୧୫ ବର୍ଷ ଝିଅର ଶବ ପୋତିଲା ପରେ ପୁଣି ବାହାରିଲା ଶବ, ପୋଲିସ କୁ ହେଲା ଏହି କଥାର ସନ୍ଦେହ

ଗୋଟେ ୧୫ ବର୍ଷ କିଶୋରୀ ର ଶବ ପୋତିଲା ପରେ ଏବେ ବାହାର କରାଯାଇଛି।ଏହା ପୂର୍ବରୁ ଏହି ଥାନା ଅଞ୍ଚଳରେ ଗୋଟେ ଯୁବତୀ ର ଶବ କୁ ପୋତି ଦିଆଯାଇଥିଲା।ଯେବେ ଏହି ଶବ କୁ ବାହାର କରାଯାଇଥିଲା ତ ଏହି ଘଟଣା ଟି ଗ୍ୟାଙ୍ଗ ରେପ ବୋଲି ଜଣା ପଡିଥିଲା। ଏହି ଘଟଣା ଟି ଛତିଶଗଡ଼ ର କୋଣ୍ଡା ଗାଁ ଜିଲ୍ଲା ର ଧାନୋରା ଥାନା ଅନ୍ତର୍ଗତ ଅଟେ।

ଜିଲ୍ଲା ରେ ୧୫ ଦିନ ମଧ୍ୟରେ ଶବ ବାହାର କରିବାର ଏହା ଦ୍ବିତୀୟ ଘଟଣା ଅଟେ। ଏହା ପୂର୍ବରୁ ଧାନୋରା ଥାନା ଅନ୍ତର୍ଗତ ଗ୍ରାମ ପଞ୍ଚାୟତ ଛୋଟେ ଉଡା ଗାଁ ରେ ଏକ ଯୁବତୀ ର ଶବକୁ ପୋତି ଦିଆ ଯାଇଥିଲା।ପରେ ଏହାକୁ ବାହାର କରାଗଲା। ତେବେ ଜଣା ପଡ଼ିଥିଲା ଏହା ଗ୍ୟାଙ୍ଗ ରେପ ଅଟେ। ଏହି ମାମଲାରେ ସାତ ଜଣ ଅରୋପି କୁ ମଧ୍ୟ ଗିରଫ କରାଯାଇଛି।

ଏବେ ପୁଣି ସେହି ଥାନା କ୍ଷେତ୍ର ରେ ସେହି ଭଳି ଘଟଣା ଟି ସାମ୍ନା କୁ ଆସିଛି , ଯେଉଁ ଠାରେ ଏକ ୧୫ ବର୍ଷ ର କିଶୋରୀ ଆତ୍ମହତ୍ୟା କରିଥିଲା ଅର୍ଥାତ୍ କୌଣସି କେସ ନ ଦିଆଯାଇ ତାକୁ ପୋତି ଦିଆ ଯାଇଥିଲା।

ଏହି ମାମଲାରେ କେସ କାଲ ଏସ ଡି ଏମ୍ ଙ୍କ ଆଦେଶ ରେ ପ୍ରଶାସନିକ ଅଧିକାରୀ ଗ୍ରାମ ହିଚିକା, ଥାନା କ୍ଷେତ୍ର ଧନୋରା ରେ ଶବକୁ ଖୋଳି ବାହାର କରିଛନ୍ତି ଏବଂ ତାକୁ ଫରେନସିକ୍ ଯାଞ୍ଚ ପାଇଁ ଜଗଦଲପୁର କୁ ପଠାଇ ଦିଆଯାଇଛି।

ନାୟବ ତହସିଲଦାର କେସକାଲ କ୍ଷମା ଜଦୁ କହିଛନ୍ତି କି କିଶୋରୀ ର ମୃତ୍ୟୁ ମାମଲାରେ ପରିବାର ଏବଂ ଗାଁ ଲୋକଙ୍କ କହିବା ଅନୁଯାୟୀ କିଶୋରୀ ର ଦେହ ଠିକ୍ ନଥିଲା ତାକୁ ଝଡା ଫୁଙ୍କା ଏବଂ ପୂଜା ପାଠ କରି ଚିକିତ୍ସା କରାଯାଉଥିଲା।ଏହା ମଧ୍ୟ ରେ ସେ ଆତ୍ମହତ୍ୟା କରି ଦେଇଥିଲେ।ଏହା ପୂର୍ବରୁ ଗ୍ରାମ ବାସି ଏବଂ ପରିଜନ ମାନଙ୍କ ବୟାନ ନିଆଯାଇଥିଲା, ଯାହାର ଆଧାରରେ ଏସ ଡି ଏମ୍ କେସ କାଲ ଶବ ଖୋଲିବା ପାଇଁ ଆଦେଶ ଦେଇଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *