ମା ପଇସା ପାଇଁ ନିଜର ନାବାଳିକା ଝିଅ କୁ ତିନି ଥର ବିବାହ କରାଇଲା, ୮୦ ହଜାର ରେ କରିଥିଲା ସୌଦା

ଜଣେ ମା ପଇସା ପାଇଁ ନିଜର ନାବାଳିକା ଝିଅ ର ତିନି ଥର ବିବାହ କରିଦେଲା। ଅଭିଯୁକ୍ତ ମା ନିଜ ଝିଅର ତୃତୀୟ ବିବାହ ୮୦ ହଜାର ରେ କରିଦେଲା। ଏହି ଘଟଣା ମଧ୍ୟ୍ୟପ୍ରଦେଶ ର ମଣ୍ଡଲା ଜେଲ ର ଅଟେ।

ମାମଲା ବିଷୟରେ ସେତେବେଳେ ଜଣା ପଡିଲା ଯେତେବେଳେ ଦିଲ୍ଲୀ ରେ ନିଜର ସ୍ବାମୀ ର ଅତ୍ୟାଚାର ରୁ ବିରକ୍ତି ହୋଇ ନାବାଳିକା ପୋଲିସ ପାଖରେ ଅଭିଯୋଗ କରିଥିଲା। ଦିଲ୍ଲୀ ପୋଲିସ ଏହି ଘଟଣା ର ସବୁ ତଥ୍ୟ ମଣ୍ଡଲା ଥାନା କୁ ଦେଲା ତାପରେ ଅଭିଯୁକ୍ତ ବିରୋଧ ରେ ବିଭିନ୍ନ ପ୍ରକାର ର ଧାରା ଦର୍ଜ କରି ପାଞ୍ଚ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି।

ମଣ୍ଡଲା ଜେଲ ର ଏକ ନାବାଳିକା ର ବିବାହ ତାର ନିଜ ମା ଦିଲ୍ଲୀ ର ଏକ ଯୁବକ ସହିତ କରିଦେଇଲା। ଘଟଣା ବିଷୟରେ ସେତେବେଳେ ଜଣା ପଡିଲା ଯେତେବେଳେ ନାବାଳିକା ନିଜର ସ୍ବାମୀ ର ଅତ୍ୟାଚାର ସହି ନପାରି ୧୦୦ ନମ୍ବର କୁ ଫୋନ କରି ଏହି ବିଷୟରେ କହିଲା।

ସୂଚନା ମିଳିବା ମାତ୍ରେ ଦିଲ୍ଲୀ ପୋଲିସ ନାବାଳିକା କୁ ତା ସ୍ବାମୀ ଠାରୁ ଉଧାର କରି ମଣ୍ଡଲା ପୋଲିସ କୁ ଏହି ଘଟଣା ବିଷୟ ରେ ଲିଖିତ ତଥ୍ୟ ଦେଲା। ଦିଲ୍ଲୀ ପୋଲିସ କୁ ନାବାଳିକା ଦେଇଥିବା ତଥ୍ୟ ଅନୁସାରେ ରେ ମଣ୍ଡଲା ଥାନା ର ପୋଲିସ ଅଧିକାରୀ ଆରୋପୀ ଙ୍କ ବିରୋଧ ରେ ଅପରାଧ ଦର୍ଜ କରିଲା ।ନାବାଳିକା ଝିଅ ମଣ୍ଡଲା ରେ ପହଁଚିବା ପରେ ପୋଲିସ ପୁରା ଘଟଣା ର ତଥ୍ୟ ନେଲା। ସବୁଠାରୁ ଆଶ୍ଚର୍ଯ୍ୟ ର କଥା ସାମ୍ମନା କୁ ଆସିଲା। ପିଡିତା ପୋଲିସ କୁ କହିଲା କି ତାର ମା ୮୦ ହଜାର ଟଙ୍କା ନେଇ ଦିଲ୍ଲୀ ର ଏକ ଯୁବକ ସହିତ ତାର ବିବାହ କରି ଦେଇଥିଲା।

ଏହା ତାର ତୃତୀୟ ବିବାହ ଥିଲା। ଏହା ପୂର୍ବରୁ ସେହି ନାବାଳିକା ଝିଅର ଦୁଇ ଥର ବିବାହ ହୋଇସାରିଛି। ପିଡୀତା ର ବୟାନ ଅନୁସାରେ ପୋଲିସ ତା ମା, ବାହା ହୋଇଥିବା ଦୁଇ ଯୁବକ କୁ ମିଶାଇ ସମୂଦାୟ ପାଞ୍ଚ ଜଣକୁ ଗିରଫ କରିଛି। ନାବାଳିକା କୁ ବିବାହ କରିଥିବା ଦିଲ୍ଲୀ ର ଯୁବକ ସହିତ ଆଉ ଅନ୍ୟ ଦୁଇ ଅପରାଧୀ ଙ୍କୁ ପୋଲିସ ଖୋଜୁଛି।

ମଣ୍ଡଲା ପୋଲିସ ର ଇନଚାର୍ଜ ଦୀପକ କୁମାର ଶୁକ୍ଲା କହିଛନ୍ତି କି ଏହି ନାବାଳିକା ଝିଅ ଦିଲ୍ଲୀ ପୋଲିସ ରେ ଅଭିଯୋଗ କରିଥିଲା । ସେ ନାବାଳିକା ଅଟେ ଏବଂ ତାର ମା ଓ କିଛି ଅନ୍ୟ ଲୋକ ଜଣେ ବ୍ୟକ୍ତି ଠାରୁ କିଛି ପଇସା ନେଇ ତାର ବିବାହ କରିଥିଲେ। ଯେଉଁ ବ୍ୟକ୍ତି ସହିତ ତାର ବିବାହ ହୋଇଛି । ସେ ବ୍ୟକ୍ତି ତାକୁ ବହୁତ ମାଡ ମାରେ। ଦିଲ୍ଲୀ ରୁ ଅଭିଯୋଗ ମିଳିବା ପରେ ଦିଲ୍ଲୀ ପୋଲିସ ଜିରୋ ଏଫେଆର ଦର୍ଜ କରିଥିଲା। ବାଳିକା ସହିତ ଏଫେଆର ମଣ୍ଡଲା ପୋଲିସ କୁ ମିଳିଥିଲା। ଏହା ପରେ ପୋଲିସ ଅଧିକାରୀ ଆଇପିସି ଧାରା ୩୬୬ , ୩୭୦ ଏବଂ ର୍ପାକ୍ସୋ ଅନୁସାରେ ମାମଲା ରୁଜୁ କରିଥିଲେ।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *