ପାକିସ୍ତାନକୁ ଝଟକା ଦେଲା FATF, ଗ୍ରେ ଲିଷ୍ଟରେ ହିଁ ରହିବ ପାକିସ୍ତାନ

ପାକିସ୍ତାନ ଆତଙ୍କବାଦ ବିରୋଧରେ କୋଠର ପଦକ୍ଷେପ ଉଠାଇବାରେ ଅସଫଳ ରହିଛି | ଏହାକୁ ଦୃଷ୍ଟିରେ ରଖି FATF ପାକିସ୍ତାନକୁ ଗ୍ରେ ତାଲିକାରେ ରଖିଛି | Financial Action Task Force (FATF)ର ଏପରି ପଦକ୍ଷେପ ଦ୍ଵାରା ପାକିସ୍ତାନକୁ ଏକ ବଡ ଝଟକା ଲାଗିଛି | ତେବେ ପାକିସ୍ତାନ ଗ୍ରେ ତାଲିକାରେ ରହିବ | FATFର ଅଧ୍ୟକ୍ଷ ମାର୍କସ ପ୍ଳିୟର କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦ ଆର୍ଥିକ ପୋଷଣକୁ ରୋକିବା ପାଇଁ ମୋଟ ୨୭ କାର୍ଯ୍ୟ ଯୋଜନାରୁ ୬ ଗୋଟି ପୂର୍ଣ୍ଣ କରିବାରେ ବିଫଳ ରହିଛି |

ସେ କହିଛନ୍ତି ଯେ, ପାକିସ୍ତାନକୁ ଆତଙ୍କବାଦର ଆର୍ଥିକ ପୋଷଣ ଅଟକାଇବା ପାଇଁ ଏବଂ ପ୍ରୟାସ କରିବାର ଆବଶ୍ୟକତା ରହିଛି | ପାକିସ୍ତାନକୁ ଆତଙ୍କଙ୍କର ଆର୍ଥିକ ପୋଷଣରେ ଶାମିଲ ଲୋକମାନଙ୍କ ଉପରେ ପ୍ରତିବନ୍ଧ ଲଗାଇବା ଉଚିତ ଏବଂ ମକଦ୍ଦମା ଚଳାଇବା ମଧ୍ୟ ଆବଶ୍ୟକ ରହିଛି |

ଆତଙ୍କବାଦର ଆର୍ଥିକ ପୋଷଣ, ଧନ ସଂଶୋଧନକୁ ରୋକିବା ଏବଂ ଏବଂ ଏସବୁକୁ କଢ଼ା ଦୃଷ୍ଟିରେ ରଖୁଥିବା ପେରିସରୁ ସଞ୍ଚାଳିତ ସଂସ୍ଥାର ଡିଜିଟାଲ ମାଧ୍ୟମରେ ବାର୍ଷିକ ବୈଠକ ହୋଇଥିଲା | ଯେଉଁଥିରେ ୨୭ ପ୍ରକାରର କାର୍ଯ୍ୟ ଯୋଜନାର ସମୀକ୍ଷା କରାଯାଇଥିଲା |

ଏଫଏଟିଏଫ ପାକିସ୍ତାନକୁ ଜୁନ ୨୦୧୮ ମସିହାରେ “ଗ୍ରେ” ତାଲିକାରେ ପକାଇଦେଇଥିଲା ଏବଂ ଇସଲାମାବାଦକୁ ଧାନ ସଂଶୋଧନ ଏବଂ ଆତଙ୍କବାଦ ଆର୍ଥିକ ପୋଷଣକୁ ରୋକିବା ପାଇଁ ୨୭ ପ୍ରକାରର କାର୍ଯ୍ୟ ଯୋଜନାକୁ ୨୦୧୯ ମାସିହାର ଅନ୍ତ ସୁଦ୍ଧା ଲାଗୁ କରିବାକୁ କହିଥିଲେ | କୋଭିଡି ମହାମାରୀ କାରଣରୁ ଏହି ସମୟର ଅବଧିକୁ ବଢ଼ାଇ ଦିଆଯାଇଥିଲା |

ସୂଚନା ମୁତାବକ ଋଣ ଭାରରେ ଚାପି ରହିଥିବା ପାକିସ୍ତାନ FATFର ଗ୍ରେ ତାଲିକାରୁ ବାହାରିବାର ଚେଷ୍ଟାରେ ଅଗଷ୍ଟ ମାସରେ ୮୮ ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ ଏବଂ ତାଙ୍କର ନେତା ମାନଙ୍କୁ ଆର୍ଥିକ ପାବନ୍ଧୀ ଲଗାଇ ଦେଇଥିଲେ | ଏଥିରେ ମୁମ୍ବାଇ ଆକ୍ରମଣର କିଙ୍ଗପିଙ୍ଗ ଏବଂ ଜମାତ-ଓଦ ଦାଵାର ପ୍ରମୁଖ ହାଫିଜ ସଇଦ, ଜେଶ-ଏ-ମହମ୍ମଦ ପ୍ରମୁଖ ମସୁଦ ଅଜହର ଏବଂ ଅଣ୍ଡରୱାର୍ଲଡ ଡନ ଦୌଡ଼ ଇବ୍ରାହିମ ମଧ୍ୟ ଶାମିଲ ରହିଛନ୍ତି |

ପାକିସ୍ତାନର ଗ୍ରେ ତାଲିକାରେ ରହିବା ତା’ ପାଇଁ ବିଶ୍ୱ ମୁଦ୍ରା କୋଷ (ଆଇଏମଏଫ), ବିଶ୍ୱ ବ୍ୟାଙ୍କ, ଏସିୟ ବିକାଶ ବ୍ୟାଙ୍କ ଏବଂ ୟୁରୋପୀୟ ସଂଘ ପରି ଅନ୍ତରାଷ୍ଟ୍ରୀୟ ସଂସ୍ଥା ଗୁଡ଼ିକରୁ ଆର୍ଥିକ ସାହାଯ୍ୟ ହାସଲ କରିବା ଆହୁରି କଷ୍ଟସାଧ୍ୟ ହୋଇଯିବ |

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *