ପୂର୍ବ ଲଦାଖରେ ସୀମାକୁ ନେଇ ବିବାଦକୁ ସମାଧାନ କରିବା ପାଇଁ ଭାରତ ଏବଂ ଚୀନ ମଧ୍ୟରେ ଅନେକ ସ୍ତରର କଥାବାର୍ତ୍ତା ହୋଇ ସାରିଲାଣି | ଏଥିମଧ୍ୟରେ ଲଦାଖରେ ଲାଗି ରହିଥିବା ସୀମା ବିବାଦ ସମାଧାନକୁ ନେଇ ଏହି ସପ୍ତାହରେ ଭାରତ-ଚୀନ ମଧ୍ୟରେ ସୈନ୍ୟ ଏବଂ କୂଟନୀତିକ ସ୍ତରରେ ଆଲୋଚନାର ଅଷ୍ଟମ ପର୍ଯ୍ୟାୟ ଆୟୋଜିତ ହେବାର ଆଶା ରହିଛି | ତେବେ ଚୀନ ନିଜର କାହରପା କାର୍ଯ୍ୟରୁ ଓହରୁ ନାହିଁ, ସେ ପ୍ରତ୍ୟେକଥର କିଛି ନା କିଛି ବାଧା ସୃଷ୍ଟି କରି ଦେଉଛି | ବର୍ତ୍ତମାନ ଚୀନ ସର୍ତ୍ତ ରଖିଛି ଯେ ଭାରତୀୟ ସେନା ପ୍ରଥମେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ଭାଗରେ କବ୍ଜା କରିଥିବା ଶୀର୍ଷ ଭାଗକୁ ଖାଲି କରିଦେଉ | ଏହାକୁ ନେଇ ଭାରତ ସ୍ପଷ୍ଟ କରିଦେଇଥିଲା ଯେ ଉଭୟ ଦେଶର ସେନା ଏକାସାଙ୍ଗରେ ହିଁ ପଛକୁ ହଟିବେ | ଏକତରଫା କାର୍ଯ୍ୟାନୁଷ୍ଠାନ କରାଯିବ ନାହିଁ |
Eighth round of Corps Commander level talks between India, China likely this week
Read @ANI story | https://t.co/poemhgH4w0 pic.twitter.com/ETDbtPmSJG
— ANI Digital (@ani_digital) October 25, 2020
ବାସ୍ତବରେ ଉଭୟ ଦେଶ ମଧ୍ୟରେ ମଇ ୨୦୨୦ ଠାରୁ ଜାରି ସୀମା ବିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ କରାଯାଇ ପାରି ନାହିଁ | ଉଭୟ ଦେଶ ପରସ୍ପର ଉପରେ ସନ୍ଦେହ କରୁଛନ୍ତି, ଯେଉଁ କାରଣରୁ ସୀମାରେ ଅସ୍ତ୍ରଶସ୍ତ୍ରର ମୁତୟନ ବଢି ଯାଇଛି | ନୂଆ ଦିଲ୍ଲୀ ଏବଂ ବେଜିଙ୍ଗ ମଧ୍ୟରେ ସପ୍ତମ ରାଉଣ୍ଡର ଆଲୋଚନା ହେଲା ପରେ ମଧ୍ୟ ସେଥିରେ ସମାଧାନ ହୋଇପାରି ନାହିଁ | ସେହିପରି ଠାରେ ଭାରତ ଏବଂ ଚୀନ ସୀମା ବିବାଦକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ଷ୍ଟେବୁଲକୁ ଆସିବାକୁ ଯାଉଛନ୍ତି |
ବଦଳି ନାହିଁ ଚୀନର ମନୋଭାବ :
ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଏବଂ ଚୀନ ମଧ୍ୟରେ କୋର କମାଣ୍ଡର ସ୍ତରରେ ସତ ରାଉଣ୍ଡର ଆଲୋଚନା ହୋଇସାରିଛି | ରାଜନୈତିକ ସ୍ତରରେ ଚୀନର ମନୋଭାବକୁ ନେଇ ଭାରତ ସତର୍କ ରହିଛି | ନିକଟରେ ହିଁ ରୁଷର ମସ୍କୋ ଠାରେ ଉଭୟ ଦେଶର ରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କର କଥାବାର୍ତ୍ତା ହୋଇଥିଲା | ଏହାପରେ ମଧ୍ୟ ଚୀନର ମନୋଭାବ ବଦଳି ନଥିଲା | ଦ ଇଣ୍ଡିଆନ ଏକ୍ସପ୍ରେସରୁ ଏକ ସୂତ୍ର କହିଛି ଯେ ବେଜିଙ୍ଗର କହିବା କଥା ଯେ ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ଏବଂ ସମୃଦ୍ଧି ଚାହୁଁଛି | ଭାରତ ମଧ୍ୟ ଏହାହିଁ ଚାହୁଁଛି | କିନ୍ତୁ ଚୀନ ଏହା କହୁ ନାହିଁ ଯେ ଏତେ ଅଧିକ ପରିମାଣରେ ସୈନିକ କାହିଁକି ସେଠାରେ ଏକଜୁଟ କରିଛି | ଚୀନ ଉପରେ ବିଶ୍ୱାସ କରିବା ସହଜ ନୁହେଁ | ତେବେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ପ୍ରସ୍ତୁତ ଅଛି |
ଉଭୟ ଦେଶରେ ସୈନିକ ସ୍ତରରେ ସମ୍ବାଦ ଜାରି :
ଥଣ୍ଡା ଏବଂ ବରଫ ବର୍ଷାକୁ ଦୃଷ୍ଟିରେ ରଖି ଉଭୟ ସୈନିକ ୧୫,୫୯୭ କିଲୋମିଟର ଲମ୍ବା ଏଲଏସି ଠାରେ ସୈନିକ ମାନଙ୍କର ମୁତୟନରେ ବୃଦ୍ଧି କରିବା ଆରମ୍ଭ କରି ଦେଇଛନ୍ତି | ବରିଷ୍ଠ ଅଧିକାରୀ ମାନଙ୍କ କହିବା ଅନୁସାରେ ଉଭୟ ଦେଶ ବିବାଦୀୟ ସ୍ଥାନରେ ବର୍ତ୍ତମାନ ପାଇଁ ଶାନ୍ତି ସ୍ଥାପନ କରିବା ପାଇଁ ରାଜି ଥିବାର ଦେଖାଯାଉ ନାହାନ୍ତି , କିନ୍ତୁ ସେ ସୈନ୍ୟ ଏବଂ ରାଜନୈତିକ ସ୍ତରରେ ସମ୍ବାଦ ଜାରି ରଖିବା ପାଇଁ ନିଷ୍ପତ୍ତି କରିଛନ୍ତି | ବିବାଦୀୟ ସ୍ଥାନରେ କୌଣସି ପ୍ରକାରରେ ବିପରୀତ ପରିସ୍ଥିତିକୁ ପୁନରାବୃତ୍ତି ନକରିବା ପାଇଁ ମଧ୍ୟ ଆଲୋଚନା ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।