ପିନ୍ଧିବା ପାଇଁ ଚପଲ ଖଣ୍ଡିଏ ନାହିଁ, କିନ୍ତୁ ନିର୍ବାଚନ ଲଢ଼ିବେ ମହାଶୟ

ବିହାର ବିଧାନସଭା ନିର୍ଵାଚନରେ ଯେଉଁଠାରେ ଗୋଟିଏ ପକ୍ଷରେ ଅନେକ ସିଟରେ ଧନ ଏବଂ ବାହୁବଳର ଲଢେଇ ହେଉଛି ତ ଅନ୍ୟ କେଉଁଠି ଏପରି ଅନେକ ପାର୍ଥୀ ରହିଛନ୍ତି ଯେଉଁମାନଙ୍କର ସରଳତା ତୁଳନାତ୍ମକ ନୁହେଁ | ବର୍ତ୍ତମାନ ଲଖିସରାୟ ସିଟରୁ ନିର୍ଦଳୀୟ ପାର୍ଥୀ ଭାବରେ ନିର୍ବାଚନ ମୈଦାନରେ ଓଲ୍ହାଇଥିବା ଭରତ ମହତୋଙ୍କୁ ନେଇ ନିଅନ୍ତୁ | ତାଙ୍କ ପାଦରେ ଚପଲ କେତେବେଳେ କେମିତି ହିଁ ଦେଖିବାକୁ ମିଳେ | ତାଙ୍କ ପାଖରେ ମୋବାଇଲ ମଧ୍ୟ ନାହିଁ | ଘରେ ଗୋଟିଏ ମାତ୍ର ଛୋଟ ମୋବାଇଲ ରହିଛି ଯେଉଁଥିରେ ବାହାରକୁ ମଜୁରୀ ଖଟିବାକୁ ଯାଇଥିବା ତାଙ୍କ ପୁଅ କଲ କରି କଥା ହୋଇଥାନ୍ତି | ନାମାଙ୍କନ ସମୟରେ ଶପଥପତ୍ରରେ ସେ ନିଜର ସଢୁଙ୍କର ନମ୍ବର ଦେଇଥିଲେ | ଏହାର କାରଣ ହେଉଛି ଯେ ଘରର ମୋବାଇଲରେ ବାଲାନ୍ସ ରହିବ କି ନାହିଁ ସେଥିରେ କୌଣସି ଗ୍ୟାରେଣ୍ଟି ନାହିଁ |

୭୨ ବର୍ଷୀୟ ଭରତ ମହତୋ ବହୁତ ବଡ଼ ଜିଦଖୋର ଅଟନ୍ତି | ବର୍ତ୍ତମାନ ପର୍ଯ୍ୟନ୍ତ ଡଜନ ଥର ସେ ନିର୍ବାଚନ ଲଢ଼ି ସାରିଲେଣି | କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ସେ ପଂଚାୟତ ସ୍ତରରେ ଲଢ଼ିଛନ୍ତି | ଏହା ପ୍ରଥମଥର ଯେତେବେଳେ ସେ ବିଧାନସଭା ନିର୍ଵାଚନରେ ଓଲ୍ହାଇଛନ୍ତି |

ମହତୋ ଗଣମାଧ୍ୟମ ସହିତ ହୋଇଥିବା କଥାବାର୍ତ୍ତାରେ କହିଛନ୍ତି ଯେ ସେ କେତେ ନିର୍ବାଚନ ଲଢ଼ି ସାରିଛନ୍ତି, ତାଙ୍କ ନିଜର ହିଁ ମାନେ ନାହିଁ | କେବେହେଲେ ସେ ଏହାର ହିସାବ ରଖିବାର ଚିନ୍ତା ମଧ୍ୟ କରି ନଥିଲେ | କେବଳ ଏତିକି ମାନେ ରହିଛି ଯେ ପ୍ରଧାନ ଠାରୁ ଆରମ୍ଭ କରି ୱାର୍ଡ, ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ପେସ୍କ ଅଧ୍ୟକ୍ଷ ପରି ପ୍ରତ୍ୟେକ ନିର୍ଵାଚନରେ ନିଜର ଭାଗ୍ୟ ପରୀକ୍ଷା କରି ସାରିଛନ୍ତି କିନ୍ତୁ ସମସ୍ତ ନିର୍ଵାଚନରେ ପରାଜୟ ହିଁ ମିଳିଛି |

ଟଙ୍କା ନାହିଁ, ଜିତିବେ କିପରି :

ଗଣମାଧ୍ୟମ ସାମ୍ନାରେ ମହତୋ ଏହା କହିବାକୁ ଟିକେହେଲେ ପଛାଇଲେ ନାହିଁ ଯେ ଆମ ପାଖରେ ଟଙ୍କା କେଉଁଠୁ ଆସିବ ଆମେ ନିର୍ବାଚନ ଜିତିବୁ | ନିର୍ବାଚନ ସିଏ ଜିତିଥାଏ ଯାହା ପାଖରେ ଟଙ୍କା ଥାଏ | ଆମେ ତ ଆମ ଝିଅର ବିବାହ ଋଣ ନେଇ କରାଇଛୁ ଯାହା ଆଜି ପର୍ଯ୍ୟନ୍ତ ପରିଶୋଧ କରୁଛୁ | ଦୁଇଜଣ ପୁଅ ବାହାରେ ଏକ ଫ୍ୟାକ୍ଟ୍ରିରେ ରହି କାମ କରନ୍ତି | ସେମାନେ ଟଙ୍କା ପଠାଇବା ପରେ ମହତୋ ନାମାଙ୍କନ ପାଇଁ ଆସିପାରିଲେ | କିନ୍ତୁ ନିର୍ବାଚନ ଆମେ ଲଢ଼ିବୁ ହିଁ ଲଢ଼ିବୁ |

୧୯ରୁ ୧୩ ପାର୍ଥୀ ଅଟନ୍ତି ନିର୍ଦଳୀୟ :

ଭରତ ମହତୋଙ୍କ ଲଖିସରାୟ ସିଟରୁ ମୋଟ ୨୦ ପାର୍ଥୀ ନାମାଙ୍କନ ଦାଖଲ କରିଥିଲେ | ଏମାନଙ୍କ ମଧ୍ୟରୁ ଜଣଙ୍କର ଆବେଦନ ପତ୍ର ଖାରଜ ହୋଇଗଲା | ବର୍ତ୍ତମାନ ନିର୍ବାଚନ ଲଢ଼ିବା ପାଇଁ ୧୯ ଜଣ ପାର୍ଥୀ ମୈଦାନକୁ ଓଲ୍ହାଇବେ | ଏମାନଙ୍କ ମଧ୍ୟରୁ ୧୩ ଜଣ ନିର୍ଦଳୀୟ ପାର୍ଥୀ ଅଟନ୍ତି ଯେତେବେଳେ ୬ ଜଣଙ୍କ ମଧ୍ୟରେ ବିଜେପି, କଂଗ୍ରେସ, JAP, ବିଏସପି, ଆଜପା ଏବଂ ପ୍ଲୁରଲସ ପାର୍ଟିର ପାର୍ଥୀ ଅଟନ୍ତି |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *