ଡେଲିଭରି ପରେ ପରିବାର ସହିତ ଫେରୁଥିଲା ମା, କିନ୍ତୁ କିଛି ସମୟ ପରେ ନବଜାତ ଶିଶୁ ସହିତ ୩ ପିଲା ଙ୍କର ମୃତ୍ୟୁ

ଗୁଜରାଟ ରେ ହୃଦୟ ଥରେଇ ଦେଲା ପରି ର୍ଦୁଘଟଣା ଘଟିଛି। ଯେଉଁଠି ପରିବାର ରେ ଖୁସି ଆସିବା ମାତ୍ରେ ଶୋକ ଛାୟା ହୋଇଗଲା। ବାସ୍ତବରେ ଜଣେ ମହିଳା ଙ୍କର ଡେଲିଭରି କରାଇ ପରିବାର ଲୋକ ଘରକୁ ଫେରୁଥିଲେ। ଏହି ସମୟରେ ଫେରୁଥିବା ଅଟୋ ଅନିୟତ୍ରିତ ହୋଇ ରାସ୍ତା କଡ କୁ ଲୌଟି ପଡିଲା। ଯେଉଁଥିରେ ନବଜାତ ଶିଶୁ ସହିତ ତିନି ପିଲା ଙ୍କର ମୃତ୍ୟୁ ହୋଇଛି।

ନବମୀ ରେ ତିନି ନିରିହ ପିଲା ଙ୍କର ମୃତ୍ୟୁ:

ବାସ୍ତବରେ ଏହି ଦୁଃଖ ଭରା ଘଟଣା ବଡୋଦରା ଜେଲ ର ଦାହୋଦ ରେ ରବିବାର ସଧ୍ୟ୍ୟା ରେ ଘଟିଛି। ଯେଉଁଠି ନାନୀକୋଡି ଗ୍ରାମର ଗୋଟିଏ ପରିବାର ର ତିନି ମହିଳା ନିଜ ବୋହୁ ର ଡେଲିଭରି କରି ନବମୀ ଦିନ ଖୁସିରେ ଘରକୁ ଫେରୁଥିଲେ। ଯେଉଁଥିରେ ତାଙ୍କ ସହିତ ନବଜାତ ଶିଶୁ ବ୍ୟତିତ ଘର ର ଆଉ ଦୁଇଟି ପିଲା ବସିଥିଲା। ସେତେବେଳେ ଅଟୋ ରାସ୍ତା କଡରୁ ଲୌଟି ପାଖରେ ଥିବା ଏକ ପୋଖରୀ ରେ ପଡିଲା। ଏହି ର୍ଦୁଘଟଣା ପରେ ରାସ୍ତା ରେ ଯାଊଥିବା ଲୋକମାନେ ସାହାର୍ଯ୍ୟ କରିବା ପାଇଁ ପୋଖରୀ କୁ ଡେଇଁ ପଡିଲେ। କିନ୍ତୁ ସେମାନେ ତାଙ୍କୁ ବଞ୍ଚେଇ ପାରିଲେ ନାହିଁ।

ଠିକ ସମୟେ ସାହାଯ୍ୟ ପାଇ ମହିଳା ମାନେ ବଞ୍ଚି ଗଲେ:

ଘଟଣା ଯାଣିବା ପରେ ଲୋକମାନଙ୍କର ଭିଡ ଲାଗିଗଲା। ଏହା ପରେ ପୋଲିସ ଏବଂ ରେସ୍କ୍ୟୁ ଟିମ ଆସି ପହଁଚିଲେ। ଯେଉଁଠି ସେମାନେ ସମସ୍ତଙ୍କୁ ବାହାର କରି ଆମ୍ବୁଲାନ୍ସ ରେ ହସ୍ପିଟାଲ କୁ ପଠେଇ ଥିଲେ। କିନ୍ତୁ ସେତେବେଳ ଯାଏ ଏହି ତିନୋଟି ପିଲାଙ୍କ ମୃତ୍ୟୁ ହୋଇଯାଇଥିଲା । ସେହି ର୍ଦୁଘଟଣା ରେ ତିନି ମହିଳା ଆଘାତ ଥିଲେ ଏବଂ ଠିକ ସମୟ ରେ ସାହାଯ୍ୟ ପାଇ ତାଙ୍କ ଜୀବନ ବଞ୍ଚି ଯାଇଥିଲା।

ପରିବାରରେ ପ୍ରଥମ ପିଲା ହୋଇଥିଲା ଜନ୍ମ:

ଚୋସାଲା ଗାଁ ରେ ୨୫ ବର୍ଷର ମହିଳା ରଙ୍ଗୀଲିବେନ କଲସିଙ୍ଗଭାଇ ମାବି ଦୁଇ ଅନ୍ୟ ମହିଳା ଏବଂ ଦୁଇଟି ପିଲା ସହିତ ନିଜର ଡେଲିଭରି କରିବା ପାଇଁ ରେଟିୟା ଏଚସି ହସ୍ପିଟାଲ ରେ ଯାଇ ପହଁଚି ଥିଲେ। ଯେଉଁଠି ସେ ଏକ ପୁଅ କୁ ଜନ୍ମ ଦେଇଥିଲେ। ଏହା ପରେ ପରିବାର ସହିତ ଏମାନେ ନିଜ ଅଟୋ ରେ ଘର କୁ ଫେରୁଥିଲେ। ବହୁତ ଆଗ୍ରହ ଏବଂ ବ୍ୟାକୁଳ ରେ ପରିବାର ଲୋକ ଏମାନଙ୍କୁ ଅପେକ୍ଷା କରୁଥିଲେ। ସମସ୍ତେ ନିଜର ଛୋଟ ଶିଶୁ କୁ ଦେଖିବାକୁ ଚାହୁଁଥିଲେ। ପୁରା ପରିବାର ଖୁସି ଥିଲା। କାରଣ ତାଙ୍କ ଘରେ ନୂଆ ପିଢି ର ପ୍ରଥମ ପିଲା ର ଜନ୍ମ ହୋଇଥିଲା। କିନ୍ତୁ କିଛି ସମୟ ପରେ ଏହି ର୍ଦୁଘଟଣା ବିଷୟ ରେ ଶୁଣି ସମସ୍ତ ଙ୍କ ଖୁସି ଦୁଃଖ ରେ ବଦଳି ଯାଇଥିଲା।

Leave a Reply

Your email address will not be published. Required fields are marked *