ବିବାହର ସ୍ବପ୍ନ ସମସ୍ତେ ଦେଖନ୍ତି, ବିଶେଷ କରି ଝିଅ ମାନଙ୍କ ମନରେ ବଧୂ ହେବାର ବହୁତ ଆଗ୍ରହ ଥାଏ | କିନ୍ତୁ ଝାଡ଼ଖଣ୍ଡରୁ ଏପରି ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖି ସମସ୍ତେ ସ୍ତବ୍ଧ ରହି ଯାଇଛନ୍ତି | ଏଠାରେ ନଦୀ ତଟରୁ ଲାଲ ରଙ୍ଗର ଶାଢ଼ୀ ଏବଂ ଶଙ୍ଖା ପିନ୍ଧି ଜଣେ ନବବିବାହିତା ଯୁବତୀଙ୍କର ମୃତଦେହ ପଡିଥିବାର ମିଳିଛି | ଏପରି ଲାଗୁଛି ଯେ ଝିଅଟିର ମାତ୍ର କିଛି ଘଣ୍ଟା ପୂର୍ବରୁ ହିଁ ବିବାହ ହୋଇଛି |
ହାତ ମେହେନ୍ଦୀରେ ଲେଖା ଥିଲା ଏହି ଶେଷ ଶବ୍ଦ:
ବାସ୍ତବରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ରବିବାର ଦିନ ଜାମସେଦପୁର ଜିଲ୍ଲାର ସୀତାରାମଡେରା ଥାନା ଅଞ୍ଚଳରେ ହୋଇଥିଲା | ଯେଉଁଠାରେ ମାନଗୋ ପୋଲ ପାଖରେ ଏକ ୨୦ ବର୍ଷର ଯୁବତୀଙ୍କର ମୃତଦେହ ମିଳିଥିଲା | ସୂଚନାଯୋଗ୍ୟ ଯେ ଝିଅର ବେକରୁ ମଙ୍ଗଳସୂତ୍ର ମିଳିବା ସହିତ ହାତରେ ମେହେନ୍ଦି ଥିଲା | ଯେଉଁଠାରେ ତାଙ୍କର ଗୋଟିଏ ହାତରେ ଟାଟୁ କରାଯାଇ ରାଜାରାଣୀ ଲେଖା ଯାଇଥିଲା |
ହତ୍ୟା ନା ଆତ୍ମ-ହତ୍ୟା.. ପୋଲିସ କରୁଛି ତଦନ୍ତ:
ଘଟଣାର ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଇଥିଲା ଏବଂ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା | ବର୍ତ୍ତମାନ ସୁଦ୍ଧା ଶବଟିର ଚିହ୍ନଟ କରାଯାଇ ପାରି ନାହିଁ | ପୋଲିସ ତଦନ୍ତ କରୁଛି ଯେ ଏହା ହତ୍ୟା ନା ଏକ ଆତ୍ମହତ୍ୟା ମାମଲା |
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।