାକୁ ଚାହୁଁଥିଲେ | ତାଙ୍କ ସ୍ୱାମୀ ଅନ୍ୟଜଣେ ମହିଳାଙ୍କୁ ଗର୍ଭବତୀ କରାଇ ଦେଇଥିଲେ | ଏଥିପାଇଁ ସେ ନିଜ ସ୍ୱାମୀଙ୍କର ବ୍ୟକ୍ତିଗତ ଅଙ୍ଗକୁ କାଟି ଦେଇଥିଲେ |

ନିଜର ପୁରୁଷତ୍ୱକୁ ବଞ୍ଚାଇବା ପାଇଁ କରିଥିଲେ ଚେଷ୍ଟା:

ବ୍ୟକ୍ତି ଜଣକ ନିଜ ବୟାନରେ କହିଛନ୍ତି ଯେ ସେ ଥକିକରି ଘରକୁ ଆସିଥିଲେ | ତାଙ୍କୁ ଜୋର ନିଦ ଆସୁଥିଲା | ସେ ବିଛଣାରେ ଶୋଇବା ମାତ୍ରେ ତାଙ୍କର ଆଖି ଲାଗି ଯାଇଥିଲା ଏହାପରେ ଅଚାନକ ତାଙ୍କୁ ଲାଗିଥିଲା ଯେ ତାଙ୍କ ପତ୍ନୀ ପ୍ୟାଣ୍ଟ ଖୋଲୁଛନ୍ତି | କିନ୍ତୁ ତାଙ୍କୁ ଟିକିଏ ହେଲେ ଜଣା ନଥିଲା ଯେ ତାଙ୍କ ସହ କଣ ହେବାକୁ ଯାଉଛି | ମହିଳା ଜଣଙ୍କ ହଠାତ ଛୁରୀ ବାହାର କରିଥିଲେ ଏବଂ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଅଙ୍ଗକୁ କାଟି ଦେଇଥିଲେ | ପ୍ରଥମେ ବ୍ୟକ୍ତି ଜଣକ ଛୁରୀଟିକୁ ହାତରେ ଅଟକାଇଥିଲେ କିନ୍ତୁ ସେ ଅସଫଳ ରହିଥିଲେ | ଏହି ଘଟଣାରେ ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *