ଏହି ଇଲେଟ୍ରୋନିକ ଯାନକୁ ତିନି ବର୍ଷ ଚଳାଇବା ପରେ ୮୫ ହଜାର ଟଙ୍କାରେ ଫେରାଇନେବ କମ୍ପାନୀ

ଇଲେକ୍ଟ୍ରୋନିକ ଯାନର ଚଳନ ଦେଶରେ ତୀବ୍ରତାର ସହିତ ବଢୁଛି | ପୂଜା ସିଜିନକୁ ଦୃଷ୍ଟିରେ ରଖି କମ୍ପାନୀ ମଧ୍ୟ ଭାରତୀୟ ବଜାରରେ ନୂତନ ଯାନ ଲଞ୍ଚ କରୁଛି | ଏହି ସମୟରେ ଦେଶରେ ଏପରି ଏକ ଇଲେକ୍ଟ୍ରୋନିକ ଯାନ ଲଞ୍ଚ କରାଯାଇଛି ଯାହାକୁ କିଣିବା ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଚଳାଇବା ପରେ କମ୍ପାନୀ ଏହାକୁ ୮୫ ହଜାର ଟଙ୍କାରେ ଫେରାଇନେବ |

ଇଲେକ୍ଟ୍ରୋନିକ ଯାନ କମ୍ପାନୀ ଏଥର ଏନର୍ଜି ଆସନ୍ତା ମାସରେ ଭାରତୀୟ ଗ୍ରାହକ ମାନଙ୍କୁ ଉପଲବ୍ଧ କରାଯାଉଥିବା 450x ଇ-ସ୍କୁଟର ମଡେଲର ବିକ୍ରି ପାଇଁ “ଇଶ୍ଵଦ ବାୟବେକ ସ୍କିମ”ର ଘୋଷଣା କରିଛନ୍ତି | କମ୍ପାନୀର କହିବା କଥା ଯେ, ଏହାଦ୍ୱାରା ଲୋକମାନେ ଇଲେକ୍ଟ୍ରୋନିକ ଯାନ କିଣିବା ପାଇଁ ଆକର୍ଷିତ ହେବେ | ଏହି ସ୍କିମ ଅଧୀନରେ କମ୍ପାନୀ ତିନି ବର୍ଷ ଅବଧି ପୂର୍ଣ୍ଣ ହେବା ପରେ 450x ଇ-ସ୍କୁଟରର ୮୫,୦୦୦ ରାଙ୍କରେ ଫେରାଇନେବ | ଏଥର ଏନର୍ଜିରେ ହିରୋ ମୋଟୋକାଁର୍ପର ୩୪.୫୮ ପ୍ରତିଶତ ଭାଗିଦାରୀ ରହିଛି |

ଏଥିସହିତ ହିଁ କମ୍ପାନୀ ଯାନକୁ ଲିଜରେ ଦେବା ପାଇଁ ମଧ୍ୟ ଘୋଷଣା କରିଛି | ଲିଜରେ ଯାନ ନେବା ଦ୍ୱାରା ଗ୍ରାହକ ମାନଙ୍କ ପାଖରେ ବିକଳ୍ପ ରହିବ ଯେ ସେମାନେ ଏକ ବର୍ଷ ପୁରା ହେବା ପରେ ଏହି ବିକଳ୍ପକୁ କୌଣସି ସମୟରେ ଛାଡି ପାରିବେ କିମ୍ବା ଏହାକୁ ହିଁ ଚାଲୁ ରଖି ପାରିବେ କିମ୍ବା ତିନି ବର୍ଷ ପୁରା ହେବା ପରେ ଯାନର ଫେରସ୍ତ କରାଇ ପାରିବେ |

ନିଜ ପ୍ଲାନ ଅଧୀନରେ ଗ୍ରାହକ ଏଥର ଏନର୍ଜି ଇ-ସ୍କୁଟରକୁ ୨୫ ହଜାର ଠାରୁ ଆରମ୍ଭ କରି ୬ ହଜାର ତାଙ୍କ ପର୍ଯ୍ୟନ୍ତ ଡାଉନ ପେମେଣ୍ଟରେ ଘରକୁ ନେଇଯାଇ ପାରିବେ | ସେହିପରି ମାସିକ ଭଡା, ରୁଟିନ ସର୍ଭିସ ଏବଂ ଇନସୁରାନ୍ସକୁ ମିଶାଇ ୩୯୦୦ ତାଙ୍କରୁ ଆରମ୍ଭ ହେବ | କମ୍ପାନୀର ଇଲେକ୍ଟ୍ରୋନିକ ସ୍କୁଟର ଦୀପାବଳି ସୁଦ୍ଧା ଲୋକମାନଙ୍କୁ ମିଳିବା ଆରମ୍ଭ ହୋଇଯିବ | ଏଥର ଏନର୍ଜି ଏଥିସହିତ ନିଜର ଏଥର ୪୫୦ ପ୍ଲସ ମଡେଲର ମୂଲ୍ୟରେ ୯ ହଜାର ତାଙ୍କର ରିହାତିର ଗହ୍ୱପଶନ ମଧ୍ୟ କରିଛି | ବର୍ତ୍ତମାନ ଏହି ମଡେଲର୍ଟ ସଂଶୋଧିତ ଏକ୍ସ ଶୋରୁମ ମୂଲ୍ୟ ୧,୩୯,୯୯୦ ତାଙ୍କ ହୋଇଯାଇଛି, ପ୍ରଥମେ ୧,୪୯ ଲକ୍ଷ ଟଙ୍କା ରହିଥିଲା |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *