ଚେକିଙ୍ଗ ପାଇଁ ଅଟକାଇବାରୁ କ୍ରୋଧିତ ହେଲେ କାର ଚାଳକ, ପୋଲିସକର୍ମୀଙ୍କୁ ବୋନେଟରେ ଝୁଲାଇ ଦୂରକୁ ଘୋଷାଡ଼ିଲେ

ମଧ୍ୟପ୍ରଦେଶର ଜବଲପୁରରେ ଟ୍ରାଫିକ ଚେକିଙ୍ଗ ସମୟରେ ଜଣେ ପୋଲିସକର୍ମୀଙ୍କୁ କାରର ବୋନେଟରେ ଝୁଲାଇ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେବାର ଶକିଙ୍ଗ ଘଟଣା ସାମ୍ନାକୁ ଆସିଛି | ଭଗବାନଙ୍କର କୃପା ଯେ ବଜାରରେ ଭିଡ ରହିଥିବା କାରଣରୁ ଦୁଃସାହସୀ ଚାଳକକୁ କାର ଅଟକାଇବାକୁ ପଡିଲା, ନହେଲେ କୌଣସି ବଡ ଦୁର୍ଘଟଣା ହୋଇଯିବାର ସମ୍ଭାବନା ରହିଥିଲା | ଅଭିଯୁକ୍ତ କାର ଚାଳକଙ୍କ ବିରୋଧରେ କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ନୁହେଁ ବରଂ ତାଙ୍କ ବିରୋଧରେ ଏଫଆଇଆର ମଧ୍ୟ ଫାଇଲ କରାଯାଇଛି |

ଟ୍ରାଫିକ ଚେକିଙ୍ଗ ଅବସରରେ ଅଧିକାଂଶ ସମୟରେ ପୋଲିସକର୍ମୀ ମାନଙ୍କ ସହିତ ଅଭଦ୍ରତାର ଘଟଣା ସାମ୍ନାକୁ ଆସୁଛି | ତେବେ ଜବଲପୁରରେ ନିୟମ ଗୁଡିକର ଉଲ୍ଲଙ୍ଘନ କରିବା କାରଣରୁ ଏକ କାର ଚାଳକଙ୍କୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଚାଳକ ଜଣକ କ୍ରୋଧିତ ହୋଇ ଟ୍ରାଫିକ ପୋଲିସକୁ ବୋନେଟରେ ଝୁଲାଇ କାର ଚଳାଇଥିଲେ | ଯେମିତି ଟ୍ରାଫିକ ପୋଲିସ ଜଣକ ହାତ ଦେଖାଇ କାରକୁ ଅଟକାଇବାକୁ ଚେଷ୍ଟା କରିଛନ୍ତି, ଚାଳକ ଜଣକ କାର ଅଟକାଇବା ବଦଳରେ ଆଗକୁ କାର ଚଳାଇଥିଲେ | ଏଥିସହିତ ସେ ପୋଲିସକର୍ମୀଙ୍କୁ ବୋନେଟରେ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲା | ଧନ୍ୟବାଦ ଯେ ବଜାରରେ ସେହି ସମୟରେ ଭିଡ ଥିଲା | ଏମିତିରେ ଦୁଃସାହସିକ ଚାଳକ କାରଟିକୁ ଆଗକୁ ନେଇଯାଇ ପାରି ନଥିଲା | ତାକୁ କାର ଅଟକାଇବାକୁ ପଡିଥିଲା | ସୋମବାର ଦିନ ହୋଇଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି |

ପୋଲିସ ଜଣକ ଫାଇଲ କଲେ ଏଫଆଇଆର :

ଭିଡିଓରେ ସ୍ପଷ୍ଟ ଦେଖାଯାଇ ପାରିବ ଯେ ଧଳା ରଙ୍ଗର କାର କିପରି ଭାବରେ ଜଣେ ପୋଲିସକର୍ମୀଙ୍କୁ ବୋନେଟରେ ଝୁଲାଇ ଘୋଷାଡ଼ି ନେଇ ଯାଇଛି | ସମାଚାର ଏଜେନ୍ସି ଏଏନଆଇ ରହର ଭିଡିଓ ଜାରି କରିଛି | ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶରେ ଏହି ସମୟରେ ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଚାଲିଛି | ଏମିତିରେ ପୋଲିସ ଲଗାତାର ଭାବରେ ଚେକିଙ୍ଗ କରୁଛି | ତେବେ ଏହି ଚାଳକଙ୍କ ବିରୋଧରେ ମାମଲା ରୁଜୁ କରିଦିଆଯାଇଛି |

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *