କୋରୋନା ର ଯୁଦ୍ଧ ଲଢୁଥିବା ଏକ ୬୬ ବର୍ଷ ର ବୃଧ ଶେଷ ରେ ହାର ମାନି ରେଳ ଆଗକୁ ଡେଇଁ ନିଜର ଜୀବନ ହାରି ଦେଲେ। ବୃଧ ଜଣକ ସୁସାଇଡ୍ ନୋଟ ରେ ଲେଖିଲେ ସେ ଏବେ ଏ କୋରୋନା ର ଜ୍ବର ଏବେ ସହି ପାରୁ ନାହାନ୍ତି। ଏଥି ପାଇଁ ସେ ସୁସାଇଡ୍ କରିଛନ୍ତି। ପୋଲିସ ସୁସାଇଡ୍ ନୋଟ ଜବତ କରି ଜାଞ୍ଚ ଆରମ୍ଭ କରି ସାରିଲାଣି। ଏହି ଘଟଣା ରାଜସ୍ତାନ ର ରାଜଧାନୀ ଜୟପୁର ର ଅଟେ।
ପୋଲିସ ଅନୁସାରେ ସୁରେନ୍ଦ୍ର କୁମାର ନିଜ ସ୍ତ୍ରୀ ସହିତ ଜବାହାର ସର୍କଲ ଥାନା ଇଲାକା ର ମାଲବିୟ ନଗର ସେକ୍ଟର ୧୦ ରେ ରହୁଥିଲେ । ୧୯ ଅକ୍ଟୋବର କୁ ସେ କୋରୋନା ପଜେଟିଭ ବୋଲି ଖବର ମିଳିଥିଲା। ଏହି କାରଣ ରୁ ସେ ଘରେ କ୍ବାରେଣ୍ଟଟାଇନ ରେ ରହି ଚିକିତ୍ସା କରୁଥିଲେ। ତାଙ୍କର ଅନ୍ୟ ମାନଙ୍କ ସହିତ ମିଳା ମିଶା ବନ୍ଦ ହୋଇଯାଇଥିଲା ସେଥିପାଇଁ ସେ ଡିପ୍ରେସନ ରେ ଥିଲେ।
ବୁଧବାର ରାତି ଯେତେବେଳେ ତାଙ୍କ ସ୍ତ୍ରୀ ଉଠି ଦେଖିଲେ ତ ସୁରେନ୍ଦ୍ର ଘରେ ନ ଥିଲେ। ଘରେ ଗୋଟେ ସୁସାଇଡ୍ ନୋଟ ମିଳିଲା। ଯାହାର ସୂଚନା ସେ ସାଙ୍ଗେ ସାଙ୍ଗେ ପୋଲିସ କୁ ଦେଇଥିଲେ। ପୋଲିସ ଆଖ ପାଖ ରେ ଖୋଯିବାକୁ ଲାଗିଲେ। ଗୁରୁବାର ସକାଳ ୬ ଟା ସମୟ ରେ ଘର ପାଖରେ ଥିବା ରେଳ ଟ୍ରାକ ରେ ଏକ ଶବ ମିଳିଲା।
ପୋଲିସ ଘଟଣାସ୍ଥତଳ କୁ ସ୍ତ୍ରୀ କୁ ଡାକି ଶବ କୁ ଦେଖେଇଲେ ତ ସେ କାନ୍ଦିବାକୁ ଲାଗିଲେ। ଏହା ପରେ ଶବ ଜୟପୁରିଆ ହସ୍ପିଟାଲ ରେ ରଖାଗଲା ଯେଉଁଠି ପୁଣି କୋରୋନା ଟେଷ୍ଟ ପାଇଁ ସାମ୍ପୁଲ ନିଆଗଲା।
ମୃତକ ସୁରେନ୍ଦ୍ର ବ୍ୟାଙ୍କ ରୁ ରିର୍ଟାୟଡ ଥିଲେ। ଏବଂ ତାଙ୍କର ପୁଅ ଦିଲ୍ଲୀ ରେ ଏକ ପ୍ରାଇବେଟ୍ କମ୍ପାନୀ ରେ ଜବ କରୁଥିଲା। ପୁଅ କହିଥିଲେ କି ମା ବାପା ଦୁଇ ଜଣକୁ କୋରୋନା ହୋଇଥିଲା। କିନ୍ତୁ କ୍ବାରେଣ୍ଟଟାଇନ ରେ ରହି ମା ଙ୍କର କୋରୋନା ନେଗେଟିଭ୍ ଆସିଥିଲା। କିନ୍ତୁ ବାପା ଙ୍କର ଜ୍ବର କମୁନଥିଲା। ପୋଲିସ ର ସୂଚନା ପାଇ ସେ ଦିଲ୍ଲୀ ରୁ ଜୟପୁର ଆସିଥିଲେ।
ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।